ବାଜୁଥିଲା ଜାତୀୟ ସଂଗୀତ, ବିରାଟ୍ ଚୋବାଉଥିଲେ ଚୁଇଁଗମ୍

Above Post Content

ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପ୍ଟେନ୍ ବିରାଟ କୋହଲି ପୁଣିଥରେ ବିବାଦ ଭିତରକୁ ଆସିଛନ୍ତି୩୩ ବର୍ଷୀୟ ବିରାଟ କୋହଲିଙ୍କ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି , ଯେଉଁଥିରେ ଜାତୀୟ ସଂଗୀତ ଚାଲୁଥିବା ବେଳେ ବିରାଟଙ୍କୁ ଚୁଇଂଗମ୍ ଚୋବାଉଥିବା ଦେଖିବାକୁ ମିଳିଛି ।

After 2nd paragraph post ads

ରବିବାର ଦିନ ଭାରତ ଓ ଦ.ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚର ଏହି ଭିଡିଓ ବୋଲି ଦାବି କରାଯାଉଛି । ଏହି ଭିଡିଓକୁ ନେଇ କ୍ରିକେଟ୍ ପ୍ରେମୀ ବିରାଟଙ୍କୁ ସମାଲୋଚନା କରୁଛନ୍ତି । ଏହାସହିତ ବିସିସିଆଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦାବି ହେଉଛି

Middle post content

ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ, ଭାରତୀୟ ଖେଳାଳୀ ମ୍ୟାଚ୍ ପୂର୍ବରୁ ଏକାଠି ଜାତୀୟ ସଂଗୀତ ଗାୟନ କରୁଥିବା ବେଳେ ବିରାଟ କିନ୍ତୁ ଚୁଇଂଗମ୍ ଚୋବାଉଥିଲେ । ଭିଡିଓରେ ବିରାଟଙ୍କୁ ଦୁଇଟି ଆଙ୍ଗଲରେ ଦେଖିବାକୁ ମିଳିଛି

କ୍ୟାରିୟରର ସବୁଠାରୁ କଠିନ ସମୟ ଦେଇ ଗତି କରୁଛନ୍ତି କୋହଲି

କୋହଲି ନିଜେ ସ୍ୱୀକାର ନକଲେ ମଧ୍ୟ ଏହା ସତ୍ୟ ଯେ, ଏବେ ସେ ନିଜ କ୍ୟାରିୟରର ସବୁଠାରୁ କଠିନ ସମୟ ଦେଇ ଗତି କରୁଛନ୍ତି । କ୍ରିକେଟର ତିନୋଟି ଫର୍ମାଟ ମଧ୍ୟରୁ ଦୁଇଟିର ଅଧିନାୟକତ୍ୱ ସେ ନିଜେ ଛାଡିଥିବା ବେଳେ ଗୋଟିଏରୁ ତାଙ୍କୁ ବିଦା କରାଯାଇଥିଲା । ନିକଟରେ କେପଟାଉନ୍ ଟେଷ୍ଟରେ ଡିଆରଏସର ଗୋଟିଏ ନିଷ୍ପତ୍ତି ତାଙ୍କ ମନମୁତାବକ ନହେବାରୁ ସେ ପ୍ରସାରକଙ୍କ ଉପରେ ନିଜ କ୍ରୋଧ ପ୍ରକାଶ କରିଥିଲେ । ଯାହାକୁ ନେଇ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami