![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ପୂର୍ବତନ ସଭାପତି କ୍ୟାପ୍ଟେନ୍ ଅମରିନ୍ଦର ସିଂହ ନବଜ୍ୟୋତ ସିଂହ ସିଦ୍ଧୁଙ୍କ ବିରୋଧରେ ବଡ଼ ଧରଣର ଅଭିଯୋଗ ଆଣିଛନ୍ତି । ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କ୍ୟାପ୍ଟେନ୍ ଦାବି କରିଛନ୍ତି ଯେ, ପଂଜାବ ନିର୍ବାଚନ ପରେ ପରେ ତାଙ୍କ ପାଖକୁ ପାକିସ୍ତାନରୁ ସନ୍ଦେଶ ଆସିଥିଲା । ଯେଉଁ ସନ୍ଦେଶରେ ସିଦ୍ଧୁଙ୍କୁ ମନ୍ତ୍ରୀ କରିବାକୁ କୁହାଯାଇଥିଲା । ଅମରିନ୍ଦର ସିଂହ କହିଛନ୍ତି ଯେ, ତାଙ୍କୁ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ତରଫରୁ ଗୋଟିଏ ଟେକ୍ସଟ୍ ମେସେଜ୍ ଆସିଥିଲା । ଯେଉଁଥିରେ କୁହାଯାଇଥିଲା ଯେ, ଯଦି ତାଙ୍କ ଦଳ ସରକାର ଗଠନ କରେ ତେବେ ସିଏ ସିଦ୍ଧୁଙ୍କୁ ମନ୍ତ୍ରୀ କରନ୍ତୁ । ସିଦ୍ଧୁ ଯଦି ଭଲ କାମ କରିବେ ତେବେ ତାଙ୍କୁ ରଖିବେ ନହେଲେ ତାଙ୍କୁ ବିଦା କରିଦେବେ ବୋଲି ମେସେଜରେ କୁହାଯାଇଥିଲା ।
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ଅମରିନ୍ଦର ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ଯେ, ପିଏମ୍ ଖାନ୍ ତାଙ୍କୁ ଫୋନରେ ମେସେଜ୍ ପଠାଇଥିଲେ ଓ ଲିଖିତ ଭାବେ ସିଦ୍ଧୁଙ୍କ ପାଇଁ ସୁପାରିସ କରିଥିଲେ । ଯେହେତୁ ସେ କେବେ ମଧ୍ୟ ପାକ୍ ପ୍ରଧାନମନ୍ତ୍ରୀଙ୍କୁ ଭେଟିନଥିଲେ କିମ୍ବା ତାଙ୍କର କୌଣସି ପୂର୍ବ ପରିଚୟ ନଥିଲା ତେଣୁ ଏଭଳି ମେସେଜ୍ ପାଇ ସେ କେବଳ ଚକିତ ହୋଇନଥିଲେ ବଂର ତାଙ୍କୁ ଝଟକା ଲାଗିଥିଲା ବୋଲି କହିଛନ୍ତି ଅମରିନ୍ଦର । ଅମରିନ୍ଦର କହିଛନ୍ତି ଯେ, ମୋତେ ଏହା ଜାଣି ଝଟକା ଲାଗିଲା ଯେ, କେଉଁଭଳି ଭାବେ ଅନ୍ୟ ଗୋଟିଏ ଦେଶର ଜଣେ ପ୍ରଧାନମନ୍ତ୍ରୀ ଆଉ ଗୋଟିଏ ଦେଶର ଏକ ରାଜ୍ୟରେ ଜଣେ ବ୍ୟକ୍ତିଙ୍କୁ ମନ୍ତ୍ରୀ କରିବା ପାଇଁ ଚାପ ପ୍ରୟୋଗ କରୁଛନ୍ତି ।
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
କ୍ୟାପ୍ଟେନଙ୍କ ଏହି ବକ୍ତବ୍ୟକୁ ନେଇ ଏପର୍ଯ୍ୟନ୍ତ ସିଦ୍ଧୁଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ତେବେ ଆଗକୁ ଏହାକୁ ନେଇ ରାଜନୈତିକ ବୟାନବାଜି ବଢିବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ ସିଦ୍ଧୁଙ୍କ ପାକିସ୍ତାନୀ ସେନା ସହିତ ସମ୍ପର୍କକୁ ନେଇ ଆଗରୁ ମଧ୍ୟ ବିବାଦ ରହିଛି ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)