୨୦୧୭ରେ ଫେଲ୍ ମାରିଥିଲା ଏଗଜିଟ୍ ପୋଲ୍, ୨୦୨୨ରେ କ’ଣ ହେବ ?

Above Post Content

ଦିଲ୍ଲୀ କ୍ଷମତାକୁ ରାସ୍ତା ହେଉଛି ଉତ୍ତର ପ୍ରଦେଶ । ଉତ୍ତର ପ୍ରଦେଶରେ କ୍ଷମତା ଦଖଲର ଅର୍ଥ ହେଉଛି ଦିଲ୍ଲୀ ଗାଦି ଉପରେ ଜବରଦସ୍ତ ଦାବିଦାରୀ ଉତ୍ତରପ୍ରଦେଶ ହିଁ ଦେଶକୁ ସର୍ବାଧିକ ପ୍ରଧାନମନ୍ତ୍ରୀ ଦେଇଛି କାରଣ ହେଉଛି ଏହାର ସାଂସଦ ସଂଖ୍ୟା ବଳ । ସବୁ ରାଜନୈତିକ ଦଳଙ୍କ ଆଖି ତେଣୁ ସବୁବେଳେ ଉତ୍ତର ପ୍ରଦେଶ ଉପରେ ଥାଏ । ୨୦୧୪ରେ ଆଛେଦିନର ଘୋଡା ଉପରେ ସବାର ହୋଇ ମୋଦି ମହାଶୟ ଉତ୍ତରପ୍ରଦେଶକୁ ପଦ୍ମମୟ କରିଥିଲେ୨୦୧୭ ନିର୍ବାଚନ ମୋଦିଙ୍କ ମୁହଁକୁ ନେଇ ଉତ୍ତରପ୍ରଦେଶ ବିଜେପି ଲଢିଥିଲା । ୨୦୧୭ରେ ବିଜେପି ସେଠାରେ ଯେମିତି ସଫଳତା ପାଇଥିଲା ତାହା ଖୋଦ ବିଜେପି ନେତୃତ୍ୱକୁ ଚକିତ କରିଥିଲା । ଏଥର କିନ୍ତୁ ବିଜେପି ଯୋଗୀଙ୍କ ନେତୃତ୍ୱରେ ନିର୍ବାଚନ ଲଢୁଛି । ବିଜେପି ଯଦି କ୍ଷମତାକୁ ଫେରିବାରେ ସଫଳ ହୁଏ ତେବେ ତାହା କେବଳ ଦିଲ୍ଲୀରେ ବିଜେପିକୁ ଅଧିକ ଶସକ୍ତ କରିବ ନାହିଁ ଅଧିକନ୍ତୁ ବିଜେପିରେ କ୍ଷମତା ସମୀକରଣ ବଦଳିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ପ୍ରଶ୍ନ ହେଲା ଏଗଜିଟ୍ ପୋଲ୍ ସତ ହେବ କି ?

ଏଗଜିଟ୍ ପୋଲ୍ ସତ ହେବ ?

After 2nd paragraph post ads

ଯୋଗୀ ଅଧିକ ଶକ୍ତିଶାଳୀ ହେବା ବିଜେପିକୁ ବହୁମତ ଉପରେ ନିର୍ଭର କରୁଛିଦିଲ୍ଲୀରେ ବସିଥିବା ଜାତୀୟ ଚାନେଲ ଗୁଡିକ ଉତ୍ତରପ୍ରଦେଶରେ ବିଜେପି ଆସୁଛି ବୋଲି ସୋମବାର ଦିନ ଘୋଷଣା କରି ସାରିଲେଣି । ପ୍ରାୟ ସବୁ ବଡ଼ ବଡ଼ ଚ୍ୟାନେଲ ବିଜେପିକୁ ୨୪୦ରୁ ୨୭୦ ଭିତରେ ଆସନ ଦେଉଛନ୍ତିଉତ୍ତର ପ୍ରଦେଶରେ ମ୍ୟାଜିକ୍ ନମ୍ବର ୨୦୨ ହୋଇଥିବା ବେଳେ ଏହି ସଂଖ୍ୟା ସରକାର ଗଠନ କରିବାକୁ ପ୍ରଜ୍ୟାପ୍ତ । କିନ୍ତୁ ମିଲିୟନ ଡଲାର ପ୍ରଶ୍ନ ହେଉଛି ଅନୁମାନ ସତ ହେବ କି ? ଅନୁମାନ ଅନୁସାରେ ଅଖିଳେଶ ଏଥର ମଧ୍ୟ ଫେଲ୍ ହେବେ କି ?

Middle post content

୨୦୧୭ରେ ଫେଲ ହୋଇଥିଲା ଏଗଜିଟ୍ ପୋଲ୍

ସୋମବାରର ଏଗଜିଟ୍ ପୋଲକୁ ନେଇ ସଂଶୟର ଗୋଟିଏ କାରଣ ହେଉଛି ୨୦୧୭ର ଏଗଜିଟ୍ ପୋଲ୍ । ସେତେବେଳେ ସବୁ ଚାନେଲ ଦୁଇ ତଥାକଥିତ ଯୁବନେତା ଅଖିଳେଶ ଓ ରାହୁଲଙ୍କ ମେଣ୍ଟକୁ ବିଜେତା ବୋଲି ଘୋଷଣା କରିଦେଇଥିଲେ । ସାଇକେଲ ଓ ହାତ’ର ମାଡରେ ପଦ୍ମ ଝାଉଁଳି ପଡିବ ଏବଂ ମୋଦି ମ୍ୟାଜିକର ରଙ୍ଗ ଉଡିଗଲାଣି ବୋଲି ଏଗଜିଟ୍ ପୋଲ୍ କହିଥିଲା । କିନ୍ତୁ ଫଳାଫଳ ଥିଲା ଚକିତ କଲା ଭଳି । ଫଳାଫଳ ଦିନ ସମସ୍ତଙ୍କ ଚମକାଇ ବିଜେପି ୩୧୭ ଆସନ ଜିତିଥିଲା । ତେଣୁ ଏଥର ଯେମିତି ବିଜେପିକୁ ସଂଖ୍ୟା ଦିଆଯାଉଛି ତାକୁ ନେଇ ଆଶଙ୍କା ରହୁଛି । ଗତଥର ଏଗଜିଟ୍ ପୋଲ ପଣ୍ଡିତ ମାନେ ସାଇଲେଣ୍ଟ ଭୋଟରଙ୍କ ମନକୁ ପଢି ପାରିନଥିଲେଏଥର କ’ଣ ସେମାନେ ସତରେ ସାଇଲେଣ୍ଟ୍ ଭୋଟରଙ୍କ ମନକୁ ଠିକ୍ ଭାବେ ପଢି ପାରିଛନ୍ତି ? ସତ ହେଲା ସାଇଲେଣ୍ଟ ଭୋଟର ହିଁ ଫଳାଫଳ ନିର୍ଣ୍ଣୟରେ ପ୍ରମ୍ମୁଖ ଭୂମିକା ଗ୍ରହଣ କରନ୍ତିବିଜେପି ଓ ସମାଜବାଦୀ ପାର୍ଟିର ଭୋଟର ଭୋକାଲ । ସେମାନେ ଡାକବାଜୀ ଯନ୍ତ୍ରଲଗାଇ କାହାକୁ ଭୋଟ୍ ଦିଅନ୍ତି କୁହନ୍ତି । କିନ୍ତୁ ବିଏସପି ଭଳି ଦଳର ଭୋଟର ଚୁପଚାପ ଭୋଟ୍ ଦିଅନ୍ତି । ବିଏସପି ଏଥର ନିର୍ବାଚନରେ ଏତେଟା ସକ୍ରୀୟ ନାହିଁ । ଏମିତିରେ ଏହାର ଭୋଟର କାହାକୁ ପସନ୍ଦ କଲେ,କାହା ବଟନ ଚିପିଲେ ତାହା ବଡ଼ ପ୍ରଶ୍ନ । ଆଉ ଏହି ପ୍ରଶ୍ନର ଉତ୍ତର ଇଭିଏମ୍ ହିଁ ଦେଇ ପାରିବ । ସବୁଠାରୁ ବଡ଼କଥା ହେଉଛି ଗତ ୩୦ ବର୍ଷ ମଧ୍ୟରେ ଉତ୍ତରପ୍ରଦେଶରେ କୌଣସି ଏଗଜିଟ୍ ପୋଲ୍ ସତ ହୋଇ ନାହିଁ । ଯେତେବେଳେ ବି ଏଗଜିଟ୍ ପୋଲ କୌଣସି ଦଳ ସରକାର ଗଠନ କରିବା କଥା କହୁଛି ସେତେବେଳେ ଅନ୍ୟ କୌଣସି ଦଳ ସରକାରକୁ ଆସିଛି । ସେମିତି ୩୦ ବର୍ଷ ମଧ୍ୟରେ ଉତ୍ତର ପ୍ରଦେଶରେ କୌଣସି ସରକାର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିନାହିଁ ।

ଯୋଗୀ ଜିତିଲେ ନୂଆ ସମୀକରଣ

କିନ୍ତୁ ଯଦି ଏଗଜିଟ୍ ପୋଲ୍ ସତ ହୁଏ ତେବେ ବିଜେପିରେ ଯୋଗୀଙ୍କ ଦବଦବା ବଢିବ । ମୋଦି ଯେତେବେଳେ ତାଙ୍କ ଦ୍ୱାରା ନିର୍ଧାରିତ ଅବସର ବୟସସୀମା ୭୫କୁ ଛୁଇଁବେ ସେତେବେଳେ ଯୋଗୀ ଦିଲ୍ଲୀ ଉପରେ ନିଜ ଦାବି ରଖିବେ । ଆଉ ତାଙ୍କ ଦାବି ନିଶ୍ଚୟ ବିଜେପିରେ ଅନେକଙ୍କୁ ଅନେକ ରାତି ଶୋଇବାକୁ ଦେବ ନାହିଁ । କିନ୍ତୁ ଯଦି ଯୋଗୀ ହାରନ୍ତି ତେବେ ବିଜେପିରେ ଗୋଟିଏ ପକ୍ଷ ନିଶ୍ଚୟ ମନ ଭିତରେ ଖୁସୀ ମନାଇବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami