ଟ୍ରମ୍ପ ରାଷ୍ଟ୍ରପତି ପଦ ପାଇଁ ମାନସିକ ରୂପେ ଅଯୋଗ୍ୟ

Above Post Content

ୱାଶିଂଟନ : ଏବେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଉପରେ ସମଗ୍ର ବିଶ୍ୱର ନଜର ରହିଛି । ଚଳିତ ବର୍ଷ ଶେଷରେ ଅନ୍ତିମ ରାଉଣ୍ଡ ଭୋଟ ପରେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚିତ ହେବେ । ଏଭଳି ପରିସ୍ଥିତିରେ ବିଭିନ୍ନ ରାଜନେତିକ ଦଳଙ୍କ ମଧ୍ୟରେ ଆରୋପ ଏବଂ ପ୍ରତ୍ୟାରୋପ ଜାରି ରହିଛି । ଆମେରିକାର ରାଷ୍ଟ୍ରପତି ପଦ ପାଇଁ ଭାରତୀୟ-ଆମେରିକୀୟ ରିପବ୍ଲିକାନ ନେତା ନିକ୍କି ହେଲି ମଧ୍ୟ ଅଛନ୍ତି । ସେ କ୍ରମାଗତ ଭାବରେ ତାଙ୍କ ପ୍ରତିଦ୍ୱନ୍ଦୀଙ୍କୁ ଟାର୍ଗେଟ କରୁଛନ୍ତି । ସେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବୁଢ଼ା ବୋଲି କହିଛନ୍ତି ।

ରାଲିରେ ନିକିଙ୍କ ସମ୍ପର୍କରେ କହିଥିଲେ ଟ୍ରମ୍ପ

After 2nd paragraph post ads
Middle post content

ବାସ୍ତବରେ, ୭୭ ବର୍ଷୀୟ ଟ୍ରମ୍ପ ହେଲିଙ୍କୁ ୨୦୨୧ ମସିହାରେ ଆମେରିକାର ରାଜଧାନୀରେ ଜାନୁଆରୀ ୬ ବିଦ୍ରୋହକୁ ରୋକିବାରେ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ମିଳିତ ଜାତିସଂଘର ରାଷ୍ଟ୍ରଦୂତ ଥିବା ହେଲି ଦାବି କରିଛନ୍ତି ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଟ୍ରମ୍ପ ମାନସିକ ଭାବେ ଅଯୋଗ୍ୟ । ନିକ୍କି କହିଛନ୍ତି, ଏକ ରାଲିରେ ଟ୍ରମ୍ପ ମୋ ବିଷୟରେ ଅନେକ କଥା ହୋଇଥିଲେ । ସେ ପ୍ରଶ୍ନ କରିଛନ୍ତି କ୍ୟାପିଟାଲ ଦଙ୍ଗା ସମୟରେ ମୁଁ କାହିଁକି ସୁରକ୍ଷା ନେଇ ନ ଥିଲି ? ଜାନୁୟାରୀ ୬ରେ ଖରାପ ଅବସ୍ଥାକୁ ମୁଁ କାହିଁକି ଭଲ ଭାବରେ ପରିଚାଳନା କରି ନାହିଁ? ଏହାର ଉତ୍ତରରେ କହିବି ମୁଁ ଜାନୁଆରୀ ୬ ରେ ୱାଶିଂଟନରେ ନ ଥିଲି । ମୁଁ ସେତେବେଳେ ଅଫିସରେ ମଧ୍ୟ ନ ଥିଲି ।

ନିକ୍କିଙ୍କ ନାମକୁ ନେଇ ପରିହାସ କରିଥିଲେ ଟ୍ରମ୍ପ

ପୂର୍ବତନ ରାଷ୍ଟ୍ରପତି କହିଥିଲେ ହେଲିଙ୍କର ରାଷ୍ଟ୍ରପତି ହେବାର ସାମର୍ଥ୍ୟ ନାହିଁ । ଯେତେବେଳେ ସେ ଏହା କହୁଛନ୍ତି, ଏହାର ଅର୍ଥ ହେଉଛି ସେ ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇପାରିବେ ନାହିଁ । ଟ୍ରମ୍ପ ମଧ୍ୟ ନିକ୍କିଙ୍କ ନାମକୁ ନେଇ ପରିହାସ କରିଥିଲେ । ମିଳିତ ଜାତିସଂଘର ରାଷ୍ଟ୍ରଦୂତ ଥିବା ନିକ୍କିଙ୍କ ନାମକୁ ପୂର୍ବତନ ରାଷ୍ଟ୍ରପତି ବାରମ୍ବାର ‘ନିମ୍ବ୍ରା’ ବୋଲି କହିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami