ରାହୁଲଙ୍କୁ ମନ୍ଦିର ଯିବାକୁ କରାଗଲା ବାରଣ

Above Post Content

ଗୁଆହାଟୀ : ଆଧ୍ୟାତ୍ମିକତାର ଆନନ୍ଦମୟ ପରିବେଶରେ ଅଯୋଧ୍ୟାସ୍ଥିତ ରାମ ଜନ୍ମଭୂମି ତୀର୍ଥରେ ରାମଲାଲାଙ୍କ ମୂର୍ତ୍ତି ପ୍ରତିଷ୍ଠା କାର୍ଯ୍ୟକ୍ରମ ଜୋରସୋରରେ ଚାଲିଛି । ଅନେକ ନେତା,ଅଭିନେତାଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ସାମିଲ ହୋଇଛନ୍ତି ଏହି କାର୍ଯ୍ୟକ୍ରମରେ । ହେଲେ ଆଜି ରାହୁଲ ଗାନ୍ଧୀଙ୍କୁ ମନ୍ଦିର ଭିତରକୁ ଛାଡ଼ିଲେନି । ପୁର୍ବରୁ ତାଙ୍କୁ ମନ୍ଦିର ଭିତରକୁ ଯିବା ପାଇଁ ବାରଣ କରାଯାଉ ନ ଥିଲା । ହେଲେ ଆଜି ମନ୍ଦିର ଭିତରକୁ ଯିବାକୁ ମନା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ରାହୁଲ କର୍ମୀଙ୍କ ସହ ଧାରଣାରେ ବସିଛନ୍ତି ।

କେଉଁ ଅପରାଧ କରିଛି ମନ୍ଦିରକୁ ଯାଇ ପାରିବି ନାହିଁ ବୋଲି ପ୍ରଶ୍ନ କଲେ ରାହୁଲ

After 2nd paragraph post ads
Middle post content

ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଏବେ ରାହୁଲ ଆସାମରେ ଅଛନ୍ତି । ରାହୁଲଙ୍କ ନେତୃତ୍ୱରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆସାମର ନାଗାଓଁ ଜିଲାରେ ପହଞ୍ଚିଛି । ଏଠାରେ ବତାଦ୍ରଭା ଅଞ୍ଚଳରେ ବୈଷ୍ଣବ ସାଧୁ ଶ୍ରୀମନ୍ତ ଶଙ୍କରଦେବଙ୍କ ଜନ୍ମସ୍ଥାନ ରହିଛି । କାର୍ଯ୍ୟକ୍ରମ ଅନୁଯାୟୀ ରାହୁଲ ଗାନ୍ଧୀ ଆଜି ଶଙ୍କରଦେବ ମନ୍ଦିରକୁ ଯିବାର ଥିଲା । କିନ୍ତୁ ରାହୁଲ ଅଭିଯୋଗ କରିଛନ୍ତି ତାଙ୍କୁ ଆଜି ମନ୍ଦିର ଯିବାକୁ ବାରଣ କରାଯାଇଛି । ରାହୁଲ ଗାନ୍ଧୀ କହିଛନ୍ତି ଆମେ ମନ୍ଦିରକୁ ଯିବାକୁ ଚାହୁଁଛୁ । ମୁଁ କେଉଁ ଅପରାଧ କରିଛି ମୁଁ ମନ୍ଦିରକୁ ଯାଇ ପାରିବି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ।

ଅପରାହ୍ନ ୩ଟା ପରେ ଯାଇପାରିବେ ମନ୍ଦିର

ମନ୍ଦିରର ପରିଚାଳନା କମିଟି ସୋମବାର ଅପରାହ୍ନ ୩ ଟା ପରେ ରାହୁଲଙ୍କୁ ଆସିବାକୁ ସୂଚନା ଦେଇଛିି । ପରିଚାଳନା କମିଟିର ମୁଖ୍ୟ ଯୋଗେନ୍ଦ୍ର ଦେବ ମହନ୍ତ କହିଛନ୍ତି ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅବସରରେ ଅନେକ ସଂଗଠନ ମନ୍ଦିର ପରିସରରେ ଭକ୍ତି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯୋଜନା କରିଛନ୍ତି । ଏହି ଅବସରରେ ବହୁ ସଂଖ୍ୟକ ଲୋକ ମନ୍ଦିରକୁ ଆସିବେ, ତେଣୁ ରାହୁଲଙ୍କୁ ଅପରାହ୍ନ ୩ ଟା ପରେ ମନ୍ଦିରକୁ ଆସିବାକୁ କୁହାଯାଇଛି । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ରାହୁଲ ଗାନ୍ଧୀ ମନ୍ଦିରକୁ ଯିବାକୁ ଚାହୁଁଥିଲେ । ଆମେ ଜାନୁଆରୀ ୧୧ ରୁ ଏହା ପାଇଁ ଚେଷ୍ଟା କରୁଛୁ । ଆମର ଦୁଇଜଣ ବିଧାୟକ ମଧ୍ୟ ମନ୍ଦିର କମିଟିଙ୍କୁ ଭେଟିଥିଲେ । ଆମେ ସେମାନଙ୍କୁ କହିଥିଲୁ ଆମେ ଜାନୁଆରୀ ୨୨ ରେ ସକାଳ ୭ଟାରେ ଆସିବୁ, କିନ୍ତୁ ଗତକାଲି ଜାନୁଆରୀ ୨୧ରେ ଆମକୁ ହଠାତ ଅପରାହ୍ନ ୩ ଟା ପରେ ଆସିବାକୁ କୁହାଗଲା । ରାଜ୍ୟ ସରକାରଙ୍କ ଚାପରେ ଏହା ଘଟୁଛି । ଆମେ ମନ୍ଦିରକୁ ଯିବାକୁ ଚେଷ୍ଟା କରିବୁ, କିନ୍ତୁ ୩ଟା ପରେ ଯିବା କଷ୍ଟକର ହେବ କାରଣ ଆମର ଧାର୍ଯ୍ୟ ଦୂରତା ଅତିକ୍ରମ କରିବାକୁ ଅଛି । ଏନେଇ ରାହୁଲ ଧାରଣା ଦେଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami