![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ଭୁବନେଶ୍ୱର: ଆଜି ଓଡିଶାରୁ ବିଦାୟ ନେବେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ । ରାଜ୍ୟପାଳ ଭାବେ ଆଜି ହେଉଛି ତାଙ୍କର ଶେଷଦିନ । ମେ’ ୨୯ ତାରିଖ ୨୦୧୮ରେ ଓଡ଼ିଶାର ରାଜ୍ୟପାଳ ଭାବେ ଯୋଗଦେଇଥିଲେ ପ୍ରଫେସର ଗଣେଶୀଲାଲ । ତାଙ୍କ ପରେ ଓଡିଶାର ନୂଆ ରାଜ୍ୟପାଳ ଭାବେ ଯୋଗ ଦେବେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ । ସେ ଆସନ୍ତା ୨୯ ତାରିଖରେ ଓଡିଶା ଆସିବେ । ୩୧ ତାରିଖରେ ହାଇକୋର୍ଟ ମୁଖ୍ୟ ବିଚାରପତି ତାଙ୍କୁ ଶପଥ ପାଠ କରାଇବେ ।
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
ଓଡିଶା ଛାଡିବା ପୂର୍ବରୁ ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁରୁବାର ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ । ସାକ୍ଷାତ କରି ତାଙ୍କର ଦୀର୍ଘ ତଥା ନିରାମୟ ଜୀବନ କାମନା କରିଥିଲେ ମୁଖ୍ୟମନ୍ତ୍ରୀ । ସେହିପରି ଗତକାଲି ରାଜଭବନ କର୍ମଚାରୀମାନେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ । ସମସ୍ତ କର୍ମଚାରୀ ରାଜ୍ୟପାଳଙ୍କ ବ୍ୟବହାର ତଥା ଶାସନ ପ୍ରଣାଳୀକୁ ବେଶ ପ୍ରଶଂସା କରିଥିଲେ । ଆଜି କେତେକ ବିଶିଷ୍ଠ ବ୍ୟକ୍ତି ରାଜ୍ୟପାଳଙ୍କୁ ସାକ୍ଷାତ କରି ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରିବେ ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)