ସୋସିଆଲ ମିଡିଆରେ ତାଲିବାନ ପାଇଲଟଙ୍କ ଗୋଟିଏ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତିନି ଜଣ ତାଲିବନୀ ପାଇଲଟ୍ ନିଜ ହେଲିକପ୍ଟର ଲାଇସେନ୍ସ ସହିତ ଫଟୋ ପାଇଁ ପୋଜ୍ ଦେଇଛନ୍ତି । କୁହାଯାଉଛି ଯେ,ଏହି ତିନିଜଣ ଯେଉଁ ସାର୍ଟିଫିକେଟ୍ ଧରିଛନ୍ତି ତାକୁ ତାଲିବାନ ବିମାନ ଟ୍ରେନିଂ ସେଣ୍ଟର ଜାରି କରିଛି । ଲମ୍ବା ବାଳ,ଦାଢି ଓ ଖାଲି ପାଦରେ ଥିବା ଏହି ତାଲିବାନୀ ପାଇଲଟ ଗୋଟିଏ ଅଫିସରେ ବସିଛନ୍ତି । ସେମାନେ ମଧ୍ୟ ଆଖିରେ କଜଳ ଲଗାଇଛନ୍ତି । ସୂଚନାଯୋଗ୍ୟ ଯେ, ଏବେ ଆଫଗାନିସ୍ତାନ ତାଲିବାନ କବଜାରେ ଅଛି । ଅଗଷ୍ଟ ୨୦୨୧ରେ ତାଲିବାନର କବଜା ସହିତ ଆଫଗାନିସ୍ତାନରେ ଶିକ୍ଷା ଓ ରୋଜଗାର ନିଜର ଅନ୍ତିମ ନିଶ୍ୱାସ ନେଉଛି ।
ତାଲିବାନୀ ପାଇଲଟଙ୍କ ଏହି ଫଟୋକୁ ଆଫଗାନିସ୍ତାନର ଜଣେ ସାମ୍ବାଦିକ କାବୁଲ ଖାନ୍ ଟ୍ୱିଟ୍ କରିଛନ୍ତି । ଟ୍ୱିଟ୍ କରି କାବୁଲ ଲେଖିଛନ୍ତି ଯେ, ତାଲିବାନ ଏୟାର ଫୋର୍ସର ତିନି ପାଇଲଟଙ୍କୁ ଶୁଭେଛା । ଯେଉଁମାନେ ଏକ ଟ୍ରେନିଂ ସେଣ୍ଟରରୁ ଗ୍ରାଜୁଏସନ୍ କରିଛନ୍ତି । ଏମାନେ ସମସ୍ତେ ଭଲ ଲାଗୁଛନ୍ତି ଓ ମିଶନ ପାଇଁ ପୁରା ପ୍ରସ୍ତୁତ ଅଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଏଥିରେ ଟିକିଏ ମଧ୍ୟ ସନ୍ଦେହ ନାହିଁ ଯେ, ଏମାନେ ସମସ୍ତେ ସୈନିକଙ୍କ ଭଳି ଦେଖା ଯାଉଛନ୍ତି । ଏହି ଫଟୋକୁ ଅଷ୍ଟମ ବ୍ରିଗେଡର ଆନ୍ତରିକ କମାଣ୍ଡର ଜେନରାଲ ହାରୁନ ମୋବରେଜ୍ ମଧ୍ୟ ସେୟାର କରିଛନ୍ତି ।
ଆକାଶରୁ ବର୍ଷା କରିବେ ଗୁଳି
ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ଏକ ଟ୍ରେନିଂ ସେଣ୍ଟରରୁ ନୂଆ ନୂଆ ଗ୍ରାଜୁଏଟ୍ ହୋଇଥିବା ତାଲିବାନୀ ପାଇଲଟଙ୍କ ଦସ୍ତାବିଜରୁ ଜଣା ପଡ଼ୁଛି ଯେ, ସେମାନେ ଅପରେସନାଲ ହେଲିକପ୍ଟର ସେକ୍ସନରେ ପାଇଲଟ ହୋଇଛନ୍ତି । ଭଗବାନ ନକରନ୍ତୁ ସେମାନେ ଯେତେବେଳେ ବି ଉଡାଣ ଭରିବେ ଆକାଶରୁ ଯାହାକୁ ଚାହିଁବେ ତାକୁ ଗୁଳି ମାରିଦେବେ । ସୋସିଆଲ ମିଡିଆରେ ଏହି ଫଟୋକୁ ଅନେକ ସେୟାର କରୁଛନ୍ତି ।
ସୋଲିଆଲ ମିଡିଆରେ ହେଉଛନ୍ତି ଟ୍ରୋଲ୍
ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ଏହି ଫଟୋ ଟ୍ରୋଲ୍ ହେବାରେ ଲାଗିଛି । ଅନେକ ଲେଖିଛନ୍ତି ଯେ, ତାଲିବାନ ନିଜ ପାଇଲଟଙ୍କୁ ଲାଇସେନ୍ସ ଦେଇଛି । ଏହ ଜନ୍ନତକୁ ସିଧା ଫ୍ଲାଇଟ୍ ହେବ । ଅନ୍ୟଜଣେ ୟୁଜର ଲେଖିଛନ୍ତି ଯେ, ତାଲିବାନ ନିଜର ଯୋଦ୍ଧାଙ୍କୁ ଫ୍ଲାଇଟ୍ ସାର୍ଟିଫିକେଟ୍ ଦେଇଛି । କିନ୍ତୁ ପ୍ରଶ୍ନ ହେଉଛି ଯେ,ସେମାନେ କ’ଣ ଲ୍ୟାଣ୍ଡ୍ କରିପାରିବେ । ଆଶା କରୁଛୁ ଯେ, ସେମାନେ ଭାରତ ଉପର ଦେଇ ଉଡିବେ ନାହିଁ । ଆଫଗାନିସ୍ତାନ ଏବେ ତାଲିବାନ ଆଇନ୍ ଅନୁସାରେ ଚାଲୁଛି । ଏଣୁ ତାଲିବାନ ଯଦି ନିଜ ଯୋଦ୍ଧାଙ୍କୁ ପାଇଲଟ୍ ଲାଇସେନ୍ସ ଦେଇଛି ତେବେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।