ମିଜୋରାମର ସର୍ବ କନିଷ୍ଠ ବିଧାୟିକା

Above Post Content

ନୂଆଦିଲ୍ଲୀ: ଜେଡ଼ଏମପିର ତିନିଜଣ ମହିଳା ମିଜୋରାମ ବିଧାନସଭା ନିର୍ବାଚନରେ ଜିତି ଇତିହାସ ସୃଷ୍ଟି କରିଛନ୍ତି । ଏମାନଙ୍କ ଭିତରୁ ଜଣେ ବିଧାୟିକାଙ୍କୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ଏହି ବିଧାୟକ ହେଉଛନ୍ତି ବେରିଲ୍ ଭାନେହସଙ୍ଗି । ଏବେ ସେ ମିଜୋରାମର ସର୍ବକନିଷ୍ଠ ବିଧାୟିକା ଭାବେ ବିବେଚିତ ହୋଇଛନ୍ତି ।

ଶ୍ରୋତାଙ୍କ ମନ ମୋହିଥିଲା ତାଙ୍କର ଭଏସ୍‌

After 2nd paragraph post ads

ବେରିଲ୍ ସିଲଙ୍ଗର ହିଲ ୟୁନିଭରସିଟିରେ ସାମ୍ବାଦିକତା ସାରିବା ପରେ ରେଡିଓ ଜକି ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଆଉ ତାଙ୍କ ମିଠା ଭଏସ ଶ୍ରୋତାଙ୍କ ମନ ମୋହିଥିଲା । ଯାହାଦ୍ୱାରା ସେ ଲୋକପ୍ରିୟତା ହାସଲ କରିଥିଲେ । ପରେ ପୌର ନିର୍ବାଚନରେ ପ୍ରାର୍ଥୀ ହୋଇ ରାଜନୈତିକ ମଇଦାନରେ ପାଦ ଥାପିଥିଲେ । ଆଉ କର୍ପୋରେଟର ହୋଇ ଜନସାଧାରଣଙ୍କ ପାଇଁ କାମ କରିଥିଲେ । କିନ୍ତୁ ଯେତେବେଳେ ସାଧାରଣ ନିର୍ବାଚନରେ ଜେଡ଼ଏମପି ତାଙ୍କୁ ଟିକେଟ ଦେଇଥିଲା ସୋସିଆଲ ମିଡିଆରେ ତାଙ୍କୁ ବହୁ ସମାଲୋଚନା କରାଯାଇଥିଲା । ମଜା ଉଡ଼ାଇବା ସହ ୟୁଜର୍ସମାନେ ଭିନ୍ନ ଭିନ୍ନ କମେଣ୍ଟମାନ ଦେଇଥିଲେ । କିନ୍ତୁ ସେ ଏହାକୁ କର୍ଣ୍ଣପାତ ନ କରି ଆଗକୁ ବଢିଥିଲେ । ବିଭିନ୍ନ ସ୍ଥାନରେ ପ୍ରଚାର କରିଥିଲେ ।

Middle post content

ରାଜନୀତିରେ ପ୍ରବେଶ କରିବା ନ ଥିଲା ସହଜ

ମହିଳାମାନଙ୍କୁ ଆଗକୁ ବଢ଼ିବାକୁ ସୁଯୋଗ ଦିଆଯାଉ ନ ଥିବାବେଳେ ଘରର ଚାରିକାନ୍ଥ ହିଁ ଆମ ଦୁନିଆ ବୋଲି ପିଲାଦିନରୁ ଶିଖା ଯାଇଥିଲା । କିନ୍ତୁ ଏହାକୁ ଅତିକ୍ରମ କରି ରାଜନୀତିରେ ପ୍ରବେଶ କରିବା ମୋ ପାଇଁ ସହଜ ନଥିଲା । ମହିଳାଙ୍କ ପାଇଁ ରାଜ୍ୟରେ ବହୁ କଡ଼ା ନୀତି ନିୟମ ସାଙ୍ଗକୁ ପ୍ରତିବନ୍ଧକ ରହୁଥିବାବେଳେ ଏହି ବିଜୟ ମହିଳାଙ୍କ ପାଇଁ ଉତ୍ସର୍ଗୀକୃତ ବୋଲି କହିଛନ୍ତି ବରେଲି । ଯେତେବେଳେ ସେ ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହୋଇଥିଲେ ସେ ଭାଙ୍ଗି ପଡ଼ିନଥିଲେ । ଦୃଢ଼ ମନୋବଳ ସହ ନିର୍ବାଚନ ଲଢ଼ି ବିଜୟ ହାସଲ କରି ବିଧାନସଭାରେ ପ୍ରବେଶ କରିଥିବାବେଳେ ସମାଲୋଚକଙ୍କ ମୁହଁ ବନ୍ଦ କରି ଦେଇଛନ୍ତି ।

ଟିକେଟ୍ ମିଳିବା ପରେ ମଜାକ୍ ଉଡ଼ାଉଥିଲେ ଲୋକେ

ବେରିଲ କୁହନ୍ତି , ଯେତେବେଳେ ମୋତେ ଟିକେଟ୍ ଦିଆଯାଇଥିଲା । ସୋସିଆଲ ମିଡିଆରେ ମଜା ଉଡ଼ାଇଥିଲେ ଲୋକେ । କହିଥିଲେ ଏହା ରାଜନୀତି ମଇଦାନ, ଫ୍ୟାସନ ଶୋ ନୁହେଁ । ମନୋରଞ୍ଜନ ଏବଂ ଫ୍ୟାସନ କରୁଥିବା କେହି ଜଣେ ନିର୍ବାଚନ ଲଢ଼ିବାକୁ ଆସିଛି । ସେ କେବେ ମଧ୍ୟ ଜିତି ପାରିବେ ନାହିଁ । ସୋସିଆଲ ମିଡିଆରେ ଅନେକ ଟ୍ରୋଲ ମଧ୍ୟ କରିଛନ୍ତି । ଏବେ ସମସ୍ତେ ଚୁପ୍ ହୋଇଯାଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami