୬ ଥର ବିଧାୟକ ହୋଇଥିବା କଂଗ୍ରେସ ମନ୍ତ୍ରୀଙ୍କୁ ହରାଇଲେ ଶ୍ରମିକ

Above Post Content

ନୂଆଦିଲ୍ଲୀ: ଗତ ରବିବାର ୪ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଯାଇଛି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ଜିତିଥିବା ବେଳେ ତେଲେଙ୍ଗାନାରେ କଂଗ୍ରେସ ସାନ୍ତ୍ୱନା ମୂଳକ ଭାବେ ବିଜୟୀ ହୋଇଛି । ଏହି ନିର୍ବାଚନ ଫଳାଫଳ ଘୋଷଣା ପରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ଅନେକ ନେତା ଏମିତି ଅଛନ୍ତି ଯେଉଁମାନେ ୫ଥର କିମ୍ବା ୫ରୁ ଅଧିକ ଥର ବିଧାୟକ ରହିଛନ୍ତି, କିନ୍ତୁ ଚଳିତ ନିର୍ବାଚନରେ ସେମାନେ ନିଜର ଆସନ ହରାଇ ଦେଇଛନ୍ତି । ଏହି ବିଧାୟକମାନଙ୍କ ମଧ୍ୟରୁ ଜଣେ ହେଉଛି ଈଶ୍ୱର ସାହୁ । ଯିଏକି ଏଠାରେ ୬ ଥର ବିଧାୟକ ଆସନରେ ବସିଥିବା ମନ୍ତ୍ରୀଙ୍କୁ ହରାଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି ।

୫ମ ଯାଏଁ ପଢିଛନ୍ତି ଇଶ୍ୱର

After 2nd paragraph post ads
Middle post content

ବେମେତରା ଜିଲ୍ଲାରେ ସାଜାର କଂଗ୍ରେସ ମନ୍ତ୍ରୀ ରବୀନ୍ଦ୍ର ଚୌବେ । ସେ ୬ ଥର ବିଧାୟକ ସାଜିଛନ୍ତି । କିନ୍ତୁ ଚଳିତଥର ରବୀନ୍ଦ୍ରଙ୍କୁ ବିଜେପିର ପ୍ରାର୍ଥୀ ଇଶ୍ୱର ସାହୁ ୫,୧୯୬ଟି ଭୋଟ ବ୍ୟବଧାନରେ ହରାଇ ଦେଇଛନ୍ତି । ଇଶ୍ୱର ସାହୁ ମାତ୍ର ୫ମ ଶ୍ରେଣୀ ଯାଏଁ ପାଠପଢ଼ିଛନ୍ତି । ସେ ଶ୍ରମିକ ଭାବେ କାମ କରୁଥିବା ବେଳେ ତାଙ୍କ ସ୍ତ୍ରୀ ଜଣେ ଗୃହିଣୀ । ତାଙ୍କ ପୁଅ ଭୁବନେଶ୍ୱର ସାହୁ ବିରନପୁର ଗ୍ରାମରେ ସାମ୍ପ୍ରଦାୟିକ ହିଂସାରେ ପ୍ରାଣ ହରାଇଛି ।

ଭୋଟରଙ୍କୁ ପୁଅ ମୃତ୍ୟୁର ନ୍ୟାୟ ମାଗିଥିଲେ ଇଶ୍ୱର

ଚଳିତବର୍ଷ ବିଧାନସଭା ନିର୍ବାଚନ ପାଇଁ ବିଜେପି ଇଶ୍ୱର ସାହୁଙ୍କୁ ଟିକେଟ ଦେଇ ମଇଦାନକୁ ଓହ୍ଲାଇଥିଲା । ଏହାପରେ ଈଶ୍ୱର ସାହୁ ଲୋକଙ୍କୁ ନିର୍ବାଚନ ପ୍ରଚାର ସମୟରେ କହିଥିଲେ ଭୋଟ ବଦଳରେ ପୁଅ ମୃତ୍ୟୁର ନ୍ୟାୟ ଦିଅନ୍ତୁ । ଏହି ପ୍ରଚାର ଲୋକଙ୍କ ହୃଦୟକୁ ସ୍ପର୍ଶ କରିଥିଲା । ଶେଷରେ ନିର୍ବାଚନ ଫଳାଫଳ ଘୋଷଣା ହେବାପରେ ଈଶ୍ୱର ସାହୁଙ୍କ ସଫଳତା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami