ସାମ୍ନାକୁ ଆସିଲା ଆମେରିକାର ‘ଅଦୃଷ୍ୟ’ ପରମାଣୁ ବୋମା ବର୍ଷକ ବିମାନ B-21 Raider Stealth Bomber ର ଚିତ୍ର

Above Post Content

ୱାସିଂଟନ: ଚୀନ୍ ଓ ଋଷ ସହିତ ସମ୍ପର୍କ ଦିନକୁ ଦିନ ଖରାପ ହେଉଥିବା ଭିତରେ ଆମେରିକା ନିଜ ସେନାକୁ ଅଧିକରୁ ଅଧିକ ଶକ୍ତିଶାଳୀ କରୁଛି । କିଛିଦିନ ତଳେ ଖବର ଆସିଥିଲା ଯେ, ଆମେରିକା ତାର ସବୁଠାରୁ ମାରକ ଓ ଆଧୁନିକ ପରମାଣୁ ବୋମାବର୍ଷକ ବିମାନ B-21 Raider Stealth Bomber ର ନିର୍ମାଣ ଶେଷ କରିଛି । ଏବେ ସେହି ଅତ୍ୟାଧୁନିକ ଓ ମାରାତ୍ମକ ଲଢୁଆ ବିମାନର ଚିତ୍ର ସାମ୍ନାକୁ ଆସିଛି । ଯେଉଁଥିରୁ ଜଣା ପଡୁଛି ଯେ, ଏହି ଯୁଦ୍ଧ ବିମାନ ଭବିଷ୍ୟତର ଗେମ୍ ଚେଂଜର ହୋଇପାରେ

ପରମାଣୁ ଅସ୍ତ୍ର ନେଇପାରିବ ଏହି ବିମାନ

After 2nd paragraph post ads

ଦୁନିଆର ସବୁଠାରୁ ଆଧୁନିକ ଏୟାର ଡିଫେନ୍ସ ସିଷ୍ଟମକୁ ମାତ୍ ଦେବା ଲକ୍ଷ୍ୟରେ ଆମେରିକା ଏହି ବିମାନ ତିଆରି କରିଛି । ଏହି ବିମାନକୁ ରାଡାରରେ ଧରିବା ସହଜ ନୁହେଁ । ଗତ ମାସରେ ବିମାନ ନିର୍ମାଣ ଶେଷ ହୋଇଥିବା ଖବର ଆସିଥିଲା । ଆମେରିକାର ଦାବି ଯେ, ଏହି ବିମାନକୁ ଋଷର ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ମଧ୍ୟ ଧରି ପାରିବ ନାହିଁ । ଏହା ମଧ୍ୟ ପରମାଣୁ ଅସ୍ତ୍ର ନେଇ ଆକ୍ରମଣ କରିପାରିବ ।

ଚିତ୍ର କହୁଛି କେତେ ଭୟଙ୍କର

B-21 raider stealth bomber, american fighter plane, USA, USA defense system, california, rising odisha
Middle post content

ମିଲିଟାରି ଡଟ୍ କମ୍ ନାମକ ୱେବସାଇଟ୍ ଅନୁସାରେ Northrop Grummanଙ୍କ ଦ୍ୱାରା ତିଆରି ଏହି ବିମାନର ଲୁକ୍ ଅତ୍ୟନ୍ତ ସ୍ଲିକ୍ । ଏହା ପୂର୍ବରୁ ବିମାନର ଯେଉଁ କନସେପ୍ଟ ସାମ୍ନାକୁ ଆସିଥିଲା ନୂଆ ଫଟୋ ତା’ଠାରୁ ସମ୍ପୂର୍ଣ୍ଣ ଅଲଗା । ନୂଆ ଚିତ୍ରରେ ଏହାର ସମ୍ମୁଖ ଭାବ ଅଧିକ ସଠିକତାର ସହିତ ଦୃଷ୍ୟମାନ ହେଉଛି । ଏହାଛଡା କକପିଟରେ ତେରଛା ଝରକା ଦେଖିବାକୁ ମିଳିଛି । ବଡ଼ ବିମାନରେ ୪ ଝରକା ରହିଛି, ଯାହାକି କକପିଟ୍ ସାମ୍ନାରେ ରହିଛି ।

ଗୋଟିଏ ବିମାନର ଦାମ ୪ ହଜାର ୫ଶହ କୋଟି ଟଙ୍କା

ଆମେରିକା ନିଜ ସାମ୍ରାଜ୍ୟକୁ ଅଭେଦ୍ୟ କରିବା ପାଇଁ ଏହି ବିମାନ ତିଆରି କରିଛି । ଏଥିରେ ଆମେରିକା ହଜାର ହଜାର କୋଟି କେବଳ ଗବେଷଣାରେ ଖର୍ଚ୍ଚ କରିଛିଡେଲି ମେଲ୍ ରିପୋର୍ଟ ଅନୁସାରେ ଏହି ଅଦୃଷ୍ୟ ବିମାନ ସବୁଠୁ ଦାମୀ ଲଢୁଆ ବିମାନ ହେବାକୁ ଯାଉଛି । ଗୋଟିଏ ବିମାନର ଦାମ ୬୦ କୋଟି ଡଲାର ପଡିବ । ଅର୍ଥାତ ଭାରତ ଯଦି ଗୋଟିଏ ବିମାନ କିଣିବାକୁ ଚାହିଁବ ତେବେ ତାକୁ ଗୋଟିଏ ବିମାନ ପାଇଁ ଦେବାକୁ ପଡିବ ୪ ହଜାର ୫ଶହ କୋଟି ।

୧୦୦ ବିମାନ ତିଆରି କରିବ ଆମେରିକା

B-21 raider stealth bomber, american fighter plane, USA, USA defense system, california, rising odisha

ଆମେରିକାର ଯୋଜନା ହେଉଛି ଚୀନ୍ ଓ ଋଷକୁ ମାତ୍ ଦେବାକୁ ଅତିକମରେ ୧ଶହ ବିମାନ ତିଆରି କରିବା । ଆଗାମୀ ୫ ବର୍ଷ ମଧ୍ୟରେ ଏହି ଶହେ ବିମାନ ଆମେରିକା ବାୟୁସେନାରେ ସାମିଲ ହେବେ ବୋଲି ଆଶା କରାଯାଉଛି । ରିପୋର୍ଟ ଅନୁସାରେ ଦୁଇଟି ବି-୨୧ କାର୍ଲିଫର୍ଣ୍ଣିଆର ପାମଡେଲ ପ୍ଲାଣ୍ଟ ୪୨ ତିଆରି ସରିଛି । ମୁଳ ଯୋଜନା ଅନୁସାରେ ଏହି ଦୁଇ ବିମାନକୁ ୨୦୨୧ ଶେଷ ସୁଧା ଉଡାଇବାର ଲକ୍ଷ୍ୟ ଥିଲା । ତେବେ କରୋନା ମହାମାରୀ କାରଣରୁ ଏଥିରେ ବିଳମ୍ବ ହେବାର ସମ୍ଭାବନା ଥିଲା । କିନ୍ତୁ ଆମେରିକା ବାୟୁସେନା ବର୍ତ୍ତମାନ ଏହି ଦୁଇଟି ବିମାନକୁ ନେଇ କ’ଣ କରିବ ସେନେଇ କୌଣସି ସୂଚନା ମିଳିନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami