ଜେନେଟିକ୍ ଇଞ୍ଜିନିୟରିଂ ଜରିଆର ଚୀନ୍ ତିଆରି କରୁଛି ସୁପର ସୋଲଜର, ଭାରତ ପାଇଁ କେତେ ବିପଦ ?

Above Post Content

୧୯୯୩ ମସିହାରେ ଆସିଥିଲା ହଲିଉଡ୍ ଫିଲ୍ମ ୟୁନିଭର୍ସାଲ ସୋଲଜର । ଏହି ପ୍ରାଂଚାଇଜିରେ ଏପର୍ଯ୍ୟନ୍ତ ଦୁଇରୁ ଅଧିକ ଫିଲ୍ମ ଆସି ସାରିଛି । ଫିଲ୍ମରେ ଭବିଷ୍ୟତର ଏଭଳି କିଛି ସୁପର ସୋଲଜର ବା ସୈନିକଙ୍କ କାହାଣୀ ଥିଲା ଯେଉଁମାନେ ଜେନେଟିକାଲି ମୋଡିଫାଇଡ୍ ଥିଲେ । କାହାଣୀ ଅନୁସାରେ ଭିଏତନାମ ଯୁଦ୍ଧରେ ନିହତ କିଛି ଆମେରିକୀୟ ସୈନିକଙ୍କୁ ଏକ ଗୁପ୍ତ ବୈଜ୍ଞାନିକ ପ୍ରୟୋଗରେ ଆମେରିକା ଜୀବିତ କରାଇଛି । ଆଉ ଏହି ସୈନିକ ସବୁ ଦୃଷ୍ଟିରୁ ଥିଲେ ଅଭେଦ୍ୟ । ସେମାନଙ୍କ ପାଖରେ ମୃତ୍ୟୁ ହାର ମାନିଥିଲା ।

ରିପୋର୍ଟକୁ ଯଦି ବିଶ୍ୱାସ କରାଯାଏ ତେବେ ଚୀନ ସେହିଭଳି କିଛି ପ୍ରୟୋଗ ଏବେ କରୁଛି । ଅବଶ୍ୟ ଚୀନ ମୃତ ସୈନିକଙ୍କୁ ଜୀବିତ କରାଉନି । ତେବେ ଏହା ସୈନିକଙ୍କ ଜିନରେ ପରିବର୍ତ୍ତନ ଆଣି ସେମାନଙ୍କୁ ସୁପର ଷ୍ଟ୍ରଙ୍ଗ କରିଛି । ଏହି ସୈନିକ ଯେକୌଣଶି ସ୍ଥାନରେ କାମ କରିପାରିବେ । ଏମାନଙ୍କ ଉପରେ ରୋଗର ପ୍ରଭାବ ପଡିବ ନାହିଁ । ଅର୍ଥାତ ଏଭଳି ସୈନିକ ଯଦି ସିଆଚିନ୍ ଭଳି ବରଫାବୃତ ଅଂଚଳରେ ମୁତ୍ତୟନ ହେବେ ତେବେ ସେଠାର ପ୍ରତିକୂଳ ପାଗର ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡିବ ନାହିଁ ।

After 2nd paragraph post ads

କେମିତି ତିଆରି କରୁଛି ସୁପର ସୋଲଜର ?

Middle post content

ବିଜିଆଇ ନାମକ କମ୍ପାନୀ ସହିତ ମିଶି ଚୀନ୍ ସେନା ସୁପର ସୋଲଜର ପ୍ରସ୍ତୁତ କରୁଛି । ଏହି ପ୍ରୟୋଗ କ୍ରମରେ ସୈନିକଙ୍କ ଜିନରେ ପରିବର୍ତ୍ତନ ଅଣଯାଉଛି । ଏଥିପାଇଁ ରିସର୍ଚ୍ଚ ଚାଲିଛି । ମିଡିଆ ରିପୋର୍ଟ ଅନୁସାରେ ଚୀନ୍ ଏଥିପାଇଁ ୫୨ ଦେଶର ୮୦ ଲକ୍ଷରୁ ଅଧିକ ଗର୍ଭବତି ମହିଳାଙ୍କ ଜେନେଟିକ୍ ଡାଟା ଚୋରି କରି ତାହାର ଅଧ୍ୟୟନ କରୁଛି । ଆମେରିକା ଗଣମାଧ୍ୟମରେ ପ୍ରକାଶିତ ଏହି ରିପୋର୍ଟକୁ ନେଇ ଚିନ୍ତା ପ୍ରକଟ କରିଛି । ଖବର ସରବରାହ ସଂସ୍ଥା ରୟଟର ଜୁଲାଇ ୭ ତାରିଖରେ ପ୍ରକାଶିତ ଏକ ରିପୋର୍ଟରେ ଦାବି କରିଛି ଯେ, ବିଜିଆଇ ଗ୍ରୁପ୍ ବ୍ରେନ୍ ସର୍ଜରି ଦ୍ୱାରା ଅଧିକ ଉଚ୍ଚତା ବିଶିଷ୍ଟ ପାହାଡିଆ କ୍ଷେତ୍ରରେ ମୁତ୍ତୟନ ହେଉଥିବା ଚୀନ୍ ସୈନିକଙ୍କ ରକ୍ଷା ପାଇଁ ଔଷଧ ଓ ଜିନ୍ ମଧ୍ୟରେ ସମ୍ବନ୍ଧ ଉପରେ ନିଜ ଗବେଷଣା ରିପୋର୍ଟ ପ୍ରକାଶ କରିଛି ।

ଏହା ପୂର୍ବରୁ ବାଇଡେନ୍ ପ୍ରଶାସନ ତରଫରୁ ମାର୍ଚ୍ଚ ମାସରେ ଏନେଇ ଚେତାବନୀ ଦିଆଯାଇଥିଲା । ଏହି ଚେତବାନୀରେ କୁହାଯାଇଥିଲା ଯେ, ବିଜିଆଇ ଗ୍ରୁପ ମହିଳାଙ୍କ ଜିନୋମିକ୍ ଡାଟାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ଅଧ୍ୟୟନ କରୁଛି । ଚୀନ୍ ଏଥିରୁ ଆର୍ଥିକ ଓ ସାମରିକ ଲାଭ ପାଇବ ବୋଲି ଆମେରିକା ଆଶଙ୍କା କରୁଛି ।

ଭାରତ ପାଇଁ ବିପଦ

ଚୀନର ଏହି ଗବେଷଣା ଭାରତ ପାଇଁ ବିପଦ ହେବାକୁ ଯାଉଛି । କାରଣ ଭାରତ ସୀମାରେ ମୁତ୍ତୟନ ଥିବା ସୈନିକଙ୍କୁ ନେଇ ଚୀନ୍ ଏଭଳି ଗବେଷଣା କରୁଛି । ଡିଏନଏ ଡାଟା ବିଶ୍ଲେଷଣ ଆଧାରରେ ଚୀନ ସୈନିକଙ୍କ ଜିନରେ ପରିବର୍ତ୍ତନ ଆଣୁଛି । ଯାହାଦ୍ୱାରା ପାହାଡିଆ ଓ ଉଚ୍ଚା ଯୁଦ୍ଧ କ୍ଷେତ୍ରରେ ମୁତ୍ତୟନ ଥିବା ସୈନିକଙ୍କୁ ଗମ୍ଭୀର ରୋଗରୁ ସୁରକ୍ଷିତ ରଖାଯାଇପାରିବ । ସୂଚନାଯୋଗ୍ୟ ଯେ, ଭାରତୀୟ ସୈନିକଙ୍କ ପାହାଡିଆ ଯୁଦ୍ଧ ଅଭିଜ୍ଞତା ତୁଳନାରେ ଚୀନ ସୈନିକଙ୍କ ଅଭିଜ୍ଞତା ଢେର କମ । ସେମାନେ ମଧ୍ୟ ଅଧିକ ଉଚ୍ଚତା ସହ ନିଜକୁ ଖାପ ଖୁଆଇ ପାରୁନାହାନ୍ତି । କିନ୍ତୁ ଯଦି ଚୀନ୍ ଯଦି ନିଜ ଗବେଷଣାରେ ସଫଳ ହୁଏ ତେବେ ଏହା ଭାରତ ପାଇଁ ବିପଦ ହେବ । କେବଳ ଭାରତ ନୁହେଁ ଚୀନର ସୁପର ସୋଲଜର ପୁରା ବିଶ୍ୱ ପାଇଁ ଚିନ୍ତାର କାରଣ ହେବେ । କାହିଁକିନା ଏଭଳି ମହାବଳଶାଳୀ ସୈନିକଙ୍କୁ କାବୁ କରିବା ସହଜ ହେବ ନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami