୨ ହଜାର ଟଙ୍କା ଛାପିବାରେ ଯେତିକି ଖର୍ଚ୍ଚ ହୁଏ ତା’ଠାରୁ ଅଧିକ ଏକ ଟଙ୍କିଆ ମୁଦ୍ରା ତିଆରିରେ ଖର୍ଚ୍ଚ କରେ ରିଜର୍ଭ ବ୍ୟାଙ୍କ

Above Post Content

ଭାରତରେ ଟଙ୍କା ଛାପିବାର ଅଧିକାର କେବଳ ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖରେ ହିଁ ରହିଛି । କେବଳ ୧ ଟଙ୍କିଆ ନୋଟକୁ ଛାଡିଦେଲେ ବାକି ସମସ୍ତ ନୋଟ ଆରବିଆଇ ହିଁ ମୁଦ୍ରଣ କରନ୍ତି। ୧ ଟଙ୍କିଆ ନୋଟକୁ ଅର୍ଥମନ୍ତ୍ରାଳୟ ମୁଦ୍ରଣ କରିଥାନ୍ତି । ଅନ୍ୟ ସବୁ ନୋଟରେ ଆରବିଆଇ ଗଭର୍ଣ୍ଣରଙ୍କ ହସ୍ତାକ୍ଷର ଥିବାବେଳେ ୧ ଟଙ୍କିଆ ନୋଟରେ ଅର୍ଥମନ୍ତ୍ରାଳୟ ସଚିବଙ୍କ ହସ୍ତାକ୍ଷର ରହିଥାଏ। କେବଳ ନୋଟ ନୁହେଁ ଆରବିଆଇ ସାରା ଦେଶରେ ମୁଦ୍ରା ମଧ୍ୟ ଯୋଗାଣ କରିଥାନ୍ତି। ଏଣୁ ଦେଶରେ କେତେ ମୁଦ୍ରାର ଆବଶ୍ୟକତା ରହିଛି ଓ ତାର ପ୍ରସ୍ତୁତି ଲାଗି ଆରବିଆଇ ଏକ ସଂରକ୍ଷିତ ପ୍ରଣାଳୀ ନିର୍ଦ୍ଧାରଣ କରରିଥାଏ। ଆରବିଆଇ ଟଙ୍କା ଛାପିବା ପାଇଁ ମିନିମମ ରିଜର୍ଭ ସିଷ୍ଟମ ବା ନ୍ୟୁନତମ ସଂରକ୍ଷିତ ପ୍ରଣାଳୀ ନିୟମର ପାଳ କରେ । ଏହି ନିୟମ ବା ପ୍ରଣାଳୀ ୧୯୫୬ ମସିହାରେ ଆରମ୍ଭ ହୋଇଥିଲା । ଯାହା ଏବେବି ପ୍ରଚଳିତ ରହିଛି ।

ଏହା ଅନୁଯାୟୀ ଆରବିଆଇ ନୋଟ ମୁଦ୍ରଣ କରିବା ଲାଗି ନିଜ ପାଖରେ ୨ଶହ କୋଟି ଟଙ୍କାର ସମ୍ପତ୍ତି ସଂରକ୍ଷିତ ରଖେ । ଏଥିରୁ ୧୧୫ କୋଟି ଟଙ୍କାର ସୁନା ଭଣ୍ଡାର ଓ ୮୫ କୋଟି ଟଙ୍କାର ବିଦେଶୀ ମୁଦ୍ରା ରଖିବା ନିହାତି ଆବଶ୍ୟକ। ଏତିକି ପରିମାଣର ସମ୍ପତ୍ତି ନିଜ ପାଖରେ ଗଛିତ ରଖିବା ପରେ ହିଁ ଆରବିଆଇ ଅର୍ଥବ୍ୟବସ୍ଥା ଆବଶ୍ୟକ କରୁଥିବା ଟଙ୍କା ଛାପିବା ଲାଗି ପ୍ରସ୍ତୁତି କରେ । ଆଉ ଏହାକୁ ହିଁ କୁହାଯାଏ ନ୍ୟୁନତମ ସଂରକ୍ଷିତ ପ୍ରଣାଳୀ ।

After 2nd paragraph post ads

ଆମେ ପ୍ରତ୍ୟେକଦିନ ୧୦, ୨୦, ୫୦, ୧୦୦, ୫୦୦ ଓ ୨୦୦୦ ଟଙ୍କିଆ ନୋଟର ବ୍ୟବହାର କରୁହେଲେ ଆପଣ ଜାଣନ୍ତି କି ଏହାକୁ ଛାପିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ ? ଚାଲନ୍ତୁ ଏ ବିଷୟରେ ଜାଣିବା..

୧୦ ଟଙ୍କା ନୋଟ ଛାପିବା ପାଇଁ କେତେ ଖର୍ଚ୍ଚ ହୁଏ ଜାଣିବା ଆଗରୁ ଆସନ୍ତୁ ଜାଣିବା ୨୦୦୦ ଟଙ୍କିଆ ନୋଟ ବିଷୟରେ । ଏହି ନୋଟ ହେଉଚି ଭାରତୀୟ ମୁଦ୍ରାର ସବୁଠୁ ବଡ଼ ନୋଟ । ଏହି ନୋଟ ଛାପିବା ପାଇଁ ପାଖାପାଖି ୩ଟଙ୍କା ୫୪ ପଇସା ଖର୍ଚ୍ଚ କରିଥାଏ ରିଜର୍ଭ ବ୍ୟାଙ୍କ । ସେହିଭଳି ୫୦୦ ଟଙ୍କିଆ ନୋଟ ପାଇଁ ୨ ଟଙ୍କା ୯୪ ପଇସା ଓ ୨୦୦ ଟଙ୍କିଆ ନୋଟ ପାଇଁ ୨ ଟଙ୍କା ୯୩ ପଇସା ଖର୍ଚ୍ଚ ହୋଇଥାଏ ।

Middle post content

୧୦୦ ଟଙ୍କିଆ ନୋଟ ପାଇଁ ୧ ଟଙ୍କା ୫୧ ପଇସା ଓ ୫୦ ଟଙ୍କିଆ ନୋଟ ପାଇଁ ୧ ଟଙ୍କା ୨୨ ପଇସା ଖର୍ଚ୍ଚ ହୁଏସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ସରକାର ୧୦ ଟଙ୍କିଆ ନୋଟ ପାଇଁ ୨୦ ଟଙ୍କିଆ ନୋଟରୁ ଅଧିକ ଖର୍ଚ୍ଚ କରନ୍ତି ।

୧୦ ଟଙ୍କିଆ ନୋଟ ଛାପିବା ପାଇଁ ୧ ଟଙ୍କା ୧ ପଇସା ଖର୍ଚ୍ଚ ହେଉଥିବାବେଳେ ୨୦ ଟଙ୍କିଆ ନୋଟ ପାଇଁ ମାତ୍ର ୧ ପଇସା ଖର୍ଚ୍ଚ ହୋଇଥାଏ ।

କେଉଁଠି ଛପା ହୁଏ ଟଙ୍କା :

ଭାରତ ସରକାର ଏବଂ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଅଧିନରେ ଦେଶରେ ୪ଟି ପ୍ରିଣ୍ଟିଂ ପ୍ରେସ ରହିଛି। ଏଗୁଡ଼ିକ ମହାରାଷ୍ଟ୍ରର ନାସିକ୍, ମଧ୍ୟପ୍ରଦେଶର ଦେୱାସ, କର୍ଣ୍ଣାଟକର ମହିସୁର ଓ ପଶ୍ଚିମବଙ୍ଗର ସାଲବୋନିରେ ରହିଛି । ଟଙ୍କା ଛାପିବା ପାଇଁ ଯେଉଁ କାଳି ବ୍ୟବହାର ହୁଏ ତାହା ସ୍ୱିଜରଲ୍ୟାଣ୍ଡରୁ ଆସିଥାଏ । ଏବଂ ଏଥିରେ ଏକ ବିଶେଷ ପ୍ରକ୍ରିୟାରେ ତିଆରି କାଗଜ ବ୍ୟବହୃତ ହୋଇଥାଏ ।

ନୋଟ ଭଳି ମୁଦ୍ରା ପାଇଁ ଭାରତର ୪ଟି ସ୍ଥାନରେ ମୁଦ୍ରାଶାଳ ରହିଛି । ଏଥିରୁ ଗୋଟିଏ ମୁମ୍ବାଇରେ ଥିବା ବେଳେ ଗୋଟିଏ କୋଲକାତାରେ, ଗୋଟିଏ ହାଇଦ୍ରାବାଦରେ ଓ ଆଉ ଗୋଟିଏ ନୋଏଡାରେ ରହିଛି । ୧ ଟଙ୍କାର କଏନ ପ୍ରସ୍ତୁତି ଲାଗି ପ୍ରାୟ ୧ ଟଙ୍କା ୧୧ ପଇସା ଖର୍ଚ୍ଚ ହୋଇଥାଏ । ଯାହାକି ତାର ପ୍ରକୃତ ମୂଲ୍ୟଠୁ ବି ଅଧିକ । ସେହିପରି ୨ ଟଙ୍କିଆ କଏନ ପାଇଁ ୧ ଟଙ୍କା ୨୮ ପଇସା, ୫ ଟଙ୍କିଆ କଏନ ପାଇଁ ୩ ଟଙ୍କା ୬୯ ପଇସା ଓ ୧୦ ଟଙ୍କିଆ କଏନ ପାଇଁ ଲାଗି ଖର୍ଚ୍ଚ ହୋଇଥାଏ ୫ଟଙ୍କା ୫୪ପଇସା ଖର୍ଚ୍ଚ ହୋଇଥାଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami