![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଅଲିଭ ରିଡଲେ କଇଁଛ ଅଣ୍ଡାଦାନ କରୁଥିବା ସମସ୍ତ ଅଞ୍ଚଳଙ୍କୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । ଏନେଇ ରାଜ୍ୟ ବନ ବିଭାଗର ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି, ଏବେ ଋଷିକୂଲ୍ୟା ଓ ଗହୀରମଥା ମୁହାଣକୁ ଅଲିଭ ରିଡଲେ କଇଁଛ ଆଗମନ ଆରମ୍ଭ ହୋଇଛି ।
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
କଇଁଛ ଛୁଆ ଜନ୍ମ ହୋଇ ସମୁଦ୍ରକୁ ଯିବା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
ଦେବୀ, ଋଷିକୂଲ୍ୟା ଓ ମହାନଦୀ ମୁହାଣରେ ମଧ୍ୟ ଅଲିଭ ରିଡଲେ କଇଁଛ ଅଣ୍ଡାଦାନ କରିଥାନ୍ତି । ତେଣୁ ଏବେ ଠାରୁ ଯେକୌଣସି ସମୟରେ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇପାରେ । ତେଣୁ ସେସବୁ ଅଞ୍ଚଳକୁ ପର୍ଯ୍ୟଟକଙ୍କ ଲାଗି ବାରଣ କରାଯାଇଛି । କଇଁଛ ଛୁଆ ଜନ୍ମ ହୋଇ ସମୁଦ୍ରକୁ ଯିବା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ପ୍ରତିବର୍ଷ କଇଁଛମାନେ ବହୁ ସଂଖ୍ୟାରେ ଏଠାକୁ ଆସୁଛନ୍ତି । ଏହା ଆମ ପାଇଁ ଗର୍ବର ବିଷୟ । ସେମାନେ ସୁରୁଖୁରୁରେ ଗଣ ଅଣ୍ଡାଦାନ କରି ଫେରି ଯିବେ । ସେଥିପାଇଁ ବନ ବିଭାଗ ଓ ପ୍ରଶାସନକୁ ସହାୟତା କରନ୍ତୁ ବୋଲି କହିଛନ୍ତି ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)