![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
କୋଣାର୍କ : ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଗୋପାଳ ସମାଜ । କାକଟପୁର ମଙ୍ଗଳା ମନ୍ଦିର ସମ୍ମୁଖରେ କଲେ ସମୁହ ଦୀପ ଦାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୦ ଡିସିମିଲ୍ ଭୂମି ଅଲ୍ ଓଡ଼ିଶା ଗୋପାଳ ସମାଜକୁ ପ୍ରଦାନ କରିଛନ୍ତି । ଓଡିଶାରେ ୧ କୋଟି ୫ଲକ୍ଷ ଗୋପାଳଙ୍କ ପାଇଁ ଭୁବେନଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ନିର୍ମାଣ ହେବ ଗୋପାଳ ସମାଜ ଭବନ । ଭୁବନେଶ୍ୱର ଆସୁଥିବା ଗୋପାଳ ସମ୍ପ୍ରଦାୟର ଛାତ୍ରଛାତ୍ରୀ, ରୋଗୀ, ଏଠାରେ ରହିବାର ବ୍ୟବସ୍ଥା କରାଯିବ । ଏନେଇ ଓଡ଼ିଶା ଗୋପାଳ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ମଙ୍ଗଳା ମନ୍ଦିରରେ ଏକାଠି ହେଲେ ଗୋପାଳ ସମାଜ
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ଉଦ୍ଧେଶ୍ୟରେ କାକଟପୁର ମଙ୍ଗଳା ମନ୍ଦିର ସାମ୍ନାରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଗୋପାଳ ସମାଜର ପ୍ରତ୍ୟେକ କର୍ମଚାରୀ ମନ୍ଦିରରେ ସମୁହ ଦୀପ ଦାନ କରିଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)