ସୁଶାନ୍ତ ଓ ମନ୍ମଥଙ୍କ ପଥରବନ୍ଧ ପଡ଼ିଆରେ ନିର୍ବାଚନୀ ସଭା

Above Post Content

ଚନ୍ଦ୍ରଶେଖରପୁର: ପ୍ରଚାର ମଇଦାନକୁ ଓହ୍ଲାଇଲେ ଭୁବନେଶ୍ୱର ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ । ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଏମ୍‌ସିର ୧୭ ନମ୍ବର ୱାର୍ଡର ପଥରବନ୍ଧ ପଡ଼ିଆଠାରେ ଏକ ନିର୍ବାଚନୀ ସଭା କରିଥିଲେ ମନ୍ମଥ । ଏହି ସଭାରେ ସେ ସାମିଲ ହୋଇ ଡବଲ ଶଙ୍ଖରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଥିଲେ ।

Middle post content

ମୁଖ୍ୟମନ୍ତ୍ରୀଙ୍କ ବିକାଶର ଧାରା ଜାରି ରହିବ

After 2nd paragraph post ads

ବର୍ତ୍ତମାନର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନେତୃତ୍ୱରେ ଆଜିର ସଭା ଅନୁଷ୍ଠିତ ହୋଇଥିଲା । ବିଧାୟକ ଶ୍ରୀ ରାଉତ କହିଲେ, ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ ଯୋଜନା, ନିର୍ମଳ ଭାବମୂର୍ତ୍ତିକୁ ନେଇ ଲୋକଙ୍କୁ ସେବା ଯୋଗାଇ ଦିଆଯାଉଛି । ବସ୍ତିବାସିନ୍ଦାଙ୍କଠାରୁ ଆରମ୍ଭ କରି ସହରବାସୀଙ୍କ ପାଇଁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିକାଶର ଏହି ଧାରା ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କଅଁର, ବରିଷ୍ଠ ନେତା ସୁବାସ ଚନ୍ଦ୍ର ପାତ୍ର, କର୍ପୋରେଟର ମିହିର ରାଉତ, ପୂଜା ମହାରଣା, ମିନୁଶ୍ରୀ ଖୁଣ୍ଟିଆ, ସେକ ନୁ?ର୍ହାସନ, ମୋନାଲିସା ବେହେରା, ମାନସୀ ସୁନ୍ଦରାୟ, ପିଙ୍କି ସ୍ୱାଇଁ, ଅଚ୍ୟୁତାନନ୍ଦ ସ୍ୱାଇଁ, ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ଇତିଶ୍ରୀ ଦାସ, ପୂର୍ବତନ କର୍ପୋରେଟର ସଞ୍ଜୟ ସେଠୀ, ନିର୍ମଳ ରାଉତ, ପ୍ରତାପ ରାଉତରାୟ, ସଞ୍ଜୟ ବଳିଆରସିଂ, ସୁସ୍ମିତା ଦାସ, ଗଣେଶ ନାୟକ, ଯୁବନେତା ଆଦିକନ୍ଦ ରାଉତ, ସବ୍ୟସାଚୀ ସାହୁ, ଦିଲ୍ଲୀପ ନାୟକ, ଅନୁପ୍‌? ଖୁଣ୍ଟିଆ, ଭୋଳାନାଥ ମହାରଣା ଓ ମହିଳା ନେତ୍ରୀ ସୂର୍ଯ୍ୟକାନ୍ତି ଜେନା ପ୍ରମୁଖ ସାମିଲ ହୋଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami