![Above Post Content](https://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟ୍କା ଲାଗିଛି । ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ନିଜ ଇସ୍ଥଫା ପତ୍ରକୁ ସେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ପଠାଇ ଦେଇଛନ୍ତି । ଦୀର୍ଘ ୨୩ ବର୍ଷ ଧରି ବିଜେପିରେ ଥିବା ଭୃଗୁ ରାଜ୍ୟ ବିଜେପିର କାର୍ଯ୍ୟ ନେଇ ଅସନ୍ତୁଷ୍ଟ ଥିବା କୁହାଯାଉଥିଲା । ହେବାକୁ ଯାଉଥିବା ଲୋକସଭା ନିର୍ବାଚନରେ ତାଙ୍କୁ କୌଣସି ସକ୍ରିୟ ଭୂମିକାରେ ନ ଥିଲେ । ଗତ ନିର୍ବାଚନରେ ସେ ବ୍ରହ୍ମପୁର ଲୋକସଭା ଆସନରୁ ଳଢ଼ିଥିଲେ ।
![After 2nd paragraph post ads](https://risingodisha.in/wp-content/uploads/2023/08/728.jpg)
![Middle post content](https://risingodisha.in/wp-content/uploads/2023/08/website-1-e1691833471554.jpg)
ଦଳରେ ମୋର ଆବଶ୍ୟକତା ନାହିଁ
ନିଜ ଇସ୍ତଫା ପତ୍ରରେ ସେ କହିଛନ୍ତି, ମୁଁ ଓଡ଼ିଶାର ଜନତାଙ୍କ ସେବା ଜାରି ରଖିବି । ମୁଁ ଦୀର୍ଘ ୨୩ ବର୍ଷ ଧରି ଜଣେ ସଭ୍ୟ ଭାବେ ରାଜ୍ୟରେ ଦଳର ଉନ୍ନତି ପାଇଁ ସମସ୍ତ ପ୍ରୟାସ କରିଛି । ଦଳ ଦେଇଥିବା ସମସ୍ତ ଦାୟିତ୍ୱ ନିଷ୍ଠା, ପରିଶ୍ରମ ଏବଂ ସ୍ଥିରତାର ସହିତ ତୁଲାଇଛି । ବିଭିନ୍ନ ସାଂଗଠନିକ ଏବଂ ରାଜନୈତିକ କାର୍ଯ୍ୟ ବୃଦ୍ଧି କରିବାରେ ଦଳ ମୋ ଉପରେ ଆସ୍ଥା ରଖିଥିବାରୁ ମୁଁ ଦଳ ପ୍ରତି କୃତଜ୍ଞତା ଜଣାଉଛି । କିଛି ଦିନ ହେଲା ଦଳରେ ମୋର କିମ୍ବା ମୋ ସେବାର ଆବଶ୍ୟକତା ଆଉ ନାହିଁ ବୋଲି ଉପଳବ୍ଧି କରିବା ପରେ ମୁଁ ଏହି ନିଷ୍ପତ୍ତି ନେବାକୁ ସ୍ଥିର କରିଛି ।
![Below Post Content](https://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)