ସମାଜ କଲ୍ୟାଣରେ ମେନକା କିନ୍ନର

Above Post Content

ଏବେ କରୋନାର ଦ୍ୱିତୀୟ ଲହର କରାଳ ରୂପ ନେଇଛି । ଚାରିଆଡେ ଭୟର ବାତାବରଣ । ଏହି ଘଡ଼ିସନ୍ଧି ମୁହୂର୍ତରେ ଜୀବନକୁ ବାଜି ଲଗାଇ ଲୋକଙ୍କ ସ୍ୱାର୍ଥ ଉଦ୍ଦେଶ୍ୟରେ ଦିନରାତି ଏକ କରିଦେଇଛନ୍ତି ଜଣେ ତୃତୀୟଲିଙ୍ଗୀ । ସେ ହେଉଛନ୍ତି ମେନକା କିନ୍ନର । ସେ ବସ୍ତିବାସିନ୍ଦାଙ୍କ ପାଇଁ ସାଜିଛନ୍ତି ଦେବଦୂତ । ଭୋକିଲା, ଅସହାୟ ଏବଂ ଦୁସ୍ଥଙ୍କ ପାଇଁ ଦରଦୀ ମନୋଭାବ ପୋଷଣ କରିଛନ୍ତି ।  ସମସ୍ତଙ୍କ ପାଇଁ ସେ ପାଲଟିଛନ୍ତି ‘ମା’ । ବ୍ୟକ୍ତିଗତ ସ୍ୱାର୍ଥକୁ ପଛରେ ପକାଇ ସମାଜର ସୁରକ୍ଷା ପାଇଁ ଦିନରାତି ଏକ କରିଦେଇଛନ୍ତି ମେନକା । ମହାମାରୀ ପରିସ୍ଥିତିରେ ମେନକା ଚିନ୍ତା, ଚେତନା ଓ କାର୍ଯ୍ୟଧାରା ନିହାତି ଭାବେ ବିରଳ ଉଦାହରଣ ସୃଷ୍ଟି କରିଛି । ଭୁବନେଶ୍ୱର ନୟାପଲ୍ଲୀ ବିନାୟକ ବସ୍ତିରେ ରହୁଥିବା ମେନକା ଏବେ ବସ୍ତିବାସିନ୍ଦାଙ୍କ ପାଇଁ ସାଥୀ ପାଲଟିଛନ୍ତି ।

Middle post content

ଗତବର୍ଷ କରୋନାଠାରୁ କିନ୍ନରମାନେ ଏହି ସାନିଟାଇଜେସନ୍ ଅଭିଯାନ ଆରମ୍ଭ କରିଛନ୍ତି । ଏବେ କରୋନାର ଦ୍ୱିତୀୟ ଲହର ଚାଲିଥିବାବେଳେ ମଧ୍ୟ ସେମାନେ ତାଙ୍କ ଅଭିଯାନରୁ ବିରତି ନେଇ ନାହାନ୍ତି ।  ଏହି ଅଭିଯାନର ମୁଖ୍ୟ ପୁରୋଧା ସାଜିଛନ୍ତି ମେନକା । ତାଙ୍କ କାମରେ ଅନୁପ୍ରାଣିତ ହୋଇ ଅନେକ ଲୋକ ତାଙ୍କୁ ଫୋନ୍ କରି ସାନିଟାଇଜ ପାଇଁ ଡାକୁଛନ୍ତି । କରୋନା ସମୟରେ ନିଜ ଜୀବନକୁ  ବିପଦପୂର୍ଣ୍ଣ ଜାଣି ମଧ୍ୟ ସେ ସହାୟତାର ହାତ ବଢ଼ାଇଛନ୍ତି । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଅଭିଯାନରେ ନିଜକୁ ଜଡ଼ିତ କରିଛନ୍ତି । କେବଳ ସେତିକି ନୁହେଁ, ଅସହାୟ ଭୋକିଲାଙ୍କ ପେଟର ଭୋକ ମେଂଟାଇବା ପାଇଁ ଦୂରଦୂରାନ୍ତକୁ ଯାଇ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଉଛନ୍ତି । ଏ ସମ୍ପର୍କରେ ମେନକା କୁହନ୍ତି, ନିଜେ ପରିଶ୍ରମ କରି ଉପାର୍ଜନ  କରିଥିବା ଅର୍ଥରୁ ଲୋକଙ୍କ ପାଇଁ ଖର୍ଚ୍ଚ କରୁଛନ୍ତି । କରୋନା ଥିବା ଯାଏଁ ଏହି ପ୍ରୟାସ ଜାରି ରହିବ । ଏଥିପାଇଁ ମତେ ଅନେକ ଲୋକଙ୍କଠାରୁ ଟାହିଟାପରା ଶୁଣିବାକୁ ମିଳେ । କିନ୍ତୁ ଲୋକଙ୍କ ସେବା କରିବାରେ ମୋତେ ଖୁସି ମିଳେ । କବେଳ ବସ୍ତି ନୁହେଁ ଯେଉଁ ସମୟରେ ଯେକେହି ଡାକିଲେ ସାନିଟାଇଜ୍ କରି ସୁରକ୍ଷା ଦେବା ପାଇଁ  ମୁଁ  ପ୍ରସ୍ତୁତ । ଏହାସହିତ ଶ୍ରମିକ ଷ୍ଟାଣ୍ଡ୍‌, ତେଜରାତି ଦୋକାନ, ମଦଦୋକାନ ଆଦି ସ୍ଥାନରେ ଗହଳି ଜମୁଥିବାରୁ ସେ ସକାଳୁ ପିଠିରେ ସାନିଟାଇଜର୍ ବ୍ୟାଗ୍ ପକାଇ ସାନିଟାଇଜେସନ୍ ଡ୍ରାଇଭ୍  ଜାରି ରଖନ୍ତି ସମାଜ ମଙ୍ଗଳ କାର୍ଯ୍ୟରେ ନିୟୋଜିତ ହୋଇ ବେଶ ଖୁସି ଥିବା କହନ୍ତି ମେନକା ।  

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami