୬ ମାସରେ ବଦଳିଗଲେ ୬ ମୁଖ୍ୟମନ୍ତ୍ରୀ, ଏହା କ’ଣ ଭାରତୀୟ ରାଜନୀତିରେ ନ୍ୟୁ ନର୍ମାଲ ?

Above Post Content

ଦେଶରେ ମାର୍ଚ୍ଚ ମାସରୁ ସେପ୍ଟେମ୍ବର ମଧ୍ୟରେ ୬ ରାଜ୍ୟର ୬ ମୁଖ୍ୟମନ୍ତ୍ରୀ ନିଜ ପଦ ହରାଇଛନ୍ତିଲାଗୁଛି ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇବା ରାଜନୈତିକ ଦଳଙ୍କ ମଧ୍ୟରେ ଟ୍ରେଣ୍ଡ୍ ପାଲଟି ଗଲାଣି । ଉଲ୍ଲେଖନୀୟ ଘଟଣା ହେଉଛି ଯେ, ଏହି ୬ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୫ ଜଣଙ୍କୁ ସେମାନଙ୍କ କାର୍ଯ୍ୟକାଳ ପୁରା ହେବା ପୂର୍ବରୁ ହିଁ ବିଦା କରାଯାଇଛି । ମାର୍ଚ୍ଚରୁ ଏପର୍ଯ୍ୟନ୍ତ ଉତ୍ତରାଖଣ୍ଡ, ଆସାମ, କର୍ଣ୍ଣାଟକ, ଗୁଜରାଟ ଓ ପଂଜାବରେ ମୁଖ୍ୟମନ୍ତ୍ରୀ ବଦଳିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇବା ଭାରତୀୟ ରାଜନୀତିରେ ଗୋଟିଏ ନୂଆ ଘଟଣା । ଭାରତରେ ସାଧାରଣତଃ ଯେତେବେଳେ ଦଳ ପାଖରେ ସଂଖ୍ୟା ଗରିଷ୍ଠତା ଥାଏ ସେତେବେଳେ କିଛି ବିଶେଷ ପରିସ୍ଥିତିକୁ ଛାଡିଦେଲେ ଅନ୍ୟ ସମୟରେ ମୁଖ୍ୟମନ୍ତ୍ରୀ ବଦଳି ନଥାନ୍ତି । କିନ୍ତୁ ଗତ ୬ ମାସ ମଧ୍ୟରେ ଭାରତୀୟ ରାଜନୈତିକ ପରିଦୃଷ୍ୟ ବଦଳି ଯାଇଛି ମୁଖ୍ୟମନ୍ତ୍ରୀ ମାନଙ୍କୁ କେନ୍ଦ୍ରୀୟ ହାଇକମାଣ୍ଡଙ୍କ ଆଦେଶରେ ଇସ୍ତଫା ଦେବାକୁ ପଡୁଛି

After 2nd paragraph post ads

ପବନ କୁମାର ଚାମଲିଙ୍ଗ୍ ସବୁଠାରୁ ଅଧିକ ଦିନ ମୁଖ୍ୟମନ୍ତ୍ରୀ ରହିବାର ରେକର୍ଡ କରିଛନ୍ତି । ସିକ୍କିମ ଡେମୋକ୍ରାଟିକ୍ ଫ୍ରଣ୍ଟ ପ୍ରତିଷ୍ଠାତା ପବନ କୁମାର ୧୯୯୪ରୁ ୨୦୧୯ ପର୍ଯ୍ୟନ୍ତ ସିକ୍କିମ ଉପରେ ଶାସନ କରିଥିଲେ । ତାଙ୍କ ପରେ ଆସେ ଜ୍ୟୋତି ବାସୁଙ୍କ ନାମ । ସେ ୧୯୭୭ରୁ ୨୦୦୦ ପର୍ଯ୍ୟନ୍ତ ପ.ବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ ।

୨୦୦୦ ମସିହାରେ ନିଜ କାର୍ଯ୍ୟକାଳ ଆରମ୍ଭ କରିଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦଶକରୁ ଅଧିକ ସମୟ ଧରି ଓଡ଼ିଶାକୁ ଶାସନ କରୁଛନ୍ତି । ମାଣିକ ସରକାର ମଧ୍ୟ ୧୯୯୮ରୁ ୨୦୧୮ ପର୍ଯ୍ୟନ୍ତ ତ୍ରୀପୁରାର ମଙ୍ଗ ଧରିଥିଲେ । ଏହି ସୂଚିରେ ରାଜସ୍ଥାନର ମୋହନ ଲାଲ ସୁଖାଡିଆ(୧୯୫୫-୧୯୭), ଛତିସଗଡର ରମନ ସିଂହ (୨୦୦୩ରୁ ୨୦୧୮) ଦିଲ୍ଲୀର ଶିଲା ଦିକ୍ଷିତ (୧୯୯୮ରୁ ୨୦୧୩)ଙ୍କ ନାମ ମଧ୍ୟ ଆସିଥାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ୨୦୦୧ରୁ ୨୧୪ ପର୍ଯ୍ୟନ୍ତ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶାସନ କରିଥିଲେ ।

Middle post content

କିନ୍ତୁ ୬ ମାସ ଭିତରେ ୬ ମୁଖ୍ୟମନ୍ତ୍ରୀ…

ତେବେ ଗତ ୬ ମାସ ଭିତରେ ଭାରତୀୟ ରାଜନୀତି ଏକରକମ ବଦଳି ଯାଇଛି କହିଲେ ଭୁଲ ହେବ ନାହିଁ । କାରଣ ଗଲା ୬ ମାସ ଭିତରେ ୬ ଜଣ ମୁଖ୍ୟମନ୍ତ୍ରୀଙ୍କୁ ନିଜ ପଦ ହରାଇବାକୁ ପଡିଛି । ପଦ ହରାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ହୋଇଥିବା ତାଲିକାରେ ଚଳିତ ସପ୍ତାହରେ କ୍ୟାପ୍ଟେନ ଅମରିନ୍ଦର ସିଂହ ନିଜ ନାମ ଲେଖାଇଛନ୍ତି ।

ଉତ୍ତରାଖଣ୍ଡର ତ୍ରିବେନ୍ଦ୍ର ସିଂହ ରାବତ ଏହି କ୍ରମରେ ପ୍ରଥମେ ନିଜ ପଦ ହରାଇଥିଲେ । ମାର୍ଚ୍ଚ ମାସରେ ତାଙ୍କ ସ୍ଥାନ ନେଇଥିଲେ ତିରଥ ସିହଂ ରାବତ । ସେହିଭଳି ମେ ମାସରେ ହୋଇଥିବା ଆସାମ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେବାଲଙ୍କୁ ନିଜ ପଦ ତ୍ୟାଗ କରିବାକୁ ପଡିଥିଲା । ଦଳ ଜିତିଥିଲା କିନ୍ତୁ ବିଜେପି ତାଙ୍କ ସ୍ଥାନରେ କଂଗ୍ରେସରୁ ଆସିଥିବା ହିମନ୍ତ ବିଶ୍ୱ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । ଉତ୍ତରାଖଣ୍ଡରେ ପୁଣିଥରେ ତିରଥ ସିଂହଙ୍କୁ ବଦଳାଇ ବିଜେପି ପୁଷ୍କର ସିଂହ ଧାମିଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । କର୍ଣ୍ଣାଟକରେ ବିଏସ ୟୁଦୟୁରେପାଙ୍କୁ ବିଜେପି ବଦଳାଯଇ ବାସବ ରାଜ ବୋମାଇଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । ୟେଦୁୟୁରେପ୍ପାଙ୍କ ପରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କୁ ମଧ୍ୟ ଦଳ ବଦଳାଇ ଥିଲା । ନିକଟରେ ରୁପାଣୀଙ୍କ ସ୍ଥାନରେ ଭୁପେନ୍ଦ୍ର ପଟେଲ ଗୁଜରାଟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି

ରାଜନୀତିର ନ୍ୟୁ ନର୍ମାଲ ?

ଯେଉଁଭଳି ଭାବେ କଂଗ୍ରେସ ଓ ବିଜେପି ନିଜ ନିଜ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଉଛନ୍ତି ଲାଗୁଛି ଏହା ଭାରତୀୟ ରାଜନୀତିର ନ୍ୟୁ ନର୍ମାଲ । ଲାଗୁଛି ଯେ, କ୍ଷମତାରେ ଥିବା ଦଳ ସବୁ ଆଣ୍ଟି ଇନକମ୍ବେନ୍ସି ଫ୍ୟାକ୍ଟରକୁ ନେଇ ଚିନ୍ତିତ । ସେମାନେ ଭାବୁଛନ୍ତି ଯେ, ଚେହେରା ବଦଳି ଗଲେ ହୁଏତ ଭୋଟର ସରକାରଙ୍କ ଭୁଲକୁ ଭୁଲିଯିବେତେବେ ଏହି ଧାରଣା କେତେ ଠିକ୍ ତାହା ସେହି ସବୁ ରାଜ୍ୟର ଭୋଟ ପରେ ହିଁ ଜଣା ପଡିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami