ପୁଟିନଙ୍କର ରହିଛି ୧୯ଟି ଘର, ୭୦୦ କାର, ୫୮ଟି ବିମାନ ଓ ହେଲିକପ୍ଟର

Above Post Content

ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବେ ଖୁବ୍ ଚର୍ଚ୍ଚାରେ । ସେ ବିଶ୍ୱର ସବୁଠୁ ଧନୀ ରାଜନେତା ବୋଲି ଜଣାଯାଇଛି । ତାଙ୍କର ସମ୍ପତ୍ତି ତାଲିକା ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ତାଙ୍କର ମୋଟ ସଂପତ୍ତି ୨୦୦ ବିଲିଅନ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ୧୬,୬୦,୦୦୦ କୋଟି ଟଙ୍କା । ଆଉ ତାଙ୍କ ପାଖରେ ଅଛି ୭୦୦ ନିୟୁତ ଡଲାର ମୂଲ୍ୟର ଜେଟ୍ । ସରକାରୀ ଭାବେ ପୁଟିନଙ୍କ ବାର୍ଷିକ ଦରମା ୧,୪୦,୦୦୦ ଡଲାର । ସେହିଭଳି ପୁଟିନଙ୍କ ପାଖରେ ୮୦୦ ବର୍ଗଫୁଟର ଆପାର୍ଟମେ, ଗୋଟିଏ ଟ୍ରେଲର, ୩ଟି କାର ଥିବା ଜଣାଯାଇଛି ।

କୃଷ୍ଣସାଗର କୂଳରେ ରହିଛି ବିଶାଳ ପ୍ରାସାଦ

After 2nd paragraph post ads
Middle post content

କୃଷ୍ଣ ସାଗର କୂଳରେ ରହିଛି ପୁଟିନ୍‌ଙ୍କର ଏକ ବିଶାଳ ପ୍ରାସାଦ । ଏହା ‘ପୁଟିନଙ୍କ କଣ୍ଟ୍ରି କଟେଜ’ ନାମରେ ବେଶ୍ ପରିଚିତ । ଏଠାରେ ସନ୍ତରଣାଗାର ରହିଛି । ସେଠାରେ ଗ୍ରୀକ ଭଗବାନଙ୍କ ପ୍ରତିମୂର୍ତ୍ତି, ଆମ୍ପିଥିଏଟର, ଅତ୍ୟାଧୁନିକ ଆଇସ୍ ହକି ଖେଳପଡ଼ିଆ, ଲସ ଭେଗାସ୍ ଷ୍ଟାଇଲ କ୍ୟାସିନୋ ଏବଂ ନାଇଟ୍ କ୍ଲବ ଆଦି ରହିଛି । ବିଳାସପୂର୍ଣ୍ଣ ପ୍ରାସାଦର ଭିତରପଟେ ଭୋଜନକକ୍ଷରେ ଥିବା ଆସବାବପତ୍ରର ମୂଲ୍ୟ ୫ ଲକ୍ଷ ଡଲାର । ଗୋଟିଏ ବାର ଟେବୁଲ୍‌ର ମୂଲ୍ୟ ୫୪ ହଜାର ଡଲାର ରହିଛି । ଏହି ଘରର ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକ ପଡ଼େ ବାର୍ଷିକ ୨ ନିୟୁତ ଡଲାର । ୪୦ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

ପାଖରେ ଅଛି ମୂଲ୍ୟବାନ ଘଣ୍ଟା

କେବଳ ଏତିକିରେ ସମ୍ପତ୍ତି ସୀମିତ ନାହିଁ । ତାଙ୍କର ଆହୁରି ୧୯ଟି ଘର ସହିତ ୭୦୦ କାର, ୫୮ଟି ବିମାନ ଓ ହେଲିକପ୍ଟର ରହିଛି । ୭୧୬ ନିୟୁତ ଡଲାର ମୂଲ୍ୟର ଏକ ବିମାନ ରହିଛି, ଯାହାକୁ ଦ ଫ୍ଲାଇଂ କ୍ରେମଲିନ୍ କୁହାଯାଇଥାଏ । ତାଙ୍କର ଏକ ମେଗା ୟଟ୍ ମଧ୍ୟ ରହିଥିବା କୁହାଯାଉଛି, ଯାହାର ମୂଲ୍ୟ ୭୦୦ ନିୟୁତ ଡଲାର । ଏଥିସହିତ ତାଙ୍କ ପାଖରେ ମୂଲ୍ୟବାନ ଘଣ୍ଟା ରହିଛି ଯାହାର ମୋଟ ଦାମ୍ ପୁଟିନଙ୍କ ଘୋଷିତ ମୋଟ ବାର୍ଷିକ ଆୟର ୬ ଗୁଣ ହେବ ବୋଲି କୁହାଯାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami