ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଭାରତରତ୍ନ

Above Post Content

ନୂଆଦିଲ୍ଲୀ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ । ତାଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ କରାଯିବ । ବୁଧବାର କର୍ପୂରୀ ଠାକୁରଙ୍କ ଜୟନ୍ତୀ ଥିବା ବେଳେ ସରକାର ଏହି ଘୋଷଣା କରିଛନ୍ତି । କର୍ପୁରୀ ଠାକୁର ଦୁଇଥର ବିହାରର ମୁଖ୍ୟମନ୍ତ୍ରୀ ଏବଂ ଥରେ ଉପମୁଖ୍ୟମନ୍ତ୍ରୀ ଥିଲେ । ସେ ଦଳିତ ତଥା ପଛୁଆ ବର୍ଗର ସ୍ୱାର୍ଥ ରକ୍ଷା କରିବା ପାଇଁ ବେଶ୍ ଜଣାଶୁଣା ଥିଲେ । ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ‘ଭାରତ ରତ୍ନ’ ଘୋଷଣା କରି ବିଜେପି ବିରୋଧୀ ଇଣ୍ଡିଆକୁ ବିବ୍ରତ କରିଛି । ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ‘ମାଷ୍ଟର ଷ୍ଟ୍ରୋକ’ ଭାବେ ବିବେଚନା କରାଯାଉଛି ।

Middle post content

ବିହାରରେ ରାଜନୈତିକ ସମୀକରଣକୁ ବଦଳାଇବାର ଶକ୍ତି ଯୋଗାଇବ

After 2nd paragraph post ads

ଠାକୁରଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବା ପାଇଁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲା । ମଙ୍ଗଳବାର ଦିନ ଜେଡିୟୁ ନେତା କେସି ତ୍ୟାଗୀ ଠାକୁରଙ୍କୁ ଭାରତ ରତ୍ନ ଦେବା ଏବଂ ତାଙ୍କ ନାମରେ ବିଶ୍ୱବିଦ୍ୟାଳୟ ଖୋଲିବାକୁ ଦାବି କରିଥିଲେ । ଆଗକୁ ନିର୍ବାଚନ ଥିବାବେଳେ ଓ ବିହାରରେ ଜେଡିୟୁ ଓ ଆରଜେଡି ସଂପର୍କରେ ଫାଟ ଦେଖାଦେଇଥିବାବେଳେ କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ ଦେବା ବିଜେପିର ଏକ ବଡ଼ ନିଷ୍ପତ୍ତି ବୋଲି କୁହାଯାଉଛି । ତାଙ୍କୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବି ନିଜର ଆଦର୍ଶ ବୋଲି ମାନନ୍ତି । ଏଣୁ ଏହା ବିହାରରେ ରାଜନୈତିକ ସମୀକରଣକୁ ବଦଳାଇବାର ଶକ୍ତି ରଖୁଥିବା କୁହାଯାଉଛି । ସ୍ୱାଧୀନତା ପରେ କର୍ପୂରୀ ଠାକୁର ବିହାରର ଦୁଇଥର ମୁଖ୍ୟମନ୍ତ୍ରୀ ଓ ଥରେ ଉପମୁଖ୍ୟମନ୍ତ୍ରୀ ରହିଥିଲେ । ସେ ନିଜର ସରଳ ଜୀବନଯାପନ ଓ ସଚ୍ଚୋଟତା ପାଇଁ ପ୍ରସିଦ୍ଧ ଥିଲେ । ସେ ୨୨ ଡିସେମ୍ବର ୧୯୭୦ରୁ ୨ ଜୁନ ୧୯୭୧ ପର୍ଯ୍ୟନ୍ତ ଓ ୨୪ ଜୁନ ୧୯୭୭ରୁ ୨୧ ଏପ୍ରିଲ ୧୯୭୯ ପର୍ଯ୍ୟନ୍ତ ବିହାର ମୁଖ୍ୟମନ୍ତ୍ରୀ ଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami