ଦର୍ଶକଙ୍କୁ ଆକର୍ଷିତ କରିବ ୫ଶହରୁ ଊର୍ଦ୍ଧ୍ୱ କିସମର ଫୁଲ

Above Post Content

ଭୁବନେଶ୍ୱର : ଆସନ୍ତା ୬ ତାରିଖରୁ ଝଲସିବ ରାଜଭବନ ଉଦ୍ୟାନ । ଜାନୁଆରୀ ୨୦ ତାରିଖ ଯାଏଁ ୧୪ ଦିନ ଧରି ସର୍ବସାଧାରଣ ପରିଦର୍ଶନ କରିପାରିବେ । ଅପରାହ୍ଣ ୨ଟା ୩୦ରୁ ୫ଟା ପର୍ଯ୍ୟନ୍ତ ଖୋଲା ରହିବ ଏହି ଉଦ୍ୟାନ । ରଙ୍ଗିନ ଫୁଲର ସମ୍ଭାରରେ ଝଲସିବ ରାଜଭବନ ଉଦ୍ୟାନ । ଲାଲ୍ ଗୋଲାପରୁ ଆରମ୍ଭ କରି ବିଭିନ୍ନ ଫୁଳର ଆସର ଜମିବ ଉଦ୍ୟାନରେ । ଦର୍ଶକଙ୍କୁ ଆକର୍ଷିତ କରିବ ୫୦୦ରୁ ଊର୍ଦ୍ଧ୍ୱ୍ କିସମର ଭଳି କି ଭଳି ଫୁଲର ସମ୍ଭାର । ୱାର୍ଟ ଫାଉଣ୍ଟେନ, ମ୍ୟୁଜିକାଲ ଫାଉଣ୍ଟେନ୍‌, ଗୋଲାପ ଉଦ୍ୟାନ, ହରିଣ ପାର୍କ, ମୟୂର ଏବଂ ସର୍ବୋପରି ଉଦ୍ୟାନର ସବୁଜିମା ପରିଦର୍ଶକମାନଙ୍କୁ ବିଶେଷ ଭାବରେ ଆକର୍ଷଣ କରିବ । ବିଭିନ୍ନ କିସମର ଗୋଲାପ ସାଙ୍ଗକୁ ସାଲ୍‌ଭିଆ, ଡାଲିଆ, ସେବତି, ଅର୍କିଡ୍ ହାଉସ୍ ଓ କାକ୍‌ଟସ୍ ହାଉସ୍ ସାଙ୍ଗକୁ ମ୍ୟୁଜିକ୍ ଫାଉଣ୍ଟେନ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ । କେବଳ ସେତିକି ନୁହେଁ, ଫୁଲ ସହ ବିଭିନ୍ନ ଔଷଧୀୟ ଗଛ ସମ୍ପର୍କରେ ତଥ୍ୟ ପାଇବାର ସୁଯୋଗ ମିଳିବ ।

Middle post content

ଆପ୍‌ରେ କରିବାକୁ ପଡିବ ପଞ୍ଜୀକରଣ

After 2nd paragraph post ads

କେବଳ ମୋବାଇଲ୍ ଆପ୍ ପଞ୍ଜୀକରଣ ମାଧ୍ୟମରେ ପ୍ରବେଶ ଅନୁମତି ରହିବ । ଏଥିପାଇଁ ମୋବାଇଲ ପ୍ଲେ ଷ୍ଟୋର କିମ୍ବା ଆପ୍ ଷ୍ଟୋରରୁ ‘ଉଦ୍ୟାନ ପରିଦର୍ଶନ, ରାଜଭବନ, ଓଡ଼ିଶା ମୋବଇଲ ଆପ୍‌’ ଡାଉନ୍‌ଲୋଡ୍ କରିବାକୁ ହେବ । ଓଡ଼ିଶା ରାଜଭବନ ୱେବସାଇଟ୍‌ରେ ଉପଲବ୍ଧ ଥିବା କ୍ୟୁଆର କୋଡ୍ ମାଧ୍ୟମରେ ମୋବାଇଲ ଆପ୍ ମଧ୍ୟ ଡାଉନ୍‌ଲୋଡ୍ କରାଯାଇପାରିବ । ସ୍କୁଲ ଛାତ୍ରଛାତ୍ରୀଙ୍କ ନିମନ୍ତେ ସକାଳ ସମୟ ସ୍ଥିର ହୋଇଥିବା ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami