ବଂଶବାଦ ରାଜନୀତି କୁ ନେଇ ରାହୁଲ୍ ଙ୍କ ଟିପ୍ପଣୀ

Above Post Content

ନୂଆଦିଲ୍ଲୀ: କଥା କଥା ରେ କଂଗ୍ରେସ କୁ ନେଇ ବଂଶବାଦ୍ ରାଜନୀତି ର କଥା କହୁଥିବା ଭାଜପା କୁ କଡା ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀ । ସମ୍ପ୍ରତି ଦେଶରେ ବିଧାନସଭା ନିର୍ବାଚନ କୁ ନେଇ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ଦୁଇ ଦଳ ବିଜେପି ଓ କଂଗ୍ରେସ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା ଦେଖିବାକୁ ମିଳୁଛି । ଏପରି ପରିସ୍ଥିତିରେ ୫ ରାଜ୍ୟର ବିଧାନସଭା ନିର୍ବାଚନରେ ହାତ ଦଳ ବାଜି ମାରିବାକୁ ଉଦ୍ୟମ ଆରମ୍ଭ କରିଛି । ପୂର୍ବରୁ ରାହୁଲ୍ ମଧ୍ୟ ହାତ ପାର୍ଟି ଜିତିବା ନେଇ ବଡ ଦାବି କରିସାରିଛନ୍ତି । ତେବେ ମିଜୋରାମ ଗସ୍ତରେ ଥିବା ରାହୁଲ୍ କିନ୍ତୁ ଭାଜପା ଏବଂ ଏହାର ଶୀର୍ଷ ନେତୃତ୍ୱଙ୍କୁ ସମାଲୋଚନା କରିବାରେ ଲାଗି ପଡ଼ିଛନ୍ତି ।

Middle post content

ଶାହାଙ୍କୁ ଆଇନା ଦେଖାଇଲେ ରାହୁଲ୍‌

After 2nd paragraph post ads

ସୂଚନା ଅନୁଯାୟୀ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ନିଜର ମିଜୋରାମ ନିର୍ବାଚନୀ ପ୍ରଚାର ସମୟରେ ଭାଜପାକୁ ଟାର୍ଗେଟ କରିଛନ୍ତି । ଭାଜପା ଅନ୍ୟ ରାଜନୈତିକ ଦଳଗୁଡ଼ିକ ଉପରେ ବଂଶବାଦ ରାଜନୀତିର ଆରୋପ ଲଗାଉଥିବାବେଳେ ଏବେ ରାହୁଲ ଏନେଇ ଭାଜପାକୁ ଆଇନା ଦେଖାଇଛନ୍ତି । ସେ କହିଛନ୍ତି ଏବେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଜୟ ଶାହା କ‘ଣ କରୁଛନ୍ତି । ଶାହା ଶାସକ ଦଳର ଜଣେ ବରିଷ୍ଠ ନେତା ମାତ୍ର ତାଙ୍କର ପୁଅ ରାଜନୈତିକ ଛତ୍ରଛାୟା ତଳେ ରହିଛନ୍ତି । ଏଥିରୁ ଭାଜପାର କେବଳ ଅନ୍ୟକୁ କହିବାର ପଣିଆ ସମ୍ପର୍କରେ ସ୍ପଷ୍ଟ ଜଣା ପଡୁଛି । ଜୟ ଶାହା ବିସିସିଆଇ ସଚିବ ପଦରେ ରହିଛନ୍ତି । ଏହା ସହିତ ସେ ଏସିଆନ କ୍ରିକେଟ କାଉନସିଲର ସଭାପତି ମଧ୍ୟ ଅଛନ୍ତି । ଶାହାଙ୍କ ପରି ରାଜନାଥ ସିଂଙ୍କ ପୁଅ ମଧ୍ୟ ପିତାଙ୍କ ପଦବୀର ଫାଇଦା ନେବାରେ ଲାଗିଛନ୍ତି । ରାଜନାଥଙ୍କ ପୁଅ ପଙ୍କଜ ସିଂ ଉତ୍ତରପ୍ରଦେଶରେ ଜଣେ ବିଧାୟକ । ସେହିପରି ଅନୁରାଗ ଠାକୁରଙ୍କ ପିତା ପ୍ରେମ କୁମାର ଧୁମଲ ୨ ଥର ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ । ସେ ଭାଜପାର ଜଣେ ବରିଷ୍ଠ ନେତା । ଏଥିରୁ ଭାଜପା କିପରି ମିଛ କହୁଛି ଏବଂ ଅନ୍ୟ ଉପରେ କେବଳ ଦୋଷାରୋପ କରୁଛି ତାହା ଜଣା ପଡୁଛି ବୋଲି ରାହୁଲ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami