ଲୋକପ୍ରିୟତା ସାଉଁଟିବାକୁ ଉଦ୍ୟମ ଜାରି ରଖିଛନ୍ତି କଂଗ୍ରେସ ସାଂସଦ

Above Post Content

ନୂଆଦିଲ୍ଲୀ: କେନ୍ଦ୍ର ରେ ମୋଦି ସରକାରକୁ ଚେକ୍ ଦେବା ସହ ବିଜେପି କୁ କ୍ଷମତା ରୁ ହଟାଇବା ହେଉଛି କଂଗ୍ରେସର ଲକ୍ଷ୍ୟ । ଏହି ଲକ୍ଷ୍ୟ ନେଇ ଏବେ ଜନ ସାଧାରଣଙ୍କୁ ନିଜ ସପକ୍ଷରେ ନେବାକୁ ଉଦ୍ୟମ ଜାରି ରଖିଛି କଂଗ୍ରେସ । ଆଉ ଏହାର ମଙ୍ଗ ଧରିଛନ୍ତି କଂଗ୍ରେସ ସାଂସଦ ତଥା ଦଳର ପୂର୍ବତନ ଅଧକ୍ଷ ରାହୁଲ୍ ଗାନ୍ଧୀ । ବିଭିନ୍ନ ସମୟରେ ସର୍ବସାଧାରଣ ସ୍ଥାନ ରେ ରାହୁଲ୍ ଙ୍କୁ ଭିନ୍ନ ଭିନ୍ନ ନଜର୍ ରେ ଦେଖିବାକୁ ମିଳୁଛି । ସମ୍ପ୍ରତି ପାଞ୍ଚଟି ରାଜ୍ୟରେ ନିର୍ବାଚନ ପୂର୍ବରୁ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି । କେଦାରନାଥ ଧାମରେ ପ୍ରାର୍ଥନା କରିବା ପରେ ସେ ଲୋକଙ୍କ ସହ ସମୟ ବିତାଇବା ସହ ଚା’ ପାର୍ଟି ମଧ୍ୟ ଉପଭୋଗ କରିଛନ୍ତି । ଏହି ସମୟ ମଧ୍ୟରେ ସେ ଲୋକମାନଙ୍କୁ ଚା ’ବଣ୍ଟନ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । କଂଗ୍ରେସ ପାର୍ଟି ଏହାର ନାମ ଚା’ ସେବା କରିଛି ।

Middle post content

ଭକ୍ତଙ୍କୁ ଭେଟିଲେ ରାହୁଲ

After 2nd paragraph post ads

ରାହୁଲ ଗାନ୍ଧୀ ତିନି ଦିନିଆ ଗସ୍ତରେ ଉତ୍ତରାଖଣ୍ଡରେ ପହଞ୍ଚିଛନ୍ତି । ସେ ଅପରାହ୍ନରେ ହେଲିକପ୍ଟର ଯୋଗେ କେଦାରନାଥରେ ପହଞ୍ଚିଥିଲେ । ଏଠାରେ କଂଗ୍ରେସ ନେତା ତଥା କେଦାର ସଭାପତି ରାଜକୁମାର ତିୱାରୀ ତାଙ୍କୁ ସ୍ୱାଗତ କରିଥିଲେ । ଏହି ସମୟରେ ରାହୁଲ୍ କେଦାରନାଥଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ପରେ ଏଠାକୁ ଆସିଥିବା ଭକ୍ତମାନଙ୍କୁ ମଧ୍ୟ ଭେଟିଥିଲେ । କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ, ଏହା ରାହୁଲ ଗାନ୍ଧୀଙ୍କ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ । କେଦାରନାଥରେ ତାଙ୍କର ତିନି ଦିନିଆ କାର୍ଯ୍ୟକ୍ରମ ରହିଛି । ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ପାଞ୍ଚଟି ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଛନ୍ତି । କିଛି ଦିନ ବିରତି ପାଇଁ ସେ ଉତ୍ତରାଖଣ୍ଡରେ ପହଞ୍ଚିଛନ୍ତି । ପୁର୍ବରୁ ବିଭିନ୍ନ ରାଜ୍ୟ ଭ୍ରମଣ କରି ଭିନ୍ନ ଭିନ୍ନ ଲୁକରେ ନଜର୍ ଆସୁଥିବା ଏହି କଂଗ୍ରେସ ସାଂସଦଙ୍କୁ ନେଇ ଅନେକ ଚର୍ଚ୍ଚା ହୁଏ । କେତେବେଳେ ଚାଷୀଙ୍କ ସହ ତ କେତେବେଳେ ଟ୍ରକ୍‌, ବାଇକ, ଗ୍ୟାରେଜ ମେକାନିକ, ଦୋସା ତିଆରି କରିବା ଇତ୍ୟାଦି କାର୍ଯ୍ୟକଳାପ ଜନସାଧାରଣଙ୍କୁ ବେଶ ଆକୃଷ୍ଟ କରିଛି । ଯାହା ନିର୍ବାଚନରେ କଂଗ୍ରେସ ପ୍ରତି ବେଶ ସହାୟକ ହେବ ବୋଲି କୁହାଯାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami