ରାଷ୍ଟ୍ରପତିଙ୍କ ହାତରୁ ମିଠା ଖାଇ ସଂସଦକୁ ଗଲେ ସୀତାରମଣ

Above Post Content

ନୂଆଦିଲ୍ଲୀ: ବଜେଟ୍ ଉପସ୍ଥାପନ ଯିବା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହାତରୁ ମିଠା ଖାଇ ସଂସଦକୁ ଗଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟ ଉପସ୍ଥାପନ କରାଯାଇଛି । ୨୦୨୪ ମସିହା ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦକୁ ଯିବା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଥିଲେ । ଏହାର ଫଟୋ ଏବେ ସାମ୍ନାକୁ ଆସିଛି ।

Middle post content

ଡିଜିଟାଲ୍ ଫର୍ମାଟରେ କରିଥିଲେ ବଜେଟ୍ ଉପସ୍ଥାପନ

After 2nd paragraph post ads

ଅର୍ଥମନ୍ତ୍ରୀ ସୀତାରମଣ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଆସିଥିଲେ, ସେତେବେଳେ ମୁର୍ମୁ ତାଙ୍କୁ ମିଠା ଖୁଆଇ ତାଙ୍କର ସ୍ୱାଗତ କରିଥିଲେ । ଏହି ବିଶେଷ ମୁହୂର୍ତ୍ତର ଫଟୋଗୁଡ଼ିକ ଏବେ ସାମ୍ନାକୁ ଆସିଛି । ଏହା ପରେ ସୀତାରମଣ ସିଧା ସଂସଦ ଗୃହକୁ ଯାଇ ବଜେଟ୍ ଉପସ୍ଥାପନ କରିଥିଲେ । ସେ ପୁଣି ଥରେ ପାରମ୍ପାରିକ ‘ବହି-ଖାତା’ ଶୈଳୀ ବ୍ୟାଗରେ ଆବୃତ ଏକ ଡିଜିଟାଲ୍ ଟ୍ୟାବଲେଟ୍ ନେଇ ଗୁରୁବାର ସଂସଦରେ ପହଞ୍ଚିଥିଲେ । ଗତ ତିନିବର୍ଷ ପରି ସେ ମଧ୍ୟବର୍ତ୍ତୀ ବଜେଟ୍ ୨୦୨୪-୨୫ କୁ ବିନା କାଗଜ ଫର୍ମାଟରେ ଉପସ୍ଥାପନ କରିଛନ୍ତି ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାକୁ ଯିବା ପୂର୍ବରୁ ସେ ତାଙ୍କ ଅଧିକାରୀଙ୍କ ସହିତ ତାଙ୍କ କାର୍ଯ୍ୟାଳୟ ବାହାରେ ଫଟୋ ଉଠାଇଥିଲେ । ଡିଜିଟାଲ୍ ଫର୍ମାଟରେ ବଜେଟ୍ ଉପସ୍ଥାପନ କରିବାକୁ ଥିବାରୁ ତାଙ୍କ ପାଖରେ ବ୍ରିଫକେସ୍ ବଦଳରେ ଏକ ଟାବଲେଟ୍ ଥିଲା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ରମାଗତ ଷଷ୍ଠ ବଜେଟ୍ ଉପସ୍ଥାପନ କରିବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami