ସାଧାରଣ ଲୋକଙ୍କୁ କୌଣସି ଆଶ୍ୱସ୍ତି ଦେଇନାହାନ୍ତି

Above Post Content

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଚଳିତ ବର୍ଷର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟ୍ ଉପସ୍ଥାପନ ବେଳେ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ପ୍ରଂଶସା କରିବା ସହିତ ଆଗାମୀ ଜୁଲାଇ ମାସରେ ତାଙ୍କ ସରକାର ପୂର୍ଣ୍ଣ ବଜେଟ୍ ସହିତ ବିକଶିତ ଭାରତର ରୋଡମ୍ୟାପ୍ ପ୍ରସ୍ତୁତ କରିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥର ବଜେଟରେ ଆୟକର ସ୍ଲାବରେ ମଧ୍ୟ କୌଣସି ପରିବର୍ତ୍ତନ କରାଯାଇନାହିଁ । ଆୟକର ଛାଡ ସୀମା ଅପରିବର୍ତ୍ତିତ ରହିଛି । ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ନାଗରିକଙ୍କୁ ଏଣିକି କୌଣସି ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ତେବେ ଏହାରି ଭିତରେ ନଜର ପକାନ୍ତୁ, ଏଥର ଅନ୍ତରୀଣ ବଜେଟରେ କାହା ପାଇଁ କ’ଣ ରହିଛି ?

Middle post content

କିଛି ଶସ୍ତା କିମ୍ବା ମହଙ୍ଗା ହୋଇ ନାହିଁ

After 2nd paragraph post ads

ଏଥର ବଜେଟରେ କିଛି ବି ଶସ୍ତା କିମ୍ବା ମହଙ୍ଗା ହୋଇନାହିଁ । କାରଣ ବଜେଟରେ ପରୋକ୍ଷ ଟିକସରେ ବି କୌଣସି ପରିବର୍ତ୍ତନ କରାଯାଇନାହିଁ । ୨୦୧୭ରେ ଲାଗୁ ହୋଇଥିବା ଜିଏସଟି ପରଠାରୁ ବଜେଟରେ କେବଳ କଷ୍ଟମ ଡ୍ୟୁଟି, ଉତ୍ପାଦ ଶୁଳ୍କ ବୃଦ୍ଧି କିମ୍ବା ହ୍ରାସ କରାଯାଇଛି, ଯାହା କିଛି ଜିନିଷକୁ ପ୍ରଭାବିତ କରୁଛି ।
ଗରିବଙ୍କ ପାଇଁ: ସରକାର ୨୫ କୋଟି ଲୋକଙ୍କୁ ଦାରିଦ୍ର‌୍ୟରୁ ବାହାର କରିଛନ୍ତି । ଗରିବ କଲ୍ୟାଣ ଯୋଜନାରେ ଆକାଉଣ୍ଟକୁ ୩୪ ଲକ୍ଷ କୋଟି ଟଙ୍କା ପଠାଯାଇଥିଲା ।
ମହିଳାଙ୍କ ପାଇଁ: ପ୍ରାୟ ୧ କୋଟି ମହିଳା ହେଲେ କୋଟିପତି ଦିଦି । ଏବେ ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦିରେ ପରିଣତ କରାଯିବ ।
ଯୁବବର୍ଗଙ୍କ ପାଇଁ: ସ୍କିଲ୍ ଇଣ୍ଡିଆ ମିଶନ ଅଧୀନରେ ୧.୪ କୋଟି ଯୁବକଙ୍କୁ ତାଲିମ ଦିଆଯାଇଥିବା ବେଳେ ୫୪ ଲକ୍ଷ ଲୋକଙ୍କୁ ପୁନଃ ତାଲିମ ଦିଆଯାଇଛି । ୩ ହଜାର ନୂଆ ଆଇଟିଆଇ ନିର୍ମାଣ କରାଯାଇଛି । ଉଚ୍ଚଶିକ୍ଷା ପାଇଁ ୭ଟି ଆଇଆଇଟି, ୧୬ଟି ଆଇଆଇଟି, ୭ଟି ଆଇଆଇଏମ୍‌, ୧୫ଟି ଏମ୍ସ ଓ ୩୯୦ଟି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ।
କୃଷକ: ପିଏମ୍ କିଷାନ ଯୋଜନାରେ ୧୧.୮ କୋଟି ଲୋକଙ୍କୁ ଆର୍ôଥକ ସହାୟତା ମିଳିଛି । ତେବେ ବଜେଟରେ କୃଷକଙ୍କ ପାଇଁ ନୂଆ ଯୋଜନା ଘୋଷଣା କରାଯାଇନାହିଁ ।
ମଧ୍ୟବିତ୍ତ : ଆଗକୁ ନିର୍ବାଚନ ଥିବାରୁ ଲୋକମାନଙ୍କୁ ଖୁସି କରିବାକୁ ମଧ୍ୟବିତ୍ତଙ୍କ ପାଇଁ ଏକ ହାଉସିଂ ସ୍କିମ ଆଣିବା ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, କହିଛନ୍ତି ଯେ ଗରିବ ଲୋକଙ୍କୁ ଘର କିଣିବା ଏବଂ ଘର ନିର୍ମାଣ କରିବା ପାଇଁ ସରକାର ଆର୍ôଥକ ସହାୟତା ଯୋଗାଇ ଦେବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami