ତିବତ୍ତ ଉପରେ ଚିନର କବଜାକୁ ଅର୍ଦ୍ଧଶତାବ୍ଦୀରୁ ଅଧିକ ସମୟ ବିତିଗଲାଣି । ସ୍ୱାଧିନ ତିବତ ଉପରେ ଅଧିକାର କରି ଚୀନ ଏହାର ସଂସ୍କୃତି ସହିତ ମୂଳ ଅଧିବାସୀଙ୍କୁ ଲୋପ କରିବାକୁ ଚାହୁଁଛି । ଚୀନ୍ ସରକାର ତିବ୍ବତର ଧର୍ମୀୟ ଗୁରୁ ଦଲାଇଲାମାଙ୍କ ସ୍ଥାନରେ ନିଜ ଚୟନିତ ଦଲାଇଲାମାଙ୍କୁ ନିଯୁକ୍ତ କରୁଛି । ଏବେ ଚୀନ୍ ଗୋଟିଏ ନୂଆ ଉପାୟ ଦ୍ୱାରା ତିବ୍ବତର ଜନସଂଖ୍ୟାକୁ ନିୟନ୍ତ୍ରଣ କରିବାକୁ ଚାହୁଁଛି । ଆଗରୁ ଚୀନ୍ ନିଜ ଦେଶର ଅଲଗା ପ୍ରଦେଶର ଲୋକଙ୍କୁ ତିବ୍ବତରେ ବସବାସ କରିବାକୁ ପ୍ରୋତ୍ସାହିତ କରୁଥିଲା । ଯାହାର ଏକମାତ୍ର ଉଦ୍ଦେଷ୍ୟ ଥିଲା ତିବ୍ବତର ଜନସଂଖ୍ୟାରେ ତିବ୍ବତୀୟଙ୍କ ସଂଖ୍ୟା କମ କରିବା । ଏବେ ଚୀନ୍ ମୁଳରୁ ମାରିଲେ ଯିବ ସରି ଦେବଙ୍କ ସହ କିମ୍ପା କଳିର ନୀତି ଅବଲମ୍ବନ କରୁଛି । ଚୀନ୍ ସରକାର ଏବେ ମା’ ପେଟରେ ଥିବା ପିଲାକୁ ଟାର୍ଗେଟ୍ କରୁଛି । ମା’ଗର୍ଭରେ ଥିବା ଶିଶୁକୁ ଦୁନିଆକୁ ଆସିବାକୁ ଦେଉ ନାହିଁ ଚୀନ । ପେଟରେ ଥିବା ପିଲାକୁ କରେଣ୍ଟ ଦେଇ ମାରୁଛି ଚୀନ୍ ।
ଚୀନ୍ ସେନା ଡାକ୍ତରଙ୍କ ନିଶାନାରେ ଗର୍ଭବତୀ ତିବ୍ବତୀୟ ମହିଳା
ଚୀନ୍ ସେନା ଡାକ୍ତରମାନଙ୍କ ଟାର୍ଗେଟରେ ରହୁଛନ୍ତି ଗର୍ଭବତୀ ତିବ୍ବତୀୟ ଗର୍ଭବତୀ ମହିଳା । ଚୀନ୍ ସେନା ଗର୍ଭବତୀ ତିବ୍ବତୀୟ ମହିଳାଙ୍କର ବଳପୂର୍ବକ ଅପହରଣ କରି ସେନା ମେଡିକାଲ କ୍ୟାମ୍ପକୁ ନେଇ ଯାଉଛନ୍ତି । ସେଠାରେ ଗର୍ଭବତୀ ମହିଳାଙ୍କ ପେଟରେ ଥିବା ପିଲାକୁ କରେଣ୍ଟ୍ ଦେଇ ହତ୍ୟା କରାଯାଉଛି । ଆଉ ଏସବୁ ହେବା ବେଳେ ଗର୍ଭବତୀ ମହିଳାଙ୍କୁ ଆନେସ୍ଥେସିଆ ଦେଇ ଅଚେତ ମଧ୍ୟ କରାଯାଉନାହିଁ । କରେଣ୍ଟ୍ ଦିଆଯାଉଥିବା ସମୟରେ ମହିଳା ସଚେତନ ଥାନ୍ତି ଓ ସବୁ ଯନ୍ତ୍ରଣା ସହ୍ୟ କରନ୍ତି ।
ଲାହମା ଚୋନଜୋମ୍ ନାମକ ତିବ୍ବତୀୟ ମହିଳା ଏହି ସତ ଉପରୁ ପରଦା ଉଠାଇଛନ୍ତି ଲାହମା ହିମାଚଳ ପ୍ରଦେଶରେ ଶରଣ ନେଇଛନ୍ତି । ଏକ ହିନ୍ଦି ଦୈନିକ ଖବରକାଗଜକୁ ଦେଇଥିବା ସାକ୍ଷାତକାରରେ ସେ ଚୀନ୍ ସେନାର ବର୍ବର ଅତ୍ୟାଚାର କଥା କହିଛନ୍ତି ।
ଚୀନ୍ ଅତ୍ୟାଚାରର କାହାଣୀ
ଲାହମ ଚୋନଜୋମ୍ ତିବ୍ବତୀୟ ମହିଳା ସଂଗଠନର ଯୁଗ୍ମ ସଚିବ ଅଟନ୍ତି । ତିବ୍ବତରେ ରହୁଥିବା ୬୦ ଲକ୍ଷ ମହିଳାଙ୍କ ସ୍ୱରକୁ ସେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଉଠାଇଥାନ୍ତି । ତାଙ୍କ ସଂଗଠନ ତିବ୍ବତରେ ରହୁଥିବା ମହିଳାଙ୍କ ସମ୍ପର୍କରେ ଅଛି । ୧୯୯୭ ମସିହା ପରଠାରୁ ଚୀନ୍ ୱାନ୍ ଚାଇଲ୍ଡ (ଗୋଟିଏ ପରିବାର ଗୋଟିଏ ଶିଶୂ) ନୀତି ନାମରେ ତିବ୍ବତୀୟ ମହିଳାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଥିଲା ।ଏହାପରଠାରୁ ଚୀନ୍ ସେନାର ଡାକ୍ତରମାନେ ତିବ୍ବତୀୟ ମହିଳାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଛନ୍ତି । ଗର୍ଭବତୀ ମହିଳାଙ୍କୁ ଚୀନ୍ ସେନା ଖୋଜି ବାହାର କରିଥାଏ । ଏହାପରେ ମହିଳାଙ୍କୁ ସେନା ହସ୍ପିଟାଲକୁ ନିଆଯାଏ । ସେଠାରେ ସେନା ଡାକ୍ତର ଗର୍ଭରେ ଥିବା ଶିଶୁକୁ ମାରିବା ପାଇଁ କରେଣ୍ଟ ଦେଇଥାନ୍ତି । କେବଳ ଏତିକି ନୁହେଁ ତିବ୍ବତୀୟ ମହିଳାଙ୍କ ଅପହରଣ ପରେ ସେମାନଙ୍କ ସାମୁହିକ ବଳାତ୍କାର ମଧ୍ୟ ହୋଇଥାଏ । କୌଣସି ତିବ୍ବତୀୟଙ୍କ ପାଖରୁ ଯଦି ଦଲାଇଲାମାଙ୍କ ଫଟୋ ବାହାରେ ତେବେ ତାଙ୍କୁ ତୁରନ୍ତ ଜେଲ ପଠାଇ ଦିଆଯାଏ ।