ଜୁନ୍ 2 ସଂଧ୍ୟା 7ରୁ 7 ଟା 10 ମିନଟ୍ ଭିତରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ପାଖକୁ ବାଲେଶ୍ୱର ଜିଲ୍ଲପାଳ ଦତ୍ତାତ୍ରେୟ ପି ସିନ୍ଦେଙ୍କ ଫୋନ୍ ଆସିଥିଲା। ଜିଲ୍ଲାପାଳ କହିଥିଲେ ,ସାର ଗୋଟିଏ ଟ୍ରେନ୍ ଟ୍ରାକରୁ ଖସି ଯାଇଛି। ମୁଁ ସେଠାକୁ ଯାଉଛି। ଯେତେବେଳେ ତାଙ୍କୁ ସେ କୌଣସି ସାହାଯ୍ୟ ଚାହୁଛନ୍ତି କି ବୋଲି ମୁଖ୍ୟ ଶାସନ ସଚିବ ପଚାରିଥିଲେ ସିନ୍ଦେଙ୍କ ଉତ୍ତର ଥିଲା ନା। କିନ୍ତୁ ଆଗରୁ ବିପର୍ଯ୍ୟୟ ମୁକାବିଲାର ଅନୁଭବ ରଖୁଥିବା ମୁଖ୍ୟ ଶାସନ ସଚିବ ନିଜ ତରଫରୁ ଓଡ୍ରାଫ୍ ଓ ଅଗ୍ନିଶମଣ ବିବାଗକୁ ଦୁଇଟି ଟିମ୍ ଘଟଣାସ୍ଥଳକୁ ପଠାଇବାକୁ ନିର୍ଦ୍ଦେଷ ଦେଇଥିଲେ। ଏହାର ଦୁଇ ମିନିଟ ପରେ କଲେକ୍ଟର ଜିଲ୍ଲାପାଳ ମୁଖ୍ୟ ଶାସନ ସଚିବଙ୍କୁ ଫୋନ୍ କରି ବିରାଟ ବିପତ୍ତିର ସୂଚନା ଦେଇଥିଲେ। ଆଉ ଏହା ସହିତ ଆରମ୍ଭ ହୋଇଥିଲା ସମୟ ବିରୋଧରେ ଯୁଦ୍ଧର କାହାଣୀ। ଯେଉଁ କାହାଣୀର କେନ୍ଦ୍ରରେ ଥିଲେ ରାଜ୍ୟର 9 ଜଣ ଅଧିକାରୀ। 7.15 ବେଳକୁ ରାଜ୍ୟର ପ୍ରାୟ ସବୁ ନ୍ୟୁଜ୍ ଚ୍ୟାନେଲ ଦୁର୍ଘଟଣାର ଭୟାବହତାକୁ ନିଜ ସ୍କ୍ରିନରେ ଦେଖାଉଥିଲେ। ଏହି ସମୟରେ ରାଜ୍ୟ ସରକାର ନିଜର 9 ଅଧିକାରୀଙ୍କ ଏକ ଟିମ୍ ଗଠନ କରି ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିଲେ।
ମୁଖ୍ୟମନ୍ତ୍ରୀ ଆକ୍ସନ ପ୍ଲାନ୍ ବାବଦରେ ଜାଣିବାକୁ ଚାହୁଁଥିଲେ
କଣ୍ଟ୍ରୋଲ ରୁମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକ୍ସନ ପ୍ଲାନ୍ ବାବଦରେ ଜାଣିବାକୁ ଚାହିଁଥିଲେ। ସେ ଜାଣିବାକୁ ଚାହିଁଥିଲେ ଯେ, ଏତେବଡ଼ ବିପଦର ମୁକାବିଲା ପାଇଁ ପ୍ଲାନ୍ କଣ। ପଟ୍ଟନାୟକ ସଫା ଶବ୍ଦରେ କହିଦେଇଥିଲେ ଯେ, ଉଦ୍ଧାର କାର୍ଯ୍ୟ ପାଇଁ ଟଙ୍କାର ଅଭାବ ରହିବ ନାହିଁ। ଯଦି ଆବଶ୍ୟକତା ପଡ଼େ ତେବେ ମୁଖ୍ୟମନ୍ତ୍ରୀ ରିଲିଫ୍ ପଣ୍ଡରୁ ଟଙ୍କା ଉଦ୍ଧାର କାର୍ଯ୍ୟ ପାଇଁ ବ୍ୟୟ ହେବ। ଏହା ରାଜ୍ୟର ଅଧିକାରୀଙ୍କ ପାଇଁ ଏକ ବଡ଼ କଥା ଥିଲା। ରାଜ୍ଯର ମୁଖ୍ୟମନ୍ତ୍ରୀ ସମ୍ମୁଖରୁ ଉଦ୍ଧାର କାର୍ଯ୍ୟର ନେତୃତ୍ୱ ନେଉଥିଲେ।
ଜିରୋ କାଜୁଆଲିଟି ଅନେକ ବର୍ଷ ଧରି ନବୀନ ସରକାରର ମୋଟୋ ରହି ଆସିଛି। ବାହାନଗା ଟ୍ରାଜେଡିରେ ମଧ୍ୟ ରାଜ୍ୟ ସରକାରଙ୍କ ମୋଟୋ ସେଇଆ ଥିଲା। ଭୁବନେଶ୍ୱର ମୁଖ୍ୟ ଅପରେଶନ ରୁମରୁ ପ୍ରତି ମିନିଟର ଘଟଣାକୁ କରାଯାଉଥିଲା ମନିଟର। ଭୁବନେଶ୍ୱରରେ ଯଦି 8ରୁ 10 ଜଣ ବରିଷ୍ଠ ଅଧିକାରୀ ଥିଲେ ତେବେ ଗ୍ରାଉଣ୍ଡ୍ ଜିରୋରେ 9 ଜଣ ଅଧିକାରୀ ଉଦ୍ଧାର କାର୍ଯ୍ୟକୁ ଆଗକୁ ନେଉଥିଲେ।
ଭୁବନେଶ୍ୱର ଆସ ନାହିଁ, ସିଧା ଦୁର୍ଘଟଣାସ୍ଥଳକୁ ଯାଅ
ରାଜ୍ୟର ବରିଷ୍ଠ 9 ଅଧିକାରୀଙ୍କୁ ସ୍ପଷ୍ଟ ଆଦେଶ ଥିଲା,ଆପଣ ଯେଉଁଠି ବି ଅଛନ୍ତି ପ୍ରଥମେ ଘଟଣାସ୍ଥଳରେ ପହଂଚନ୍ତୁ। ନିଜ ଜିନିସ କଥା ଚିନ୍ତା କରନ୍ତୁ ନାହିଁ। ତାର ବ୍ୟବସ୍ଥା କରାଯିବ। ପୁରୀ ଓ କଟକର ଅଧିକାରୀ ଭୁବନେଶ୍ୱର ନଆସି ବାଇପାସ୍ ଦେଇ ସିଧା ଦୁର୍ଘଟଣା ସ୍ଥଳକୁ ଯାଆନ୍ତୁ। ଏହି ଆଦେଶ ପରେ 9 ଜଣ ଅଧିକାରୀ ଆଗାମୀ 3 ଦିନ ପାଇଁ ବାହାନଗାରେ ଡେରା ପକାଇଥିଲେ ଓ ସମୟ ବିରୋଧରେ ସଂଗ୍ରାମ କରିଥିଲେ।
3 ଘଣ୍ଟାରେ 250 ଆମ୍ବୁଲାନ୍ସ
ଏହା ଭିତରେ ଓଡ଼ିଶାର ସ୍ୱାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ୍ ଲଗାତର ଫୋନ୍ ଯୋଗ ଆମ୍ବୁଲାନ୍ସ ଯୋଗାଡ କରୁଥିଲେ। ଦୁର୍ଘଟଣାସ୍ଥଳ ପାଖରେ ଥିବା ହସ୍ପିଟାଲ ଗୁଡିକୁ ପ୍ରସ୍ତୁତ ରହିବାକୁ ଆଦେଶ ଦେଇଥିଲେ। ବାରିପଦା ତଥା କଟକ ମେଡିକାଲ କଲେଜ ସହିତ ଯୋଗାଯୋଗରେ ଥିଲେ। ଏହି ଦୁଇ କଲେଜରୁ ବାଲେଶ୍ୱରକୁ ଅତିରିକ୍ତ ଡାକ୍ତରଙ୍କୁ ପ୍ରେରଣ କରାଯାଇଥିଲା। ତିନି ଘଣ୍ଟା ଭିତରେ ସେ 250ରୁ ଅଧିକ ଆମ୍ବୁଲାନ୍ସ,ଏସସିବି ମେଡିକାଲ କଲେଜର 50 ଡାକ୍ତର,ବାରିପଦା ମେଡିକାଲ କଲେଜରୁ 30ରୁ 40 ଡାକ୍ତରଙ୍କୁ ଦୁର୍ଘଟଣାସ୍ଥଳକୁ ପଠାଇଥିଲେ। ଏହା ସହିତ ଆଖପାଖ ଜିଲ୍ଲା ଗୁଡିକୁ ଯେତେ ସମ୍ଭବ ସେତେ ଆମ୍ବୁଲାନ୍ସ ପଠାଇବାକୁ କୁହାଯାଇଥିଲେ।
କିଏ ଥିଲେ ସେହି 9 ଅଧିକାରୀ
ବାହାନଗାରେ ଉପସ୍ଥିତ ଥିବା 9 ଅଧିକାରୀଙ୍କ ମଧ୍ୟରେ ଥିଲେ ସତ୍ୟବ୍ରତ ସାହୁ, ହେମନ୍ତ ଶର୍ମା, ବଲବନ୍ତ ସିଂହ, ,ଅରବିନ୍ଦ ଅଗ୍ରୱାଲ,ଭୁପିନ୍ଦର ସିଂହ ପୁନିଆ,ସୁଧାଂଶୁ ସଡ଼ଙ୍ଗୀ,ଦୟାଲ ଗଙ୍ଗୱାର,ଅମିତାଭ ଠାକୁର ଓ ହିମାଂଶୁ କୁମାର। ବାଲେଶ୍ୱର ଜିଲ୍ଲାପାଳ ଓ ଏସପିଙ୍କ ସହିତ ମିଶି ଇଣ୍ଟିଗ୍ରେଟେଡ୍ କମାଣ୍ଡ୍ ସିଷ୍ଟମ ସିଦ୍ଧାନ୍ତରେ ଆଗାମୀ 3 ଦିନ ପାଇଁ ଏହି 9 ଅଧିକାରୀ କାମ କରିଥିଲେ। ସବୁ ଅଧିକାରୀଙ୍କ ମଧ୍ୟରେ କାର୍ଯ୍ୟ ବଣ୍ଟନ ହୋଇଥିଲା। ଯେମିତି କିଏ ଜୀବିତଙ୍କ ଦାୟିତ୍ୱ ନେବ କିଏ ଶବର ଦାୟିତ୍ୱ ନେବ ଓ କିଏ ଆମ୍ୱୁଲାନ୍ସ ପାଇଁ ରାସ୍ତା ସଫା କରିବେ।
ମୁଖ୍ୟମନ୍ତ୍ରୀ ନବୀନ ପ୍ରଧାନମନ୍ତ୍ରୀଙ୍କୁ ମାଗିଥିଲେ ଗୋଟିଏ ସାହାଯ୍ୟ
ଦିନ ବଢିବା ସହିତ ବଢୁଥିଲା ମୃତକଙ୍କ ସଂଖ୍ୟା। ଖରା ବଢିବା ସହିତ ମୃତ ଶରିର ପଚିବା ଆରମ୍ଭ ହୋଇଥିଲା। ଶବ ସଂରକ୍ଷଣ ରାଜ୍ଯ ସରକାରଙ୍କ ପାଇଁ ବିରାଟ ଚ୍ୟାଲେଂଜ୍ ଥିଲା। ଦୁର୍ଘଟଣା ସ୍ଥଳ ପରିଦର୍ଶନରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନେଇ ମୁଖ୍ୟମନ୍ତ୍ରୀ ସୂଚିତ କରିଥିଲେ। ପ୍ରଧାନମନ୍ତ୍ରୀ ତୁରନ୍ତ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଫୋନ୍ କରି ଏମସରେ ଶବ ସଂରକ୍ଷଣ ବ୍ୟବସ୍ଥା କରିବାକୁ କହିଥିଲେ। ଏମସ ଭୁବନେଶ୍ୱରରେ 12ଟି ଶବର ରହିବାର ବ୍ଯବସ୍ଥା ଥିବା ବେଳେ ଶତାଧିକ ଶବକୁ କେମିତି ସଠାରେ ରଖାଯିବ ତାହା ବଡ଼ ପ୍ରଶ୍ନ ଥିଲା। ଏହି ସମୟରେ ଭାରତୀୟ ବାୟୁସେନା ତାର ଟେକ୍ନିକାଲ ଟିମକୁ ଏମ୍ସ ପଠାଇଥିଲା। ଏକ ବିମାନରେ 150 ଶବ ରଖାଯିବା ପାଇଁ ବିଶେଷ ଶବଗୃହ ତିଆରି ପାଇଁ 1 ହଜାର ଲିଟର ଫର୍ମାଲିଡିହାଇଡ୍ରେଡ୍ ସହିତ 15 ଜଣ ବିଶେଷଜ୍ଞଙ୍କୁ ବାୟୁସେନା ଭୁବନେଶ୍ୱର ପଠାଇଥିଲା। ସ୍ୱତନ୍ତ୍ର ଶବଗୃହ ତିଆରି ପରେ 95 ଆମ୍ବୁଲାନ୍ସରେ ଭୁବନେଶ୍ୱର ଶବ ଆସିଥିଲା। ପ୍ରତି ଆମ୍ବୁଲାନ୍ସରେ ଦୁଇଟି ଲେଖାଏ ଶବ ଆସିଥିଲା। ଏଥିପାଇଁ ଗ୍ରୀନ୍ କରିଡର ତିଆରି ହୋଇଥିଲା।