ଜୁଲଫିକର ଅଲ୍ଲି ଭୁଟ୍ଟୋଙ୍କ ଭଳି ଫାଶୀ ଖୁଣ୍ଟରେ ଝୁଲିବେ ଇମ୍ରାନ୍ !

Above Post Content

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତହରିକ୍ ଏ ଇନସାଫ୍ ପାର୍ଟିର ମୁଖ୍ୟ ଇମ୍ରାନ୍ ଖାନଙ୍କ ସମସ୍ୟା ବଢି଼ବାର ଲାଗିଛି। ଜଣକ ପରେ ଜଣେ ତାଙ୍କ ଦଳର ବଡ଼ ନେତା ତାଙ୍କୁ ଅଲବିଦା କହିବାରେ ଲାଗିଛନ୍ତି। ଆଉ ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ସହିତ ଅଛନ୍ତି ସାହବାଜ ସରିଫ ସରକାର ସେମାନଙ୍କୁ ବିଭିନ୍ନ ମାମଲାରେ ଗିରଫ କରିବାରେ ଲାଗିଛି। ଏହା ଭିତରେ ବେଲୁଚିସ୍ତାନରେ ଏଭଳି ଏକ ଘଟଣା ଘଟିଛି ଯାହାକୁ ଦେଖି ଆଶଙ୍କା କରାଯାଉଛି ଯେ, ଇମ୍ରାନଙ୍କ ଅବସ୍ଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲଫକିର ଅଲ୍ଲୀ ଭୁଟ୍ଟୋଙ୍କ ଭଳି ହୋଇପାରେ ଅର୍ଥାତ ଇମ୍ରାନଙ୍କୁ ମଧ୍ୟ ଫାଶୀ ଖୁଣ୍ଟରେ ଚଢିବାକୁ ପଡ଼ିପାରେ

ବଲୁଚିସ୍ତାନ ଘଟଣା କଣ

After 2nd paragraph post ads

ବଲୁଚିସ୍ତାନରେ ମଙ୍ଗଳବାର ଦିନ ଜଣେ ଓକିଲଙ୍କ ହତ୍ୟା ହୋଇଛିଅବଦୁଲ ରଜାକ ନାମକ ଏହି ଓକିଲ ଇମ୍ରାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଚଳାଇବାକୁ ବଲୁଚିସ୍ତାନ ହାଇକୋର୍ଟରେ ମାମଲା ଦାଏର କରିଥିଲେ। ମଙ୍ଗଳବାର ଦିନ କ୍ୱେଟାରେ ଅବଦୁଲଙ୍କ ହତ୍ୟା ହୋଇଛି। କିଛି ଦୁର୍ବୁତ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଅବଦୁଲଙ୍କ ପୁଅ ଏହି ହତ୍ୟା ପାଇଁ ସିଧାସଳଖ ଇମ୍ରାନ ଓ ତାଙ୍କ ଦଳର ନେତାଙ୍କୁ ଦାୟୀ କରିଛନ୍ତି।

Middle post content

ଇମ୍ରାନଙ୍କ ବିରୋଧରେ ଏଫଆଇଆର

କ୍ୱେଟାରେ ଏହି ମାମଲାରେ ଇମ୍ରାନଙ୍କ ବିରୋଧରେ ଏଫଆଇଆର ଦାଏର ହୋଇଛିଅବଦୁଲଙ୍କ ପୁଅ ଦାଏର କରିଥିବା ଏଫଆଇଆରରେ ଇମ୍ରାନଙ୍କ ପୁଅ ଅଭିଯୋଗ କରିଛନ୍ତି ଯେ, ତାଙ୍କ ବାପା ଇମ୍ରାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଦାଏର ପାଇଁ ହାଇକୋର୍ଟ୍ ଯିବା ପରେ ଇମ୍ରାନ୍ ଉସକାଇବା ଭଳି ବୟାନ ଦେଇଥିଲେ। ଏହି ବୟାନ ପାଇଁ ତାଙ୍କ ପିତାଙ୍କୁ ହତ୍ୟା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି

ଇମ୍ରାନ୍ ମାମଲାର ଜୁଲଫିକରଙ୍କ ସହିତ ସମ୍ପର୍କ କଣ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲ୍ଲି ଭୁଟ୍ଟୋଙ୍କୁ ଏପ୍ରିଲ 4, 1979 ମସିହାରେ ଦେଶଦ୍ରୋହ ମାମଲାର ଫାଶୀ ଦିଆଯାଇଥିଲା। ଏହା ପୂର୍ବରୁ ତତ୍କାଳୀନ ସେନାମୁଖ୍ୟ ଜିଆ ଉଲ୍ ହକ୍ ସାମରିକ ବିଦ୍ରୋହ ଜରିଆରେ କ୍ଷମତା ଦଖଲ କରିଥିଲେ ଓ ଭୁଟ୍ଟୋଙ୍କ ବନ୍ଦୀ କରିଥିଲେ। ଭୁଟ୍ଟୋଙ୍କ ମୃତ୍ୟୁର 5 ବର୍ଷ ତଳେ 11 ନଭେମ୍ବର 1974ରେ ଜଣେ ଓକିଲ ମହମ୍ମଦ ଅହମ୍ମଦଙ୍କ ହତ୍ୟା ହୋଇଥିଲା। ମହମ୍ମଦ ,ଭୁଟ୍ଟୋଙ୍କ ବିରୋଧରେ ଅଦାଲତ ଯାଇଥିଲେ। ଏହି ହତ୍ୟା ପାଇଁ ଭୁଟ୍ଟୋଙ୍କୁ ଦାୟୀ କରାଯାଇଥିଲାସେନା ବିଦ୍ରୋହ ପରେ ଚାଲିଥିବା ମାମଲାରେ ଭୁଟ୍ଟୋଙ୍କୁ ଫାସୀ ଦଣ୍ଡାଦେଶ ହୋଇଥିଲାଭୁଟ୍ଟୋଙ୍କ ବିରୋଧରେ ଯେମିତି ଜଣେ ଓକିଲଙ୍କ ହତ୍ୟା ଅଭିଯୋଗ ଆଣି ସେନା ଫାଶୀ ଖୁଣ୍ଟରେ ଚଢାଇଥିଲା ସେମିତି ଇମ୍ରାନଙ୍କ ହାଲ ହେବ ବୋଲି ଆଶଙ୍କା କରାଯାଉଛି।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami