ଭାରତଠାରୁ ଶୀଘ୍ର ଓ ଅଧିକ ପରମାଣୁ ଅସ୍ତ୍ର ଠୁଳ କରୁଛନ୍ତି ଚୀନ୍,ପାକିସ୍ତାନ

Above Post Content

ଭାରତ ପାଇଁ ଖରାପ ଖବରଭାରତର ସୁରକ୍ଷାକୁ ପ୍ରଭାବିତ କରିବା ଭଳି ଖବର ଆସୁଛି। ଏହି ଖବର ଅନୁସାରେ ଚୀନ୍ ଓ ପାକିସ୍ତାନ ନିଜ ପରମାଣୁ ଅସ୍ତ୍ରଭଣ୍ଡାରକୁ ଦ୍ରୁତଗତିରେ ଭର୍ତ୍ତି କରୁଛନ୍ତି। ପାକିସ୍ତାନ ଓ ଚୀନ୍ ଭାରତ ତୁଳନାରେ ନିଜ ପରମାଣୁ ଅସ୍ତ୍ରଭଣ୍ଡାରରେ ଅସ୍ତ୍ର ସଂଖ୍ୟା ଅଧିକ ବୃଦ୍ଧି କରିଛନ୍ତି ବୋଲି ସ୍ୱିଡେନର SIPRI ନାମକ ସଂସ୍ଥା ଦାବି କରିଛିସିପ୍ରିର ରିପୋର୍ଟରେ କୁହାଯାଇଛି ଯେ, କିଛି ବର୍ଷ ଭିତରେ ଚୀନ୍ ନିଜ ପରମାଣୁ ଅସ୍ତ୍ର ଭଣ୍ଡାରରେ 60 ଓ ପାକିସ୍ତାନ 5ଟି ନୂଆ ଅସ୍ତ୍ର ଯୋଡ଼ିଛି।ଅନ୍ଯପକ୍ଷରେ ଭାରତ ଏହି ସମୟ ଭିତରେ ମାତ୍ର 4ଟି ନୂଆ ପରମାଣୁ ଅସ୍ତ୍ର ତିଆରି କରିଛି।

ରିପୋର୍ଟ ଅନୁସାରେ କେବଳ ଏସିଆରେ ନୁହେଁ ପୁରା ଦୁନିଆରେ ପରମାଣୁ ଅସ୍ତ୍ର ସଂଖ୍ଯା ବିପଜ୍ଜନକ ଭାବେ ବୃଦ୍ଧି ପାଇଛିସିପ୍ରି ଅନୁସାରେ ବର୍ତ୍ତମାନ ମାନବ ସଭ୍ୟତା ଏକ ବିପଜ୍ଜନକ ସମୟ ଦେଇ ଗତି କରୁଛି।

After 2nd paragraph post ads
Middle post content

ଦୁନିଆରେ ଏବେ 12 ହଜାର 512 ପରମାଣୁ ଅସ୍ତ୍ର

ବିଶ୍ୱରେ ଏବେ ପରମାଣୁ ଅସ୍ତ୍ର ସଂଖ୍ୟା 12,512 ବୋଲି ରିପୋର୍ଟରେ ଦାବି କରାଯାଇଛି। ଏଥିରୁ 9576 ଏଭଳି ଅସ୍ତ୍ର ଯାହା ଆକ୍ରମଣ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପରମାଣୁ ଅସ୍ତ୍ର ସଂଖ୍ୟାରେ 86 ଅସ୍ତ୍ର ବୃଦ୍ଧି ପାଇଛି। ପୁରା ଦୁନିଆରେ ଚୀନ୍ ନିଜ ଅସ୍ତ୍ର ସଂଖ୍ୟା ବୃଦ୍ଧି କରିଛି। ଶିତଳ ଯୁଦ୍ଧ ସରିବା ପରେ ପରମାଣୁ ଅସ୍ତ୍ର ସଂଖ୍ୟା କମିଥିଲା। କିନ୍ତୁ ବର୍ତ୍ତମାନ ଟ୍ରେଣ୍ଡ୍ ବଦଳି ଏହି ସଂଖ୍ୟାରେ ବୃଦ୍ଧି ଆସିଛି। ପୁଣି ଥରେ ପରମାଣୁ ଅସ୍ତ୍ର ଦୌଡ଼ ଆରମ୍ଭ ହୋଇଛି। ସିପ୍ରି ଅନୁସାରେ ଦୁନିଆର 90 ପ୍ରତିଶତ ପରମାଣୁ ଅସ୍ତ୍ର ଆମେରିକା ଓ ଋଷ ପାଖରେ ରହିଛି12 ହଜାର 512 ପରମାଣୁ ଅସ୍ତ୍ରରୁ 3 ହଜାର 844ଟି କ୍ଷପଣାସ୍ତ୍ର ଓ ଯୁଦ୍ଧବିମାନରେ ଲାଗିଛି। SIPRI ର କହିବା ହେଉଛି ଯେ,ଋଷ ୟୁକ୍ରେନ୍ ଯୁଦ୍ଧ ପରଠାରୁ ନିଜ ପରମାଣୁ ଅସ୍ତ୍ର ସଂଖ୍ଯା ବାବଦରେ କୌଣସି ଦେଶ ସୂଚନା ଦେଉନାହାନ୍ତି।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami