ସ୍ୱାସ୍ଥ୍ୟସେବାରେ ମାଇଲଖୁଣ୍ଟ

Above Post Content

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ସ୍ୱାସ୍ଥ୍ୟସେବା

ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା। ରାଜ୍ୟର ପ୍ରତିଟି ଗରିବ ପରିବାର ପାଇବେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା। ଅର୍ଥ ଅଭାବରୁ ଚିକିତ୍ସା ସେବାରୁ କେହି ବଞ୍ଚିତ ହେବେନି। ଏହାକୁ ଫୋକସ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଆରମ୍ଭ କରିଥିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)। ଏବେ ଏ ଯୋଜନାରେ ହୋଇଛି ନବକଳେବର। ହିତାଧିକାରୀଙ୍କୁ ମିଳୁଛି ସ୍ୱାର୍ଟ ହେଲଥ୍ କାର୍ଡରାଜ୍ୟର ୯୬ ଲକ୍ଷ ପରିବାରର ସାଢ଼େ ୩ କୋଟି ଲୋକଙ୍କୁ ଏଥିରେ ମଳିବ ମାଗଣା ସ୍ୱାସ୍ଥ୍ୟ ସେବା। ସ୍ୱାର୍ଟ ସ୍ୱାସ୍ଥ୍ୟ କାର୍ଡରେ ପରିବାର ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓ ମହିଳାଙ୍କ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କା ଯାଏ ଚିକିତ୍ସା ସୁବିଧା ପ୍ରତି ବର୍ଷ ମିଳିବ। ସମଗ୍ର ଦେଶରେ ଏହା ପ୍ରଥମ। ଖୋଦ ମୁଖ୍ୟମନ୍ତ୍ରୀ ଜିଲ୍ଲା ଗସ୍ତ କରି ଏ କାର୍ଡ ବଣ୍ଟନର ଶୁଭାରମ୍ଭ କରୁଛନ୍ତି।

After 2nd paragraph post ads
Middle post content

ସ୍ୱାସ୍ଥ୍ୟ ହିଁ ସମ୍ପଦ। ଏହାକୁ ଅଗ୍ରାଧିକାର ଦେଇ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନକୁ ମିଶନ ମୋଡରେ ନେଇଛନ୍ତିମାଲକାନଗିରିରୁ ମୟୂରଭଞ୍ଜ, ସମ୍ବଲପୁରରୁ କଳାହାଣ୍ଡି ଜିଲ୍ଲା ଗସ୍ତ କରି ସ୍ୱୟଂ ନବୀନ ଏ କାର୍ଡ ବଣ୍ଟନ କରୁଛନ୍ତି। ସବୁଠି ସେ କହୁଛନ୍ତି ସାରା ଓଡିଶା ମୋ ପରିବାର। ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଯେତେବେଳେ ଲୋକମାନେ ଚିକିତ୍ସା ପାଇଁ ଜମି ବିକିବା, ସୁନା ବିକିବା ଓ ପିଲାଙ୍କ ପାଠ ବନ୍ଦ କରିବା ଖବର ମିଳେ, ସେତେବେଳେ ମୋତେ ବହୁତ କଷ୍ଟ ଲାଗେ। ଲୋକଙ୍କର ଏହି ଦୁଃଖ ଦୂର କରିବାକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନୂଆ ରପରେ ଲାଗୁ ହୋଇଛି। ଏହିି ସ୍ମାର୍ଟ କାର୍ଡ ଜରଆରେ ରାଜ୍ୟବାସୀଙ୍କୁ ସରକାର ମାଗଣା ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି। ରାଜ୍ୟ ଓ ଦେଶ ଭିତରେ ୨ ଶହରୁ ଅଧିିକ ଘରୋଇ ଡାକ୍ତରଖାନାରେ ମଧ୍ୟ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡଧାରୀମାନେ ଗୁଣାତ୍ମକ ଚିକିତ୍ସା ସେବା ପାଇ ପାରୁଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ଅନପୂର୍ଣ୍ଣା ଅନ୍ତଦ୍ୟୋୟ ହିତାଧିକାରୀ, ସମସ୍ତଙ୍କୁ ଏହି ସ୍ମାର୍ଟ ହେଲ୍ଥ କାର୍ଡ ମିଳୁଛି। ରାଜ୍ୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହା ବୈପ୍ଳବିକ ପରିବର୍ତ୍ତନ ଆଣିଛି।

ଏହି ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡରେ ଅତି ସୁବିଧାରେ ରୋଗୀଟିଏ ସରକାରୀ ହେଉ ଅବା ବେସରକାରୀ ଡାକ୍ତରଖାନାରେ ଉନ୍ନତ ଚିକିିତ୍ସା ସେବା ପାଇପାରୁଛି। ଓଡ଼ିଶା ଭଳି ପଛୁଆ ରାଜ୍ୟରେ ଏହି କାର୍ଡ ଗରିବ ପରିବାରଗୁଡ଼ିକ ପାଇଁ ‘ସଂଜୀବନି’ ସାଜିଛି। ପରିବାରର ମାଆ ଓ ଭଉଣୀମାନଙ୍କ ସ୍ୱାସ୍ଥ୍ୟକୁ ଅଗ୍ରାଧିକାର ଦେଇ ୧୦ ଲକ୍ଷ ଟଙ୍କା ଯାଏ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ‘ମମତା’, ‘କାଳିଆ’ ବସ୍ତି ବାସିନ୍ଦାଙ୍କୁ ଭୂସମ୍ପତ୍ତି ଅଧିକାର ଭଳି ନବୀନଙ୍କ ଏ ଯୋଜନା ମଧ୍ୟ ଜାତୀୟସ୍ତରରେ ବେଶ ଚର୍ଚ୍ଚା ଆଣିଛି। ସ୍ୱାସ୍ଥ୍ୟ ଇତିହାସରେ ଏହା ମାଇଲଖୁଣ୍ଟ ହୋଇ ରହିବ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami