କିମ୍ ଜୋଙ୍ଗ୍ ଉନଙ୍କ ନାଗରିକଙ୍କୁ ନୂଆ ଆଦେଶ,ପିଲାଙ୍କ ନାମ ବନ୍ଧୁକ,ବୋମା ରଖ !

Above Post Content

ନାମ ଜଣେ ବ୍ୟକ୍ତିଙ୍କୁ ଆଉ ଜଣେ ବ୍ୟକ୍ତିଙ୍କଠାରୁ ଅଲଗା କରିଥାଏ । ଧର୍ମ ଆଧାରରେ ଲୋକଙ୍କ ନାମକରଣ ହୋଇଥାଏ । ଜଣେ ବ୍ୟକ୍ତିର ନାମରୁ ଜଣା ପଡିଥାଏ ସେ କେଉଁ ଧର୍ମକୁ ମାନନ୍ତି । ନାମକରଣ ଏକ ବ୍ୟକ୍ତିଗତ ଓ ପାରିବାରିକ ମାମଲା ହୋଇଥାଏ । ସାଧାରଣତଃ ଏଥିରେ ସରକାରଙ୍କ ହସ୍ତକ୍ଷେପ ନଥାଏ । କେବଳ କିଛି ଦେଶରେ ନିର୍ଦ୍ଦିଷ୍ଟ କେତୋଟି ନାମ ନରଖିବାକୁ ନିୟମ ରହିଛି । ଯେମିତି ଇସ୍ରାଏଲ ଓ ଜର୍ମାନୀରେ କେହି ନିଜ ପିଲାଙ୍କ ନାମ ହିଟଲର ବୋଲି ରଖି ପାରିବେନ ନାହିଁ । କିନ୍ତୁ ଉତ୍ତର କୋରିଆ ଭଳି ରାଷ୍ଟ୍ରରେ କିଛି ମଧ୍ୟ ବ୍ୟକ୍ତିଗତ ହୋଇନଥାଏ । ସେଠାରେ ସବୁକିଛି ସରକାରୀ ଓ ସରକାର କହିଲେ କିମ୍ ପରିବାରକୁ ବୁଝାଏଉତ୍ତର କୋରିଆର ଜଣେ ନାଗରିକ ନିର୍ଦ୍ଦିଷ୍ଟ ୪୮ଟି ହେୟାର କଟ୍ ଷ୍ଟାଇଲରୁ ଅଲଗା କିଛି ଷ୍ଟାଇଲ କରିପାରିବେ ନାହିଁ ସୁପ୍ରିମ ଲିଡରଙ୍କ ଢଙ୍ଗରେ କେହି ମଧ୍ୟ ନିଜ କେଶ ସଜା କରିପାରିବେ ନାହିଁ । ଏବେ ଏସବୁଠୁ ଆଗରୁ ବଢି ପାଗଳ କିମ୍ ନୂଆ ଆଦେଶ ଜାରି କରିଛନ୍ତି । ନୂଆ ଆଦେଶ ଅନୁସାରେ ଦେଶର ସବୁ ନାଗରିକଙ୍କୁ ନିଜ ନାମ ବଦଳାଇବାକୁ ପଡ଼ିବ । ପୁରୁଣା ନାମ ସ୍ଥାନରେ ଦେଶପ୍ରେମ ଜାହିର କରୁଥିବା ନାମ ରଖିବାକୁ ପଡି଼ବ । ଆଉ ଯେଉଁମାନେ ଆଦେଶ ଅମାନ୍ୟ କରିବେ ସେମାନଙ୍କୁ କଠୋର ଦଣ୍ଡ ମିଳିବ

ବଦଳାଅ ନାମ,ପିଲାଙ୍କ ନାମ ଦମଦାର ହେବ

After 2nd paragraph post ads
Middle post content

କିମଙ୍କୁ ଲାଗୁଛି ଯେ,ଉତ୍ତର କୋରିଆର ଅଭିଭାବକ ନିଜ ସନ୍ତାନଙ୍କ ଯେଉଁ ନାମକରଣ କରୁଛନ୍ତି ତାହା କୋମଳ । ତେଣୁ ସେ ନୂଆ ଆଦେଶ ଜାରି କରିଛନ୍ତି ଯେ, କେହି କଅଁଳିଆ ନାମ ରଖିବେ ନାହିଁ କୋମଳ ନାମ ସ୍ଥାନରେ ଚୋଙ୍ଗ୍ ଇଲ୍ ବା ବନ୍ଧୁକ,ଚୁଙ୍ଗ୍ ସିମ୍ (ବିଶ୍ୱସ୍ତ) ପୋକ୍ ଇଲ୍ (ବୋମା) ଭଳି ନାମ ରଖିବାକୁ କହିଛନ୍ତି । ତାଙ୍କ ଅନୁସାରେ ବନ୍ଧୁକ ଓ ବୋମା ଭଳି ନାମ ପିଲାଙ୍କୁ ଶକ୍ତ କରିବ ଓ ଉତ୍ତର କୋରିଆର ମାକୋ ଇମେଜ୍ ବନାଇବ । ସୂଚନାଯୋଗ୍ୟ ଯେ ଦକ୍ଷୀଣ କୋରିଆରେ ଏ ରି ( ପ୍ରେମ କରୁଥିବା) ସୋ ରା( ଶଙ୍ଖ) ଓ ସୁ ଏମ୍ଆଇ( ସୁପରବ୍ୟୁଟି) ଭଳି ନାମ ପିଲାଙ୍କୁ ଦିଆଯାଇଥାଏ । ଉତ୍ତର କୋରିଆରେ ମଧ୍ୟ ଏହିଭଳି ନାମ କରଣ ହୋଇଥାଏ । ତେବେ କିମଙ୍କୁ ଲାଗୁଛି ଏମିତି ନାମ ସବୁ ପିଲାଙ୍କୁ ମାଇଚିଆ କରି ଦେଉଛି । ତେଣୁ ସେ ନୂଆ ଆଦେଶରେ ବନ୍ଧୁକ,ବୋମା ଭଳି ନାମ ଦେବାକୁ କହିଛନ୍ତି ।

ବଡ଼ଙ୍କୁ ମଧ୍ୟ ନାମ ବଦଳାଇବାକୁ ବାଧ୍ୟ କରାଯାଉଛି

କେବଳ ପିଲା ନୁହନ୍ତି ଉତ୍ତର କୋରିଆର ବୟସ୍କ ଲୋକଙ୍କୁ ମଧ୍ୟ ନିଜ ପୁରୁଣା ନାମ ବଦଳାଇ ନିଜକୁ ନୂଆ ନାମ ଦେବାକୁ ସରକାରୀ ଆଦେଶ ଜାରି ହୋଇଛି ଆଦେଶରେ କୁହାଯାଇଛି ଯେ, ଯେଉଁମାନେ ନିର୍ଧାରିତ ତିଥି ମଧ୍ୟରେ ନୂଆ ନାମକରଣ କରିବେ ନାହିଁ ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ୨୦୨୨ ସରିବା ପରେ ଯଦି କେହି ନିଜ ନାମ ବଦଳାଇ ନଥାନ୍ତି ତେବେ ତାଙ୍କୁ ଦଣ୍ଡ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ତେବେ ଉଦାର ହୃଦୟର କିମ୍ ଏନେଇ କିଛିଟା ନରମ ହୋଇଛନ୍ତି । ସେ ନାଗରିକଙ୍କୁ ନିଜ ପୁରୁଣା ନାମ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବା ବଦଳରେ ନାମ ଶେଷରେ କିଛି କ୍ରାନ୍ତିକାରୀ ଶବ୍ଦ ଯୋଡିବାକୁ କହିଛନ୍ତି ବୟସ୍କ ନାଗରିକଙ୍କୁ ନିଜ ନାମ ପଛରେ ଏମିତି କିଛି ଯୋଡି଼ବାକୁ କୁହାଯାଇଛି ଯାହା ରାଜନୈତିକ ସନ୍ଦେଶ ଦେଉଥିବ । ତେବେ ଲୋକ ଏହାକୁ ନେଇ ଖୁସୀ ନାହାନ୍ତି । କିନ୍ତୁ ଉତ୍ତର କୋରିଆରେ ଲୋକଙ୍କ ଅସନ୍ତୋଷର କିଛି ଅର୍ଥ ନଥାଏ ସୁପ୍ରିମ ଲିଡରଙ୍କ ଆଦେଶ ଅମାନ୍ୟ ଅର୍ଥ ମୃତ୍ୟୁ । ତେଣୁ ଆଗାମୀ ଦିନରେ ସଂଖ୍ୟାଧିକ ଉତ୍ତର

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami