ମୁଣ୍ଡରୁ ଓଢ଼ଣୀ ଖସିଗଲା ବୋଲି ଅନ୍ତର୍ଜାତୀୟ ଖେଳାଳୀଙ୍କ ଘର ଭାଙ୍ଗିଦେଲେ ସରକାର

Above Post Content

ହିଜାବକୁ ନେଇ ବିବାଦ ଭାରତରେ କିଛି ଦିନ ତଳ ଜୋର ଧରିଥିଲା । ହିଜାବ ପିନ୍ଧି କଲେଜ ଯିବାକୁ ନେଇ ମୁସଲିମ୍ ଛାତ୍ରୀଙ୍କ ଦାବିକୁ କର୍ଣ୍ଣାଟକ ସରକାର ମାନିବାକୁ ମନା କରିଦେଇଥିଲେ । ପରେ ମାମଲା ହାଇକୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ଅନ୍ୟପକ୍ଷରେ ଇରାନରେ ହିଜାବ ପିନ୍ଧିବୁ ନାହିଁ ବୋଲି ସେଠାକାର ଯୁବତୀ ଆନ୍ଦୋଳନ କରୁଛନ୍ତି । ଏହି ଆନ୍ଦୋଳନରେ ବେସରକାରୀ ଭାବେ ଶତାଧିକ ପ୍ରାଣ ହରାଇଲେଣି । ଇରାନୀ ସରକାର ମୋରଲ ପୋଲିସ(ରାସ୍ତା ଘାଟରେ ଲୋକ ଇସଲାମ ମାନିକି ଚଳୁଛନ୍ତି କି ନାହିଁ ତନଖି କରୁଥିବା ପୋଲିସ) ବ୍ୟବସ୍ଥାକୁ ଭାଙ୍ଗି ଦେଇଛନ୍ତି କିନ୍ତୁ ହିଜାବ କଟକଣା ଉଠାଇ ନାହାନ୍ତି । ଏଣେ ଇରାନରୁ ଆସିଛି ଆଉ ଗୋଟିଏ ଖବର । ଖବର ହେଉଛି ଜଣେ ଅନ୍ତର୍ଜାତୀୟ ଖେଳାଳୀ ବିଦେଶରେ ଖେଳିବା ସମୟରେ ହିଜାବ ପିନ୍ଧି ନଥିବାରୁ ସେଠାକାର ସରକାର ତାଙ୍କ ଘର ଭାଙ୍ଗି ଦେଇଛନ୍ତି ।

ବ୍ରିଟିଶ ଖବର କାଗଜ ଡେଲି ମେଲ୍ ଅନୁସାରେ ଦକ୍ଷୀଣ କୋରିଆରେ ଆୟୋଜିତ ପର୍ବତାରୋହଣ ପ୍ରତିଯୋଗିତାରେ ଭାଗ ନେଇଥିବା ଜଣେ ଇରାନୀ ଖେଳାଳୀଙ୍କ ଘର ଏଥିପାଇଁ ଭାଙ୍ଗି ଦିଆଯାଇଛି ଯେ, ସେ ବିନା ହିଜାବ ପିନ୍ଧି ପର୍ବତ ଚଢିଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଗୋଟିଏ ଭିଡିଓକୁ ଆଧାର କରି ଡେଲି ମେଲ୍ ଏହି ଖବର ଦେଇଛି । ଏହି ଭିଡିଓରେ ପର୍ବତାରୋହୀ ଏଲନାଜ୍ ରେକବିଙ୍କ ଧ୍ୱସ୍ତ ଘର ଦେଖିବାକୁ ମିଳୁଛି ଭଙ୍ଗା ଘର ପାଖରେ ତାଙ୍କ ଭାଇକୁ କାନ୍ଦୁଥିବା ମଧ୍ୟ ଦେଖାଯାଇଛି । ସୂଚନାଯୋଗ୍ୟ ଯେ, ତାଙ୍କ ଭାଇ ମଧ୍ୟ ଜଣେ ଆଥେଲିଟ୍ । ଅକ୍ଟୋବର ମାସରେ ଦକ୍ଷୀଣ କୋରିଆରୁ ଫେରିବା ପରେ ଏଲନାଜଙ୍କୁ ଗିରଫ କରାଯାଇଥିବା କୁହାଯାଉଛି ।

After 2nd paragraph post ads
Middle post content

ତେବେ ଇରାନର ସରକାରୀ ଖବର ସରବରାହ ସଂସ୍ଥା ଅନୁସାରେ ଏଭଲି ଦାବି ମିଛ । ଏଲନାଜ ପ୍ରତିଯୋଗିତାରେ ଭାଗ ନେବା ପୂର୍ବରୁ ତାଙ୍କ ଘର ଭଙ୍ଗା ଯାଇଥିଲା ବୋଲି ନ୍ୟୁଜ୍ ଏଜେନ୍ସି ଦାବି କରିଛି । ଏଜେନ୍ସି ଅନୁସାରେ ଏଲନାଜଙ୍କ ଘର ବିନା ଅନୁମତି ନିର୍ମିତ ହୋଇଥିବାରୁ ଭଙ୍ଗା ଯାଇଥିଲା ।

ଏଲନାଜ୍ ମାଗିଥିଲେ କ୍ଷମା

ଅନ୍ୟପକ୍ଷରେ ଏଲନାଜ୍ ଇଂଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ହିଜବ ବିବାଦ ପାଇଁ କ୍ଷମା ମାଗିଛନ୍ତି । ସେ କହିଛନ୍ତି ଯେ, ହିଜାବ ଭୁଲରେ ମୁଣ୍ଡରୁ ଖସି ଯାଇଥିଲା । ଜାଣିଶୁଣି ସେ ହିଜାବ ହଟାଇ ନଥିଲେ । ସୂଚନାଯୋଗ୍ୟ ଯେ, ଏଲନାଜଙ୍କୁ ତେହେରାନ ଏୟାରପୋର୍ଟରେ ଜୋରଦାର ସ୍ୱାଗତ କରାଯାଇଥିଲା । ସେତେବେଳେ ସେ କଳା ରଙ୍ଗର ବେସବଲ୍ କ୍ୟାପ୍ ଓ ବାଳ ଘୋଡ଼ାଇବା ପାଇଁ ହୁଡି ପିନ୍ଧିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami