ନୀତିଶଙ୍କୁ ୨୪ରେ ଲାଗିବ ଝଟକା, ମିଳିବ ମାତ୍ର ୫ ଲୋକସଭା ଆସନ !

Above Post Content

ବିହାର ଜାତି ଆଧାରରେ ଜନଗଣନା ରିପୋର୍ଟ୍ ଜାରି କରିଛି । ଏହି ରିପୋର୍ଟ୍ ଆଧାରରେ ବିହାର ଜନସଂଖ୍ୟାର ସିଂହଭାଗ ହେଉଛନ୍ତି ଓବିସି । ନୀତିଶ କୁମାର ଓ ଲାଲୁ ଯାଦବଙ୍କ ଆଶା ଯେ, ଜାତି ଆଧାରରେ ଜନଗଣନା ରିପୋର୍ଟର ଫାଇଦା ୨୦୨୪ ନିର୍ବାଚନରେ ମେଣ୍ଟକୁ ମିଳିବ । ମେଣ୍ଟର ଓବିସି କାର୍ଡ୍ ଆଗରେ ବିଜେପିର ସବୁ ଚାଲ ଫିକା ପଡିଯିବ । କିନ୍ତୁ ଜଣେ ଭୋଟ୍ ପଣ୍ଡିତଙ୍କ ଭବିଷ୍ୟତବାଣୀ ନୀତିଶଙ୍କ ଲାଗି ଝଟକା ଦେଇଛି । ଏହି ପଣ୍ଡିତଙ୍କ ଭବିଷ୍ୟତବାଣୀ ହେଉଛି ଯେ,ନୀତିଶଙ୍କ ଦଳ ୨୪ ଯୁଦ୍ଧରେ ମାତ୍ର ୫ ଲୋକସଭା ଆସନ ହିଁ ଜିତି ପାରିବ । ସୂଚନାଯୋଗ୍ୟ ଯେ, ଇଏ ସେହି ପଣ୍ଡିତ ଯିଏ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିର ଆସନ ସଂଖ୍‌୍ୟା ୧୦୦ ଭିତରେ ସୀମିତ ରହିବ ବୋଲି ସଠିକ ଭାବେ କହିପାରିଥିଲେ । ଏବେ ତାଙ୍କ ଭବିଷ୍ୟତବାଣୀକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।

ପ୍ରଶାନ୍ତଙ୍କ ନୀତିଶଙ୍କୁ ଝଟକା

After 2nd paragraph post ads

ନୀତିଶଙ୍କ ଦଳ ୨୪ ନିର୍ବାଚନରେ ୫ ଲୋକସଭା ଆସନରେ ସୀମିତ ହୋଇଯିବ ବୋଲି ଭବିଷ୍ୟତବାଣୀ ଦେଇଥିବା ରାଜନୈତିକ ପଣ୍ଡିତଙ୍କ ନାମ ହେଉଛି ପ୍ରଶାନ୍ତ କିଶୋର । ଇଏ ସେହି ପ୍ରଶାନ୍ତ ଯିଏ ଏକଦା ନୀତିଶଙ୍କ ନିକଟତର ଥିଲେ । ତାଙ୍କ ଦଳରେ ଉପସଭାପତି ଥିଲେ । କିନ୍ତୁ ରାଜନୈତିକ ମହତ୍ୱାକାଂକ୍ଷା ପାଇଁ ଉଭୟ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ । ଏବେ ପ୍ରଶାନ୍ତ ପଶ୍ଚିମବଙ୍ଗ ମୁଖ୍‌୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଖାସମଖାସ ।

Middle post content

ଜାତି ସର୍ଭେର ଫାଇଦା ନାହିଁ

ନିର୍ବାଚନୀ ରଣନିତିକାର ପ୍ରଶାନ୍ତ କିଶୋରଙ୍କ ଦାବି ଯେ,ଏହା ହେଉଛି ନୀତିଶଙ୍କ ଅନ୍ତିମ ରାଜନୈତିକ ବାଜି । କିନ୍ତୁ ଏଥିରୁ ତାଙ୍କୁ କୌଣସି ଫାଇଦା ମିଳିବ ନାହିଁ । ସେ କହିଛନ୍ତି ଯେ, ଯେତେବେଳେ ବ୍ୟକ୍ତି ଚାରିଦିଗରୁ କ୍ଲାନ୍ତ ହୋଇଯାଏ ସେତେବେଳେ ସେ ନିଜର ଶେଷ ବାଜି ଲଗାଇଥାନ୍ତି । ନୀତିଶ ମଧ୍ୟ ଜାତିଗତ ସର୍ଭେ ଭାବରେ ନିଜର ଅନ୍ତିମ ରାଜନୈତିକ ବାଜି ଲଗାଇଛନ୍ତି । ତେବେ ଏହା ଦ୍ୱାରା ନା ନୀତିଶ ନା ଇଣ୍ଡିଆ ମେଣ୍ଟକୁ କୌଣସି ଫାଇଦା ମିଳିବ ନାହିଁ । ୨୦୨୪ ନିର୍ବାଚନରେ ଜେଡିୟୁର ୫ ପ୍ରାର୍ଥୀ ମଧ୍ୟ ଜିତି ପାରିବେ ନାହିଁ । ସୂଚନାଯୋଗ୍ୟ ଯେ, ପ୍ରଶାନ୍ତ ଏବେ ବିହାରରେ ଜନସୁରାଜ ଯାତ୍ରାରେ ବାହାରିଛନ୍ତି । ଭୋଟରଙ୍କ ମୁଡ୍ ପରଖିବା ପାଇଁ ସେ ଏହି ଯାତ୍ରାର ଆୟୋଜନ କରିଛନ୍ତି ।

ପ୍ରଶାନ୍ତଙ୍କ ଦାବି ସତ ହେବ କି ?

ବିହାରରେ ପ୍ରଶାନ୍ତଙ୍କ ଦାବିକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସୁଛି । ପ୍ରଶାନ୍ତଙ୍କ ଦାବିର କୌଣସି ଆଧାର ନାହିଁ ବୋଲି ନୀତିଶ ସମର୍ଥକ କହୁଛନ୍ତି । ତେବେ ଏଭଳି ଭବିଷ୍ୟତବାଣୀକୁ ନେଇ ପ୍ରଶାନ୍ତଙ୍କ ଆଗରୁ ଭଲ ଟ୍ରାକ୍ ରେକର୍ଡ ରହିଛି । ୨୦୨୧ରେ ବିଜେପି ଯେତେବେଳେ ପଶ୍ଚିମବଙ୍ଗରେ ସରକାର ଗଠନର ଦାବି କରୁଥିଲା ସେତେବେଳେ ପ୍ରଶାନ୍ତ କହିଥିଲେ ଯେ,ବିଜେପି ଯଦି ୧୦୦ରୁ ଅଧିକ ବିଧାନସଭା ଆସନ ଯିତେ ତେବେ ମୁଁ ରାଜନୀତି ଛାଡ଼ି ଦେବି ।ଶେଷରେ ପ୍ରଶାନ୍ତ ହିଁ ସତ ବୋଲି ପ୍ରମାଣିତ ହୋଇଥିଲେ । ବିଜେପିର ସିଟ୍ ସଂଖ୍‌ଯା ୭୬ରେ ସୀମିତ ରହିଯାଇଥିଲା । ଏହା ସହିତ ମମତାଙ୍କୁ ହଟାଇ ସରକାର ଗଠନର ସ୍ୱପ୍ନ ମଧ୍‌ଯ ଆଗାମୀ ୫ ବର୍ଷ ପାଇଁ ଟଳି ଯାଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami