ବଜେଟ ଉପସ୍ଥାପନା ସମୟରେ ନିର୍ମଳାଙ୍କ ଶାଢ଼ିର ରଙ୍ଗ ଦିଏ ବାର୍ତ୍ତା

Above Post Content

ନୂଆଦିଲ୍ଲୀ: କ୍ରମାଗତ ଭାବେ ଷଷ୍ଠ ଥର ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟ ଉପସ୍ଥାପନ କରିଛନ୍ତି । ପ୍ରତିଥର ବଜେଟ ଉପସ୍ଥାପନା ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ହସ୍ତତନ୍ତ ଶାଢ଼ି ପିନ୍ଧିଥିବାର ଦେଖିବାକୁ ମିଳିଛି । ୨୦୧୯ ରୁ ୨୦୨୪ ପର୍ଯ୍ୟନ୍ତ ବଜେଟ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ପ୍ରତ୍ୟେକ ଶାଢ଼ି ରଙ୍ଗରେ କିଛି କିଛି ବାର୍ତ୍ତା ଦେଇଛନ୍ତି । ଚଳିତଥର ସୀତାରମଣ ବଜେଟ ଉପସ୍ଥାପନ ବେଳେ ହସ୍ତତନ୍ତର ହାଲକା ନୀଳ ରଙ୍ଗର ଶାଢ଼ି ପିନ୍ଧିଛନ୍ତି । ଏହି ଶାଢ଼ି ଉପରେ ଘିଅ ରଙ୍ଗର ଫୁଲ ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ପ୍ରତ୍ୟେକ ରଙ୍ଗର କିଛି ନା କିଛି ପ୍ରତୀକ ରହିଛି । ଏହା ପୂର୍ବରୁ ତାଙ୍କୁ ନାଲି, ହଳଦିଆ ଏବଂ ଗୋଲାପୀ ରଙ୍ଗର ଶାଢ଼ିରେ ମଧ୍ୟ ଦେଖିବାକୁ ମିଳିଥିଲା ।

Middle post content

ସୀତାରମଣଙ୍କ ଶାଢିର ରଙ୍ଗ କଣ ଦେଇଛି ବାର୍ତ୍ତା ଜାଣନ୍ତୁ

After 2nd paragraph post ads

୨୦୧୯ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୋଲାପି ରଙ୍ଗର ଶାଢ଼ି ପିନ୍ଧି ବଜେଟ ଉପସ୍ଥାପନା କରିଥିଲେ । ଗୋଲାପି ରଙ୍ଗକୁ ସ୍ଥାୟିତ୍ୱ ଓ ଗମ୍ଭୀରତାର ପ୍ରତୀକ ଭାବରେ ଧରାଯାଇଥାଏ । ବଜେଟ ୨୦୨୦ରେ ଅର୍ଥମନ୍ତ୍ରୀ ହଳଦିଆ ରଙ୍ଗର ଶାଢ଼ି ପିନ୍ଧିଥିଲେ । ହଳଦିଆ ରଙ୍ଗ ଉତ୍ସାହ ଏବଂ ଶକ୍ତିର ପ୍ରତୀକ ଅଟେ । ୨୦୨୧ରେ ନିର୍ମଳା ସୀତାରମଣ ଲାଲ ରଙ୍ଗର ଶାଢ଼ି ପିନ୍ଧିଥିଲେ । ଏହି ରଙ୍ଗର ମିଶ୍ରଣ ଶକ୍ତି ଏବଂ ନିଷ୍ଠାର ସଙ୍କେତ ଦେଇଥାଏ । ସେହିପରି ୨୦୨୨ରେ ନିର୍ମଳା ସୀତାରମଣ ପିନ୍ଧିଥିବା ଖଇରିଆ ରଙ୍ଗର ଶାଢ଼ି ନିରାପତ୍ତାର ସଙ୍କେତ ଦେଇଥିବା ବେଳେ ୨୦୨୩ରେ ସେ ଗାଢ଼ ନାଲି ଏବଂ କଳା ରଙ୍ଗର ଶାଢ଼ି ପିନ୍ଧିଥିଲେ । ଏହି ରଙ୍ଗକୁ ଉର୍ଜ୍ଜା ଏବଂ ଶକ୍ତିର ପ୍ରତୀକ ଭାବରେ ବିବେଚନା କରାଯାଇଥାଏ । ସେହିପରି ଚଳିତ ୨୦୨୪ କାମଚଳା ବଜେଟ ନୂତନ ସରକାର ଗଠନ ନ ହେବା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଏହି ବଜେଟ ଉପସ୍ଥାପନ ସମୟରେ ହାଲକା ନୀଳ ରଙ୍ଗର ଶାଢ଼ି ପିନ୍ଧିଥିଲେ । ନୀଳ ରଙ୍ଗକୁ ଗତିଶୀଳ, ଚଞ୍ଚଳ ଏବଂ ଜୀବନ ପ୍ରଦାନକାରୀ ଶକ୍ତିର ପ୍ରତୀକ ଭାବରେ ବିବେଚନା କରାଯାଇଥାଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami