ସରକାର ଗଠନ କରିବେ ଚମ୍ପାଇ, ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

Above Post Content

ରାଞ୍ଚି: ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜେଏମ୍‌ଏମ୍ ନେତା ଚମ୍ପାଇ ସୋରେନ୍ । ଏନେଇ ତାଙ୍କୁ ରାଜ୍ୟପାଳ ଆମନ୍ତ୍ରଣ କରିଛନ୍ତି । ହେମନ୍ତ ସୋରେନ୍ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଝାଡ଼ଖଣ୍ଡେରେ ଲାଗି ରହିଥିବା ରାଜନୈତିକ ଅନିଶ୍ଚିତତାର ଅବସାନ ଘଟିଛି । ସରକାର ଗଠନ ପାଇଁ ଜେଏମ୍‌ଏମ୍ ନେତା ଚମ୍ପାଇ ସୋରେନଙ୍କୁ ରାଜ୍ୟପାଳ ଆମନ୍ତ୍ରଣ କରିଛନ୍ତି ।

ରାଜ୍ୟପାଳଙ୍କୁ ଭେଟିଥିଲେ ଚମ୍ପାଇ

After 2nd paragraph post ads
Middle post content

ସୋରେନଙ୍କ ସପକ୍ଷରେ ଆବଶ୍ୟକ ସଂଖ୍ୟକ ବିଧାୟକଙ୍କ ସମର୍ଥନ ସତ୍ତ୍ୱେ ରାଜ୍ୟପାଳ ତାଙ୍କ ନିଷ୍ପତ୍ତିକୁ ଝୁଲାଇ ରଖିବାରୁ ଅନିଶ୍ଚିତତା ସୃଷ୍ଟି ହୋଇଥିଲା । ମୁଖ୍ୟମନ୍ତ୍ରୀ ହେବା ପାଇଁ ଅପେକ୍ଷାରେ ଥିବା ଚମ୍ପାଇ ସୋରେନ ଗତକାଲି ସନ୍ଧ୍ୟାରେ ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ଭେଟିଥିଲେ । ତାଙ୍କ ସହିତ ଜେଏମ୍‌ଏମ୍‌, କଂଗ୍ରେସ ଓ ଆରଜେଡିର ୫ ଜଣ ବିଧାୟକ ରାଜଭବନ ଯାଇଥିଲେ । ସରକାର ଗଠନ ପାଇଁ ରାଜ୍ୟପାଳ ଚମ୍ପାଇଙ୍କୁ ଆମନ୍ତ୍ରଣ କରିଥିବା ସେମାନେ ରାଜଭବନ ବାହାରେ ସୂଚନା ଦେଇଥିଲେ । ୧୦ ଦିନ ମଧ୍ୟରେ ଗୃହରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାଲାଗି ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି ।

ହେମନ୍ତ ସୋରେନ୍‌ଙ୍କ ଶୁଣାଣି ଆଜି

ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନ ଗତକାଲି ଇଡି ଦ୍ୱାରା ଗିରଫ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ସ୍ଥାନରେ ଚମ୍ପାଇ ସୋରେନଙ୍କୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଥିଲା । ସୋରେନ ରାଜ୍ୟପାଳଙ୍କୁ କହିଥିଲେ ଯେ ତାଙ୍କ ପାଖରେ ୪୭ ଜଣ ବିଧାୟକଙ୍କ ସମର୍ଥନ ଅଛି । ୮୧ ଜଣ ବିଧାୟକ ଥିବା ବିଧାନସଭାରେ ତାଙ୍କ ପାଖରେ ଅଧାରୁ ଅଧିକ ବିଧାୟକଙ୍କ ସମର୍ଥନ ଥିବାରୁ ତାଙ୍କୁ ତୁରନ୍ତ ସରକାର ଗଠନ ପାଇଁ ଅନୁମତି ଦେଇ ଅନିଶ୍ଚିତତା ଦୂର କରାଯାଉ । ସେପଟେ ଜମି ଦୁର୍ନୀତି ମାମଲାରେ ଗିରଫ ହେମନ୍ତ ସୋରେନଙ୍କୁ ହୋଟୱାର ଜେଲରେ ରଖାଯାଇଛି । ସୋରେନଙ୍କ ରିମାଣ୍ଡ ଉପରେ ଶୁକ୍ରବାର କୋର୍ଟ ରାୟ ଶୁଣାଇବେ । ସୋରେନଙ୍କୁ ପଚରାଉଚରା କରିବା ପାଇଁ ଇଡି ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami