ଧନଖଡ଼ଙ୍କୁ ଏମିତି ଉପରାଷ୍ଟ୍ରପତି ପ୍ରାର୍ଥୀ କରିନାହିଁ ବିଜେପି, ପଛରେ ଅଛି ୨୦୨୪ର ରଣନୀତି

Above Post Content

ଜଗଦୀପ ଧନଖଡ଼ । NDAର ଉପରାଷ୍ଟ୍ରପତି ପ୍ରାର୍ଥୀ । ଏହି ନାମ ଶୁଣିଲେ ଆପଣଙ୍କ ମନକୁ ଏମିତି ଜଣେ ରାଜ୍ୟପାଳଙ୍କ ଛବି ଆସୁଥିବ ଯିଏ ରାଜଭବନରେ ରହିବାକୁ ପସନ୍ଦ କରନ୍ତି ନାହିଁ । ଯିଏ ରାଜଭବନର ଚୌହଦି ବାହାରେ ସାଧାରଣ ଲୋକଙ୍କ ଭିତରକୁ ଯିବାକୁ ଅଧିକ ପସନ୍ଦ କରନ୍ତି । ଏତେ ପସନ୍ଦ କରନ୍ତି ଯେ, ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ସେ ମମତା ଦିଦିଙ୍କ ଭଳି ଫାୟାର ବ୍ରାଣ୍ଡ୍,ଷ୍ଟ୍ରିଟ୍ ସ୍ମାର୍ଟ୍ ନେତାଙ୍କ ରକ୍ତଚାପ ବଢାଇ ଦେଇଥିଲେ । ନିର୍ବାଚନ ପରେ ପଶ୍ଚିମବଙ୍ଗରେ ଯେଉଁ ରାଜନୈତିକ ହିଂସାକାଣ୍ଡ ଆରମ୍ଭ ହୋଇଥିଲା ସେତେବେଳେ ରାଜଭବନର ସୁରକ୍ଷିତ ସୀମାରୁ ବାହାରି ଧନଖଡ ପଶ୍ଚିମବଙ୍ଗର ହିଂସା ପ୍ରଭାବିତଙ୍କ ପାଖରେ ପହଂଚିଥିଲେସମ୍ଭବତଃ ତାଙ୍କରି ସକ୍ରିୟତା ପାଇଁ ହାଇକୋର୍ଟ୍ ହିଂସାକାଣ୍ଡର ସିବିଆଇ ତଦନ୍ତ ପାଇଁ ଆଦେଶ ଦେଇଥିଲେ । ଯେଉଁଥିପାଇଁ ତାଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରି ବିଜେପି ସଭାପତି ଜେପି ନଡ୍ଡା ତାଙ୍କୁ ଜନତା ରାଜ୍ୟପାଳ ଭାବେ ଅଭିହିତ କରିଥିଲେ । ତେବେ କ’ଣ କେବଳ ଏଇଥିପାଇଁ ଧନଖଡଙ୍କୁ ବିଜେପି ଉପରାଷ୍ଟ୍ରପତି ପ୍ରାର୍ଥୀ କରିଛି । ରାଜନୈତିକ ବିଶେଷଜ୍ଞଙ୍କ ଅନୁସାରେ ସମ୍ଭବତଃ ଏହା ନୁହେଁ । ଏହାପଛରେ ଅଛି ବିଜେପିର ସୁଚିନ୍ତିତ ରଣନୀତି । ବିଜେପି ଗୋଟିଏ ତୀରରେ ଅନେକ ଶିକାର କରିବାକୁ ଚାହୁଁଛି । ୨୦୨୪ ନିର୍ବାଚନରେ ଦେଶର ଓବିସି ଭୋଟର,ବିଦ୍ରୋହୀ ସତ୍ୟପାଲ ମଲ୍ଲିକ ଓ ଜାଟ୍ ଭୋଟରଙ୍କୁ ନିଜ ପଟକୁ ଆଣିବା ପାଇଁ ବିଜେପି ଧନଖଡଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଛି

ଚାଷୀ ପରିବାରରୁ ରାଜନୀତି

After 2nd paragraph post ads

ରାଜସ୍ଥାନର ଝୁଝୁନୁ ଜିଲ୍ଲାର କିଠାନା ଗାଁରେ ଧନଖଡ଼ଙ୍କ ଜନ୍ମ । ଏକ କୃଷକ ପରିବାରରେ ଜନ୍ମନେଇଥିବା ଜଗଦୀପ ତିନି ଦଶନ୍ଧୀ ହେଲା ରାଜନୀତିରେ ସକ୍ରୀୟ । ୧୯୮୯ରେ ଜନତା ଦଳରୁ MP ହୋଇଥିବା ଧନଖଡ଼ ପରବର୍ତ୍ତୀ ସମୟରେ ସାଜିଥିଲେ ବିଜେପିର ବଡ଼ ଚେହେରା । ସାଂସଦ ହେବାପରେ ୧୯୯୩ରେ କିଶନଗଡ ବିଧାନସଭାରୁ ନିର୍ବାଚିତ ହୋଇଥିଲେ । ଏବଂ ବିଧାୟକ ଭାବେ ରାଜସ୍ଥାନ ବିଧାନସଭାରେ ଏଣ୍ଟ୍ରି କରିଥିଲେ । ଏମିତିକି ୧୯୯୦ ମସିହାରେ କେନ୍ଦ୍ରମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଛନ୍ତି ଧନଖଡ଼ସେପଟେ ୨୦୧୯ରେ କେନ୍ଦ୍ରରେ ମୋଦି ସରକାର ଦ୍ୱିତୀୟ ଥର ପାଇଁ କ୍ଷମତା ହାସଲ କରେ । ଏବଂ ସେହି ୨୦୧୯ରେ ହିଁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ଧନଖଡ଼ଙ୍କୁ ନିଯୁକ୍ତ କରାଯାଏ ।

ନିଶାନାରେ ଓବିସି ଭୋଟର ଓ ସତ୍ୟପାଲ ମଲ୍ଲିକ

ଏବେ ନରେନ୍ଦ୍ର ମୋଦି ସରକାର ଧନଖଡଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରି ଓବିସି କାର୍ଡ ଖେଳିଛନ୍ତିଦେଶର ସମୁଦାୟ ଭୋଟରଙ୍କ ମଧ୍ୟରୁ ପ୍ରାୟ ୪୪ ପ୍ରତିଶତ କେବଳ ଓବିସି । ତେଣୁ ଧନଖଡ଼ଙ୍କ ଭଳି ଚଷା ପୁଅକୁ ପ୍ରାର୍ଥୀ କରି ଓବିସି ଭୋଟକୁ ସିଧା ତୀର ମାରିଛି ଭାରତୀୟ ଜନତା ପାର୍ଟି । ସେପଟେ ଦ୍ୱିତୀୟ ଟାର୍ଗେଟ ଟ ହେଉଛିନ୍ତି ରାଜସ୍ଥାନ, ହରିୟାଣା ଏବଂ ଉତ୍ତରପ୍ରଦେଶରେ ମଧ୍ୟ ଜାଠ ଭୋଟରଖାସକରି ନୂତନ କୃଷି ଆଇନକୁ ବିରୋଧ କରି ମୋଦି ସରକାର ବିରୋଧରେ ଉଠିଥିଲା ସମ୍ମିଳିତ ସ୍ୱର । ଆଉ ଯେଉଁ ସ୍ୱର ବର୍ତ୍ତମାନ ଯାଏଁ ମଧ୍ୟ ଶାନ୍ତ ପଡିନାହିଁ । ଅର୍ଥାତ କହିବାକୁ ଗଲେ ଏହି ତିନି ରାଜ୍ୟର କୃଷକଙ୍କ ମଧ୍ୟରେ ବିଜେପି ସରକାର ପ୍ରତି ଅସନ୍ତୋଷ ଏବେ ବି ରହିଛି । ତେଣୁ କୃଷକ ପରିବାର ପୁଅକୁ ପ୍ରାର୍ଥୀ କରି ଚାଷୀଙ୍କୁ ଶାନ୍ତ କରିବାରେ ମଧ୍ୟ ଧନଖଡ କାର୍ଡ କାମ କରିପାରେ । କେବଳ ଚାଷୀ ନୁହଁନ୍ତି ଏହାଦ୍ୱାର ମଣିପୁର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ମଧ୍ୟ ପ୍ରଭାବିତ ହେବେ । ମଲ୍ଲିକଙ୍କୁ ଜବତ କରିବା ପାଇଁ ଧନଖଡଙ୍କୁ ପ୍ରାର୍ଥୀ କରାଯାଇଥିବା ଆଲୋଚନା ହେଉଛି ।

ଜାଟ୍ ଭୋଟର ଓ ୨୦୨୪ ନିର୍ବାଚନ

୨୦୨୪ ଆଉ ବେଶି ବାଟ ନୁହେଁ । ୨୪ ନିର୍ବାଚନରେ ରାଜସ୍ଥାନ-ହରିୟାଣା-ଉତ୍ତରପ୍ରଦେଶ ନିର୍ବାହ କରିବେ ନିର୍ଣ୍ଣାୟକ ଭୂମିକା । ଯଦିବା ଉତ୍ତରପ୍ରଦେଶ ଏବଂ ହରିୟାଣାରେ ଏବେ ବିଜେପି ସରକାର ଅଛି । କିନ୍ତୁ ହାତରୁ ଖସିଯାଇଛି ରାଜସ୍ଥାନ । ଆଉ ରାଜସ୍ଥାନ-ହରିୟାଣାରେ ମୁଖ୍ୟ ଭୂମିକା ସର୍ବଦା ନିର୍ବାହ କରିଆସନ୍ତି ଜାଠ୍ ଭୋଟ । ତେଣୁ ଯଦି ଦେଖିବା ତେବେ ରାଜସ୍ଥାନରେ ସମୁଦାୟ ଭୋଟରଙ୍କ ମଧ୍ୟରୁ ୧୦ ପ୍ରତିଶତ ହେଉଛନ୍ତି ଜାଠ୍ହରିୟାଣାରେ ଜାଠ ଭୋଟରଙ୍କ ସଂଖ୍ୟା ରହିଛି ୧୮-୨୦ ପ୍ରତିଶତ । କିନ୍ତୁ ଉତ୍ତରପ୍ରଦେଶରେ ଏହି ସଂଖ୍ୟା କେବଳ ୨ ପ୍ରତିଶତ ।

ରାଜସ୍ଥାନରେ ୪୦ ବିଧାନସଭାରେ ଜାଟଙ୍କ ଦବଦବା

Middle post content

ରାଜସ୍ଥାନରେ ସମୁଦାୟ ଜନସଂଖ୍ୟାର ୧୦ ପ୍ରତିଶତ ହେଉଛନ୍ତି ଜାଠ୍ । ତେଣୁ କେଉଁଠି ନା କାଉଁଠି ରାଜ୍ୟ ନିର୍ବାଚନରେ ଏହି ସମୁଦାୟ ହାତରେ ରହିଥାଏ ଏକ ବଡ଼ ଭାଗ । ଅର୍ଥାତ ବାଡମେର, ଜୈସଲେମେର, ଯୋଧପୁର, ବିକାନୀର, ଗଙ୍ଗାନଗର, ଚୁରୁ, ସିକର, ନାଗୌର, ହନୁମାନଗଡ଼ ଏବଂ ଜୟପୁର ସମେତ ଅନେକ ଜିଲ୍ଲାରେ ଜାଟଙ୍କ ସର୍ବାଧିକ ଜନସଂଖ୍ୟା । ଦେଶ ସ୍ୱାଧନତା ପରଠାରୁ ଆଜି ପର୍ଯ୍ୟନ୍ତ ଏହି ସମୁଦାୟର କୌଣସି ନେତା ମୁଖ୍ୟମନ୍ତ୍ରୀ ପଦବୀରେ ବସିନଥିଲେ ସୁଦ୍ଧା ରାଜ୍ୟ ରାଜନୀତିରେ ସର୍ବଦା ଜାଠ ଭୋଟରଙ୍କ ରହିଥାଏ ପ୍ରାଧାନ୍ୟ ।

ଏବେ ମଧ୍ୟ ବିଜେପି, କଂଗ୍ରେସ ଏବଂ RLPର ରାଜ୍ୟ ସଭାପତି ଜାଠ ସମୁଦାୟର ନେତା ହିଁ ରହିଛନ୍ତି । ସେହିପରି ବିଧାନସଭା ନିର୍ବାଚନରେ ୨୦ ପ୍ରତିଶତ ବିଧାୟକ ଜାଠ ଜାତିରୁ ଆସିଥାନ୍ତି । ଅର୍ଥାତ ରାଜସ୍ଥାନର ସମୁଦାୟ ୨୦୦ ବିଧାୟକଙ୍କ ମଧ୍ୟରୁ ୩୦ରୁ ୪୦ ଜଣ କେବଳ ଜାଠ ବିଧାୟକ । ଏବଂ ୫ ଜଣ ଲୋକସଭା ସାସଂଦ ଜାଟ୍ ସମୁଦାୟରୁ ହିଁ ହୋଇଥାନ୍ତି ।

କେଉଁ ରାଜ୍ୟରେ କେତେ ଜାଟ୍ ବିଧାୟକ

ଯଦି ବିଧାୟକ ସଂଖ୍ୟା ମଧ୍ୟ ଦେଖିବା । ତେବେ ଜଗଦୀପ ଧନଖଡ଼ ଯେଉଁ ବର୍ଗରୁ ଆସୁଛନ୍ତି, ସେହି ବର୍ଗର ବିଧାୟକ ସଂଖ୍ୟା ତିନି ରାଜ୍ୟରେ ରହିଛନ୍ତି । ରାଜସ୍ଥାନରେ କେବଳ ଜାଟ୍ ବର୍ଗରୁ ୪୦ଜଣ ବିଧାୟକ ରହିଛନ୍ତିହରିୟାଣାରେ ଜାଟ ବିଧାୟକଙ୍କ ସଂଖ୍ୟା ରହିଛି ୨୫ । ସେହିପରି ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ଜାଟ ବିଧାୟକଙ୍କ ସଂଖ୍ୟା ରହିଛି ୧୭ ।

ଧନଖଡଙ୍କ ପାଇଁ ନରମିବେ ସତ୍ୟପାଲ

ଜାଟ ନେତା ସତ୍ୟପାଲ ମଲ୍ଲିକ ଏବେ ମଣିପୁର ରାଜ୍ୟପାଳପୂର୍ବରୁ ଜମ୍ମୁ କାଶ୍ମୀର ଏବଂ ଗୋଆର ରାଜ୍ୟପାଳ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଛନ୍ତି । କିନ୍ତୁ ନିକଟରେ ମୋଦି ସରକାର ବିରୋଧରେ ସ୍ୱର ଉଠାଇ ଚର୍ଚ୍ଚାରେ ଅଛନ୍ତି ସତ୍ୟପାଳ । ଅର୍ଥାତ କହିବାକୁ ଗଲେ ଦୁଇ ବର୍ଷ ହେବ କେନ୍ଦ୍ର ସରକାରଙ୍କ ଗୋହି ଖୋଳି ଚାଲିଛନ୍ତି ସତ୍ୟପାଳ ।

ଧନଖଡ ପୂର୍ବେ ପେଶାରେ ଜଣେ ସଫଳ ଆଇନଜୀବୀ ଥିଲେରାଜସ୍ଥାନ ବିଶ୍ଵ ବିଦ୍ୟାଳୟରୁ ଏଲଏଲବି ପଢିବା ପରେ ରାଜସ୍ଥାନ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଓକିଲ ଭାବେ କାମ କରିଛନ୍ତି। ସେ ରାଜସ୍ଥାନ ହାଇକୋର୍ଟରେ ବାର ଆସୋସିଏସନର ଅଧ୍ୟକ୍ଷ ମଧ୍ୟ ରହିଛନ୍ତି। ସେ ପିଲାବେଳେ ସୈନିକ ସ୍କୁଲରୁ ଶିକ୍ଷା ଗ୍ରହଣ କରିଛନ୍ତି। ବିବାଦୀୟ ନୂତନ କୃଷି ଆଇନ ବିରୋଧରେ ସ୍ୱର ଉଠାଇ ଜାଟ୍ ସମୁଦାୟକୁ ଏକତ୍ର କରିବାରେ ମଧ୍ୟ ସତ୍ୟପାଲଙ୍କ ରହିଥିଲା ବଡ଼ ଭୂମିକା । ଆନ୍ଦୋଳନକାରୀ ଚାଷୀଙ୍କୁ ସମର୍ଥନ କରିଥିଲେ ସତ୍ୟପାଲଏହାବାଦ୍ ଗୋଆ ଏବଂ ଜମ୍ମୁ କାଶ୍ମୀର ରାଜ୍ୟପାଳ ରହିଥିବା ସମୟରେ କେନ୍ଦ୍ର ସରକାରଙ୍କ ଭ୍ରଷ୍ଟାଚାରକୁ ନେଇ ମୁହଁ ଖୋଲିଥିଲେ । ଯାହା ବିଜେପିକୁ ହରଡ଼ ଘଣାରେ ପକାଇଥିଲା । ତେବେ ବର୍ତ୍ତମାନ ଜାଟ୍ ସମୁଦାୟରୁ ଆସୁଥିବା ଜାତି ଭାଇ ଧନଖଡ଼ଙ୍କୁ ବିଜେପି ପ୍ରାର୍ଥୀ କରି ଏକପ୍ରକାର ସତ୍ୟପାଲଙ୍କୁ ଚୁପ୍ କରିବାର ଫର୍ମୁଲା ପକାଇଛି ।

ୟୁପି – ହରିୟାଣାରେ ଜାତି କାର୍ଡ

ଏହି ଦୁଇ ରାଜ୍ୟର ରୈଜନୈତିକ ପାଣିପାଗରେ ଜାଟ୍ ସମ୍ପ୍ରଦାୟର ପ୍ରଭାବ ରହିଛି । ହରିୟାଣାରେ ୨୫ ବିଧାୟକ ଏବଂ ଏକାଧିକ ସାଂସଦ ମଧ୍ୟ ଏହି ଜାତିରୁ । ୟୁପିରେ ମଧ୍ୟ ସମୁଦାୟ ଲୋକସଂଖ୍ୟାର ୨ ପ୍ରତିଶତ ଜାଟ୍ । ତେଣୁ କେନ୍ଦ୍ର ସରକାରଙ୍କ ବିବାଦୀୟ ନୂତନ କୃଷି ଆଇନ୍ ଏହି ବର୍ଗ ଉପରେ ନକରାତ୍ମକ ପ୍ରଭାବ ପକାଇଛି ।ଯାହାକୁ ହୃଦବୋଧ କରିଛି ବିଜେପି । ଦୀର୍ଘ ଦିନର ଆନ୍ଦୋଳନ ପରେ ଯଦିବା କେନ୍ଦ୍ର ସରକାର ଆଇନକୁ ପ୍ରତ୍ୟାହାର କରିନେଇଛନ୍ତି କିନ୍ତୁ ଏବେ ମଧ୍ୟ ଚାଷୀଙ୍କ ମନରେ ରହିଛି ଅସନ୍ତୋଷ । ଆଉ ଯେଉଁ ଅସନ୍ତୋଷର ବହ୍ନି ୨୦୨୪ରେ ବିଜେପିକୁ ଜାଳି ଦେଇପାରେ । ତେଣୁ ବେଳ ଥାଉଁ ପାଣି ପକାଇବାର ପ୍ରସ୍ତୁତି ଆରମ୍ଭ କରିଛି ଦଳ । ଅସନ୍ତୋଷ ଜାଟ୍ ଜାତିକୁ ମନାଇବାକୁ ଜଗଦୀପ ଧନଖଡଙ୍କୁ ପ୍ରାର୍ଥୀ କରି ଭୀରତୀୟ ଜନତା ପାର୍ଟି ଖେଳିଛି ପଲଟିକାଲ କାର୍ଡ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami