୨୦୨୨ରେ ବାବା ଭାଙ୍ଗାଙ୍କ ଦୁଇଟି ଭବିଷ୍ୟତବାଣୀ ସତ ହେଲାଣି

Above Post Content

ବାବା ଭାଙ୍ଗା । ବାଲକାନର ନାସ୍ତ୍ରେଦମସ ଭାବେ ପରିଚିତ । ବିଂଶ ଶତାବ୍ଦିର ଏହି ପ୍ରଶିଦ୍ଧ ଭବିଷ୍ୟତବକ୍ତାଙ୍କୁ ନେଇ ସବୁବେଳେ ଚର୍ଚ୍ଚା ହୋଇ ଆସିଛି । ଫ୍ରାନ୍ସର ନାସ୍ତ୍ରେଦମ୍ସ ଶୋଡ଼ଷ ଶତାବ୍ଦିରେ ପ୍ରଥମ ବିଶ୍ୱଯୁଦ୍ଧଠାରୁ ପରମାଣୁ ଯୁଦ୍ଧ ପରି ଘଟଣାର ସଠିକ ଭବିଷ୍ୟତବାଣୀ କରିପାରିଥିଲେ । ତାଙ୍କ ଜନ୍ମର ୫ଶହ ବର୍ଷ ପରେ ଜନ୍ମିତ ବାବା ଭାଙ୍ଗା ମଧ୍ୟ ସେହିଭଳି ଭବିଷ୍ୟତବାଣୀ କରି ଚର୍ଚ୍ଚିତ । ୧୯୧୧ ମସିହାରେ ଜନ୍ମିତ ବାବା ଭାଙ୍ଗା ଯେଉଁ ସବୁ ଭବିଷ୍ୟତବାଣୀ କରିଥିଲେ ତା’ ମଧ୍ୟରୁ ୮୫ ପ୍ରତିଶତ ସତ ହୋଇଥିବା କୁହାଯାଏ । ୨୦୨୨କୁ ନେଇ ସେ ଯେଉଁ ସବୁ ଭବିଷ୍ୟତବାଣୀ କରିଥିଲେ ତା’ ମଧ୍ୟରୁ ୨ଟି ୨୦୨୨ର ପ୍ରଥମ ୬ ମାସ ମଧ୍ୟରେ ସତ ହୋଇଥିବା ଜଣା ପଡି଼ଛି ।

୨୦୨୨ର ସେହି ୨ ଭବିଷ୍ୟତବାଣୀ

After 2nd paragraph post ads

ବାବା ଭେଙ୍ଗା ଭବିଷ୍ୟତବାଣୀ କରିଥିଲେ ଯେ, ୨୦୨୨ରେ ୟୁରୋପର ଦୁଇଟି ଦେଶ ଜଳ ସଂକଟର ସମ୍ମୁଖୀନ ହେବେ । ଚଳିତ ବର୍ଷ ପର୍ତ୍ତୁଗାଲ ଓ ଇଟାଲିରେ ଭୀଷଣ ଜଳାଭାବ ପରିଲକ୍ଷିତ ହୋଇଛି । ପର୍ତ୍ତୁଗାଲ ସରକାର ଦେଶର ନାଗରିକଙ୍କୁ ପାଣି ବ୍ୟବହାରରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି । ୧୯୫୦ ଦଶକ ପରେ ପ୍ରଥମ ଥର ପାଇଁ ପର୍ତ୍ତୁଗାଲରେ ଏଭଳି ଜଳ ସଂକଟ ଦେଖିବାକୁ ମିଳିଛି । ସେହିଭଳି ଇଟାଲିରେ ମଧ୍ୟ ଗତ ୭୦ ବର୍ଷ ମଧ୍ୟରେ ସବୁଠାରୁ ଭୟଙ୍କର ମରୁଡି ପଡିଛି ।

ବାବା ଭେଙ୍ଗାଙ୍କର ଯେଉଁ ଦ୍ୱିତୀୟ ଭବିଷ୍ୟତବାଣୀ ସତ ହୋଇଛି ତାହା ଏସୀଆ ଓ ଅଷ୍ଟ୍ରେଲିଆକୁ ନେଇ ଥିଲା । ବାବା ଭେଙ୍ଗା ଭବିଷ୍ୟତବାଣୀ କରିଥିଲେ ଯେ, ୨୦୨୨ରେ ଅଷ୍ଟ୍ରେଲିଆ ଓ ଏସିଆର କିଛି ଦେଶରେ ଭୀଷଣ ବନ୍ୟା ଆସିବଚଳିତ ବର୍ଷ ଅଷ୍ଟ୍ରେଲିଆ ପୂର୍ବ ଉପକୂଳରେ ଭୀଷଣ ବନ୍ୟା ଆସିଛି । ସେହିଭଳି ଭାରତ, ବାଂଲାଦେଶ ଓ ଥାଇଲାଣ୍ଡରେ ମଧ୍ୟ ଭୀଷଣ ବନ୍ୟା ଆସିଛି ।

Middle post content

କିଏ ବାବା ଭେଙ୍ଗା ?

ବାବା ଭେଙ୍ଗାଙ୍କର ଜନ୍ମ ବୁଲଗେରିଆରେ ୧୯୧୧ରେ ହୋଇଥିଲା । ଜନ୍ମର ୧୨ ବର୍ଷ ପରେ ତାଙ୍କର ଦୃଷ୍ଟିଶକ୍ତି ଚାଲିଯାଇଥିଲା । ଏହାପରେ ସେ ଭବିଷ୍ୟତ ଦେଖି ପାରିଥିଲେ । ଅନ୍ଧ ବାବା ଭେଙ୍ଗା ୧୨ ବର୍ଷ ପରଠାରୁ ଫକୀର ଜୀବନ ଜାପନ କରୁଥିଲେ । ସେ ନିଜ ଶିଶ୍ୟଙ୍କ ସାମ୍ନାରେ ଭବିଷ୍ୟତ କଥା କହୁଥିଲେ । ତାଙ୍କର ଭବିଷ୍ୟତବାଣୀ ଲିଖିତ ନଥିଲା । ସେ ନିଜ ଶିଶ୍ୟମାନଙ୍କ ସମ୍ମୁଖରେ ଆଗାମୀ ଭବିଷ୍ୟତ ବାବଦରେ କହୁଥିଲେ । ତାଙ୍କ ଅନୁଗାମୀଙ୍କ ଅନୁସାରେ ବାବା ଭେଙ୍ଗା କରିଥିବା ଭବିଷ୍ୟତବାଣୀ ମଧ୍ୟରୁ ୮୫ ପ୍ରତିଶତ ସତ ହୋଇଛି୧୯୯୭ରେ ସ୍ତନ କ୍ୟାନସରରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପୂର୍ବରୁ ସେ ୫୦୭୯ ମସିହା ପର୍ଯ୍ୟନ୍ତ ଭବିଷ୍ୟତବାଣୀ କରିଥିଲେତାଙ୍କ ଅନୁସାରେ ୫୦୭୯ ମସିହାରେ ମାନବ ସଭ୍ୟତା ଲୋପ ପାଇଯିବ ।

ବାବାଙ୍କ କିଛି ପ୍ରଶିଦ୍ଧ ଭବିଷ୍ୟବାଣୀ

ବାବା ଭେଙ୍ଗା ୨୦୦୪ରେ ଭୟଙ୍କର ସୁନାମୀ ଆସିବା ବାବଦରେ ସତର୍କ କରାଇଥିଲେ । ୨୦୦୪ରେ ଆସିଥିବା ସୁନାମୀରେ ଭାରତ ମହାସାଗରେ ବ୍ୟାପକ ଧନଜୀବନ ହାନି ହୋଇଥିଲା । କେବଳ ଭାରତରେ ହିଁ ୧୦ ହଜାର ଲୋକ ପ୍ରାଣ ହରାଇଥିଲେବାବା ବ୍ରିଟିଶ ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ବାବଦରେ ଭବିଷ୍ୟତବାଣୀ କରିଥିଲେ । ଯାହା ସତ ହୋଇଥିଲା । ଆମେରିକାର ୪୪ତମ ରାଷ୍ଟ୍ରପତି ଜଣେ କୃଷ୍ଣକାୟ ବ୍ୟାକ୍ତି ହେବେ ବୋଲି ସେ ଆଗରୁ କହିଥିଲେ । ୨୦୦୮ରେ ବାରାକ ଓବାମା ଆମେରିକାର ୪୪ ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ । ଆଉ ସେ ଥିଲେ ଅଶ୍ୱେତତେବେ ୪୪ତମ ରାଷ୍ଟ୍ରପତିଙ୍କୁ ନେଇ ବାବା ଭେଙ୍ଗା କରିଥିବା ଆଉ ଏକ ଭବିଷ୍ୟତବାଣୀ ମିଥ୍ୟା ପ୍ରମାଣିତ ହୋଇଥିଲାବାବା ଭେଙ୍ଗା କହିଥିଲେ ଯେ, ଆମେରିକାର ୪୪ ତମ ରାଷ୍ଟ୍ରପତି ଆମେରିକାର ଅନ୍ତିମ ରାଷ୍ଟ୍ରପତି ହେବେ । ଯାହା ମିଥ୍ୟା ପ୍ରମାଣିତ ହୋଇଥିଲା । କାରଣ ଓବାମାଙ୍କ ପରେ ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପରେ ଜୋ ବାଇଡେନ୍ ଆମେରିକାର ରାଷ୍ଟ୍ରପତି ହୋଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami