କାହା ହାତରେ ରହିବ ମିଜୋରାମର ଶାସନ ଭାର, ଆରମ୍ଭ ହେଲା ଭୋଟ୍ ଗଣତି

Above Post Content

ମିଜୋରାମ: କାହା ହାତରେ ରହିବ ମିଜୋରାମର ଶାସନ ଭାର । କିଏ ମାରିବ ବାଜି । ଆଜି ଆସିବ ମିଜୋରାମର ନିର୍ବାଚନ ଫଳାଫଳ । ଆରମ୍ଭ ହୋଇଛି ମିଜୋରାମର ବିଧାନସଭା ନିର୍ବାଚନ ଭୋଟ୍ ଗଣତି । ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ଭୋଟ୍ ଗଣତି ହୋଇଥିବା ବେଳେ ସାଢେ ୮ଟାରୁ ଆରମ୍ଭ ହୋଇଛି ଇଭିଏମ୍ ଗଣନା । ୪୦ ବିଧାନସଭା ଆସନ ବିଶିଷ୍ଟ ମିଜୋରାମ କାହାର ହେବ, ଭୋଟ୍ ଗଣତି ପରେ ସ୍ପଷ୍ଟ ହୋଇଯିବ ।

୪୦ଟି କେନ୍ଦ୍ରରେ ଚାଲିଛି ଭୋଟ ଗଣତି

After 2nd paragraph post ads
Middle post content

ମିଜୋରାମର ମୋଟ ୮.୫୨ ଲକ୍ଷ ଭୋଟରଙ୍କ ମଧ୍ୟରୁ ୮୦.୬୬% ଭୋଟର ୧୭୪ ଜଣ ପାର୍ଥୀଙ୍କ ଭାଗ୍ୟ ସ୍ଥିର କରିବାକୁ ଗତ ୭ ନଭେମ୍ବରରେ ମତଦାନ ଦେଇଥିଲେ । ଆଜି ମିଜୋରାମର ରାଜଧାନୀ ଆଇଜୋଲରେ ଡେପୁଟି କମିଶନରଙ୍କ କାର୍ଯ୍ୟାଳୟ ପରିସରରେ ଭୋଟ୍ ଗଣତି ଆରମ୍ଭ ହୋଇଛି । ଭୋଟ୍ ଗଣତି ପାଇଁ ୪୦ଟି କେନ୍ଦ୍ରର ବ୍ୟବସ୍ଥା ହୋଇଥିବା ବେଳେ, ୪ହଜାର କାଉଣ୍ଟିଂ ଷ୍ଟାଫ୍ ନିୟୋଜିତ ହୋଇଛନ୍ତି । ସେହିପରି ୧୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ସମେତ ୨ ହଜାର ମିଜୋରାମ ପୋଲିସ ନିୟୋଜିତ ହୋଇଛନ୍ତି ।ପୂର୍ବରୁ ୩ ତାରିଖରେ ଭୋଟ ଗଣତି ପାଇଁ ସ୍ଥିର ହୋଇଥିଲା । ମାତ୍ର ରବିବାର ଇସାଇ ସମ୍ପ୍ରଦାୟଙ୍କ ପାଇଁ ପବିତ୍ର ଦିବସ ଥିବାରୁ ଏହିଦିନ ଗଣତି ନ କରିବାକୁ ଦାବି ହୋଇଥିଲା । ସମସ୍ତ ରାଜନୈତିକ ଦଳଙ୍କ ଚିଠି ଆଧାରରେ ଭୋଟ ଗଣତି ତାରିଖ ଘୁଞ୍ଚାଇଥିଲେ ନିର୍ବାଚନ କମିଶନ ।

ମୁଖ୍ୟମନ୍ତ୍ରୀଙ୍କ ଦୃଢୋକ୍ତି ପୁଣି ଥରେ କ୍ଷମତାକୁ ଫେରିବ ମିଜୋ ନ୍ୟାସନାଲ ଫ୍ରଣ୍ଟ

ଏକଜିଟ ପୋଲର ଆକଳନ ଅନୁଯାୟୀ କ୍ଷମତାସୀନ ମିଜୋ ନ୍ୟାସନାଲ ଫ୍ରଣ୍ଟ, କଂଗ୍ରେସ, ବିଜେପି ଓ ମିଜୋରାମ ପିପୁଲ ମୁଭମେଣ୍ଟ ମଧ୍ୟରେ କଡ଼ା ମୁକାବିଲା ରହିବ । ଅନ୍ୟପଟେ ମିଜୋ ନ୍ୟାସନାଲ ଫ୍ରଣ୍ଟ ପୁଣି ଥରେ କ୍ଷମତାକୁ ଫେରିବ ବୋଲି ଦୃଢୋକ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା । ଏସବୁ ମଧ୍ୟରେ ଫଳାଫଳ ଉପରେ ରହିଛି ସମସ୍ତଙ୍କ ନଜର । ଗତକାଲି ଅନ୍ୟ ଚାରି ରାଜ୍ୟର ଫଳାଫଳ ପ୍ରକାଶ ପାଇଛି । ବହୁ ମତ ସହ ତିନି ରାଜ୍ୟରେ ପଦ୍ମ ଫୁଟାଇବାରେ ସଫଳ ହୋଇଛି ବିଜେପି । କଂଗ୍ରେସ ମାତ୍ର ଗୋଟିଏ ଆସନ ତେଲେଙ୍ଗାନା ଅକ୍ତିଆର କରିବାରେ ସଫଳ ହୋଇଛି । ଏଥର କୌଣସି ଆଞ୍ଚଳିକ ଦଳ ଆଖିଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି । ତେଲେଙ୍ଗାନାରେ ଦୁଇ ଦୁଇ ଥର ଗାଦି ଅକ୍ତିଆର କରିଥିବା କେସିଆର ମଧ୍ୟ ଫେଲ୍ ମାରି ଯାଇଛନ୍ତି । ତେବେ ମିଜୋରାମରେ ପୂର୍ବରୁ ଆଞ୍ଚଳିକ ଦଳ ଶାସନ ଥିବାରୁ ସେଠାରେ କାହାକୁ ପସନ୍ଦ କରୁଛନ୍ତି ଭୋଟର ତା’ ଉପରେ ରହିଛି ସମସ୍ତଙ୍କ ନଜର ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami