ଓଡ଼ିଆ ଭାବେ ଛତିଶଗଡ଼ ବିଧାନସଭାକୁ ପୁରନ୍ଦର ମିଶ୍ର ନିର୍ବାଚିତ

Above Post Content

ଭୁବନେଶ୍ୱର: ଛତିଶଗଡ଼ର ବୃହତ ଓଡ଼ିଆ ସମାଜର ସଭାପତି ପୁରନ୍ଦର ମିଶ୍ର ରାୟପୁର ନଗର ଉତ୍ତର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ବିଜେପିରୁ ପ୍ରାର୍ଥୀ ହୋଇଥିବା ଶ୍ରୀ ମିଶ୍ର ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର କୁଳଦୀପ ସିଂହ ଜୁନେଜାଙ୍କୁ ୨୩ ହଜାର ୫୪ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ଶ୍ରୀ ମିଶ୍ର ୫୪ ହଜାର ୨୭୯ ଖଣ୍ଡ ଭୋଟ ପାଇଥିବା ବେଳେ ଶ୍ରୀ ଜୁନେଜା ୩୧ ହଜାର ୨୨୫ ଖଣ୍ଡ ଭୋଟ ପାଇଛନ୍ତି ।

Middle post content

ଛତିଶଗଡ଼ରେ ଓଡ଼ିଆ ବିଧାୟକ ହେଲେ ପୁରନ୍ଦର

After 2nd paragraph post ads

ଛତିଶଗଡ଼ର ନବ ନିର୍ବାଚିତ ବିଧାନସଭାରେ ଶ୍ରୀ ମିଶ୍ର ଏକମାତ୍ର ଓଡ଼ିଆ ବିଧାୟକ ହେବେ । ପୁରନ୍ଦର ମିଶ୍ର ଏବେ ୱାଲର୍ଡ ଓଡ଼ିଆ ସୋସାଇଟିର ଛତିଶଗଡ଼ ଶାଖାର ମୁଖ୍ୟ ପୃଷ୍ଠପୋଷକ ଅଛନ୍ତି । ଶ୍ରୀ ମିଶ୍ରଙ୍କର ଜିତିବା ଖବର ମିଳିବା ପରେ ଛତିଶଗଡ଼ ର କୋଣ ଅନୁକୋଣରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ,ଶ୍ରୀ ଜଗନ୍ନାଥଙ୍କର ଭକ୍ତ ମହଲ ଏବଂ ବିଶ୍ୱଭରି ୱାଲର୍ଡ ଓଡ଼ିଆ ସୋସାଇଟି ର ସଦସ୍ୟ ମାନଙ୍କ ମଧ୍ୟରେ ଆନନ୍ଦ ଦେଖାଦେଇଥିଲା । ଗତ ସନ୍ଧ୍ୟାରେ ତାଙ୍କୁ ଗାୟତ୍ରୀ ନଗର ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ସହସ୍ରାଧିକ ଓଡ଼ିଆ ଓ ଅଣଓଡ଼ିଆ ଜନସାଧାରଣ ଙ୍କର ଉପସ୍ଥିତି ରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami