ବାରାକ୍ ଓବାମାଙ୍କ ପତ୍ନୀ ମିସେଲ୍ ଲଢ଼ିବେ ରାଷ୍ଟ୍ରପତି ନିର୍ବାଚନ

Above Post Content

ୱାଶିଂଟନ: ଏଥର ନିର୍ବାଚନ ଲଢିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ପତ୍ନୀ ମିସେଲ୍ ଓବାମା । ଚଳିତବର୍ଷ ଶେଷକୁ ଆମେରିକାରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ । ଏଥିରେ ମିସେଲ ଓବାମା ନିର୍ବାଚନ ମଇଦାନକୁ ଓହ୍ଲାଇବେ । ଫଙ୍କସ ନ୍ୟୁଜ ମୁତାବକ ରାଷ୍ଟ୍ରପତି ଜୋ ବାଇଡେନ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବା ନେଇ ଦାବିଦାର ଛାଡିପାରନ୍ତି । ତାଙ୍କ ସ୍ଥାନରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପତ୍ନୀ ମିଶେଲ ଓବାମା ପ୍ରାର୍ଥୀ ହୋଇପାରନ୍ତି ।

Middle post content

ରାଷ୍ଟ୍ରପତି ପଦ ପାଇଁ ଅନେକ ଅଛନ୍ତି ଆଶାୟୀ

After 2nd paragraph post ads

ସ୍ପେଶାଲ କାଉଁସିଲ ରବର୍ଟ ହୁରଙ୍କ ରିପୋର୍ଟରେ କୁହାଯାଇଛି କି, ବାଇଡେନ ମାନସିକ ଓ ଶାରିରୀକ ଭାବେ ଅସୁସ୍ଥ ହୋଇପଡିଛନ୍ତି । ତେଣୁ ସେ ନିର୍ବାଚନ ଲଢିବା ଠିକ୍ ହେବ ନାହିଁ । ସେପଟେ ବାଇଡେନ ଏହି ରିପୋର୍ଟକୁ ଖାରଜ କରି କହିଛନ୍ତି କି, ବୟସଜନୀତ କିଛି ଅସୁସ୍ଥତା ଦେଖିବାକୁ ମିଳିଛି । ଏହାର ଅର୍ଥ ନୁହେଁ କି ସେ ନିର୍ବାଚନ ଲଢିବାକୁ ଅସମର୍ଥ ଅଛନ୍ତି । କେବଳ ରବର୍ଟ ହୁର ନୁହଁନ୍ତି ପୂର୍ବ ବିଦେଶ ମନ୍ତ୍ରୀ ହିଲେରୀ କ୍ଲିଣ୍ଟନ ମଧ୍ୟ ବାଇଡେନଙ୍କ ମାନସିକ ସ୍ୱାସ୍ଥ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏକ ସାକ୍ଷାତକାରରେ କ୍ଲିଣ୍ଟନ କହିଛନ୍ତି କି, ଏଭଳି ସ୍ଥିତିରେ ଯଦି ଡେମୋକ୍ରାଟିକ ପାର୍ଟି ବାଇଡେନଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରେ ତେବେ ଏହାର ଫାଇଦା ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିବ । ସେପଟେ ଯଦି ମିଶେଲ ଓବାମାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବ, ତେବେ ଏବେ ଉପ ରାଷ୍ଟ୍ରପତି ଥିବା କମଲା ହେରିସ ପ୍ରସଙ୍ଗ ଉଠିବ । ତାଙ୍କୁ ବାଦ୍ ଦେବା ଡେମୋକ୍ରାଟିକ ପାର୍ଟି ପାଇଁ ଏତେଟା ସହଜ ହେବ ନାହିଁ । ପାର୍ଟି ଉପରେ କମଲା ହେରିସଙ୍କ ପ୍ରଭାବ ଭଲ ରହିଥିବାରୁ ସେ ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଦାବି କରିପାରନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami