୧୯ରେ ରାଜ୍ୟ କଂଗ୍ରେସର ନିର୍ବାଚନ କମିଟି ବୈଠକ

Above Post Content

ଭୁବନେଶ୍ୱର: ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼୍‌ଗେ, ଏମପି ରାହୁଲ ଗାନ୍ଧୀଙ୍କ ପରେ ଏବେ ଓଡ଼ିଶା ଆସିବେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ଏହାସହ ସଚିନ ପାଇଲଟ୍ ମଧ୍ୟ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମ ପାଇଁ ବିଧିବଦ୍ଧ କାର୍ଯ୍ୟସୂଚୀ ଧାର୍ଯ୍ୟ ହୋଇନାହିଁ । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ କଂଗ୍ରେସର ଜାତୀୟ ସ୍ତରର ନେତା ଓଡ଼ିଶାରେ ନିର୍ବାଚନ ପ୍ରଚାର କରିବେ । ଏପରିକି ରାହୁଲ ଗାନ୍ଧୀ ମଧ୍ୟ ଏକାଧିର ବାର ଓଡ଼ିଶାକୁ ପ୍ରଚାର ପାଇଁ ଆସିବାର କାର୍ଯ୍ୟକ୍ରମ ରହିଥିବା କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି ।

କଂଗ୍ରେସ ଆଗୁଆ ଟିକେଟ୍ ବାଣ୍ଟିବା ଲାଗି କରିଛି ଯୋଜନା

After 2nd paragraph post ads
Middle post content

ଚଳିତବର୍ଷ କଂଗ୍ରେସ ଆଗୁଆ ଟିକେଟ୍ ବାଣ୍ଟିବା ଲାଗି ଯୋଜନା କରିଛି କଂଗ୍ରେସ । ବିଧାନସଭା ପାଇଁ ପ୍ରାୟ ୩ହଜାର ଓ ସଂସଦୀୟ କ୍ଷେତ୍ର ପାଇଁ ୭ଶହରୁ ଅଧିକ ଆଶୟୀ ପ୍ରୋଜେକ୍ଟ ‘ପ୍ରଗମନ’ ଜରିଆରେ ଆବେଦନ କରିଛନ୍ତି । ଏଥିପାଇଁ ଅନ୍‌ଲାଇନ୍‌ରେ ଆବେଦନ ହୋଇଥିବା ପ୍ରାର୍ଥୀଙ୍କ ଯାଞ୍ଚ ଜାରି ରହିଛି । ଦିଲ୍ଲୀରୁ ଆସିଥିବା ଟିମ୍ ଦୁଇଦିନ ଧରି ଯାଞ୍ଚ ପରେ ୧୪ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆରମ୍ଭ ହେବ । ସେହିପରି ଆସନ୍ତା ୧୯ ତାରିଖରେ ରାଜ୍ୟ କଂଗ୍ରେସ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ । କମିଟି ଚୟନ କରିଥିବା ନାମକୁ ସ୍କ୍ରିନିଂ କମିଟିକୁ ପଠାଯିବ ବୋଲି ଜଣାପଡ଼ିଛି ।

କଂଗ୍ରେସରେ ସାମିଲ ହେବେ ବହୁ ବଡ଼ ବଡ଼ ନେତା

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଆଗକୁ କଂଗ୍ରେସର ଅନେକ ବଡ଼ ନେତା ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ବିଜେଡି-ବିଜେପି ଏକାଠି ରହିଛନ୍ତି । ଦୁଇ ଦଳ ବିରୋଧରେ କେବଳ କଂଗ୍ରେସର ହିଁ ଲଢ଼େଇ କରୁଛି । ଅଳ୍ପଦିନ ଭିତରେ ବହୁ ବଡ଼ ନେତା କଂଗ୍ରେସ ଦଳରେ ଯୋଗଦେବେ । ଓଡ଼ିଶା ରାଜନୀତିରେ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଚଳିତବର୍ଷ ୯ରୁ ୯୦ ମିସନ ନିଶ୍ଚିତଭାବେ ସଫଳ ହେବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami