ଶୁଭେନ୍ଦୁଙ୍କ ବିବାଦୀୟ ମନ୍ତବ୍ୟ: ଆଉ କୁହନି ଦିଦି , ହୋଇଗଲେଣି ଆଣ୍ଟି

Above Post Content

କୋଲକାତା: ନିଜର ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀଦଳ ନେତା ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ଏବେ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଶୁଭେନ୍ଦୁ କହିଛନ୍ତି ଯେ, ଏବେ ମମତା ବାନାର୍ଜୀଙ୍କୁ ‘ଦିଦି’ ବୋଲି କହିବା ବନ୍ଦ କରିବା ଉଚିତ । କାରଣ ସେ ବତ୍ତମାନ ‘ଆଣ୍ଟି’ ହୋଇଗଲେଣି । ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି ।

ମମତା ଜଣେ ନିଷ୍ଠୁର ମହିଳା

After 2nd paragraph post ads
Middle post content

ଶୁଭେନ୍ଦୁ ଆହୁରି କହିଛନ୍ତି ଯେ, ବିଧାନସଭା ନିର୍ବାଚନରେ ଯେତେବେଳେ ମୁଁ ତାଙ୍କୁ ନନ୍ଦିଗ୍ରାମରେ ପରାସ୍ତ କରିଥିଲି, ସେତେବେଳେ ସେ ଏତେ ରାଗି ଯାଇଥିଲେ ଯେ ସେ ମୋ ବିରୋଧରେ ୪୨ ଟି ମାମଲା ଦାଏର କରିଥିଲେ । ସେ ଜଣେ ଅତି ନିଷ୍ଠୁର ମହିଳା । ପଶ୍ଚିମବଙ୍ଗରେ ଯାହା ଘଟେ, ମମତାଙ୍କ ପୃଷ୍ଠପୋଷକତାରେ ହିଁ ଘଟିଥାଏ । ସିରିଆରେ ଯାହା ଘଟୁଛି, ପଶ୍ଚିମବଙ୍ଗରେ ମଧ୍ୟ ସେଭଳି ଘଟଣା ଘଟୁଛି । ତାଙ୍କ ବିରୋଧରେ ବିଜେପି ସରକାର ଏକ ଫ୍ରଣ୍ଟ ଖୋଲିଛି, ଯାହାର ଉଦ୍ଦେଶ୍ୟ ନିଶ୍ଚିତ ଭାବେ ହାସଲ ହେବ । ସନ୍ଦେଶ ଖାଲି ମାମଲାରେ ବିଜେପି ନେତା ଶୁଭେନ୍ଦୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ କରୁଛନ୍ତି ।

ଟିଏମସି ନେତା ଶାହାଜାହାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ସେହିପରି ମହିଳାମାନଙ୍କୁ ଯୌନ ନିର୍ଯାତନା ତଥା ବଳାତ୍କାର କରିଥିବା ଶାହାଜାହାନ ଶେଖଙ୍କୁ ଫାଶୀ ଦେବାକୁ ସେ ଦାବି କରିଛନ୍ତି । ଟିଏମସି ନେତା ଶାହାଜାହାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଶୁଭେନ୍ଦୁ କହିଛନ୍ତି । ରେସନ ବଣ୍ଟନ ସ୍କାମର ତଦନ୍ତର ଏକ ଅଂଶ ଭାବରେ ଉତ୍ତର ୨୪ ପରଗଣା ଜିଲ୍ଲାର ସନ୍ଦେଶଖାଲି ଗାଁର ଶାହାଜାହାନ ଶେଖଙ୍କ ଘରେ ଏହି ଚଢ଼ାଉ କରାଯାଇଥିଲା । ଏହି ଚଳାଚଳ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା କରାଯାଇଥିଲା । ଏହି ଆକ୍ରମଣ ପରେ ମହିଳାମାନେ ଶାହାଜାହାନଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଏବଂ ବଳାତ୍କାର ଅଭିଯୋଗ ଆଣିଥିଲେ । ଟିଏମସି ନେତା ଶାହାଜାହାନ ଶେଖଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଶୁଭେନ୍ଦୁ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami