କଂଗ୍ରେସକୁ ବିଜେପିର ଟାର୍ଗେଟ: ‘ୟୁଜ୍ ଆଣ୍ଡ୍ ଥ୍ରୋ’କୁ ବିଶ୍ୱାସ କରନ୍ତି ଗାନ୍ଧୀ ପରିବାର

Above Post Content

 

ନୂଆଦିଲ୍ଲୀ: ଆସନ୍ତା ଲୋକ ସଭା ନିର୍ବାଚନକୁ ନେଇ କଂଗ୍ରେସ ଏବଂ ଆମ୍ ଆଦ୍‌ମୀ ପାର୍ଟି (ଏଏପି) ମଧ୍ୟରେ ସପ୍ତାହେ ଧରି ଚାଲିଥିବା ବିବାଦ ଶନିବାର ଶେଷ ହୋଇଛି । ଇଣ୍ଡିଆର ଉଭୟ ଦଳ କଂଗ୍ରେସ ଏବଂ ଏଏପି ଆନୁଷ୍ଠାନିକ ଭାବେ ଦିଲ୍ଲୀ, ଗୁଜରାଟ, ହରିୟାଣା, ଚଣ୍ଡିଗଡ଼ ଏବଂ ଗୋଆ ପାଇଁ ସିଟ୍ ବଣ୍ଟନ ଉପରେ ଚୁକ୍ତିନାମା ଘୋଷଣା କରିଛନ୍ତି । ଗୁଜରାଟର ୨୬ଟି ଲୋକ ସଭା ଆସନ ମଧ୍ୟରୁ ୨୪ଟିରେ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଏଏପି ଦୁଇଟି ଆସନରେ ପ୍ରାର୍ଥୀ ଦେବ ।

After 2nd paragraph post ads
Middle post content

ଅହମ୍ମଦ ପଟେଲଙ୍କ ପରିବାରକୁ କଂଗ୍ରେସ କରିଛି ଅପମାନିତ

କଂଗ୍ରେସ ଭରୁଚ ଆସନକୁ ଏଏପିକୁ ଦେଇଛି । ଭରୁଚ ଆସନ ଏଏପିକୁ ଦିଆଯିବା ପରେ ପୂର୍ବତନ କଂଗ୍ରେସ ନେତା ତଥା ବର୍ତ୍ତମାନ ଭାଜପା ମୁଖପାତ୍ର ଜୟବୀର ଶେରଗିଲ ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ରାହୁଲ ଗାନ୍ଧୀଙ୍କୁ ଲକ୍ଷ୍ୟ କରି ଜୟବୀର କହିଛନ୍ତି, କଂଗ୍ରେସ ଦଳ ପାଇଁ ଜୀବନ ଦେଇଥିବା ଅହମ୍ମଦ ପଟେଲଙ୍କ ଦୀର୍ଘ ଦିନର ଗଡ଼ ଏଏପିକୁ ହସ୍ତାନ୍ତର କରି ପ୍ରତିଶୋଧ ନେଇଛି । ରାହୁଲଙ୍କ ଉପରେ ଖୋଳତାଡ଼ କରି ସେ କହିଛନ୍ତି, ଏହି ଆସନ ସହିତ ତାଙ୍କର ଦୀର୍ଘ ସମୟ ଧରି ସମ୍ପର୍କ ଅଛି । ବର୍ତ୍ତମାନ ଦଳ ଏହାକୁ ଏଏପି ଆକାଉଣ୍ଟରେ ରଖି ସ୍ୱର୍ଗତ ଅହମ୍ମଦ ପଟେଲଙ୍କ ପରିବାରକୁ ଅପମାନିତ କରିବାକୁ ଚେଷ୍ଟା କରିଛି । ସେ ଅଭିଯୋଗ କରିଛନ୍ତି ଯେ, ଗାନ୍ଧୀ ପରିବାର ୟୁଜ୍ ଆଣ୍ଡ୍ ଥ୍ରୋ’ରେ ବିଶ୍ୱାସ କରନ୍ତି । ସେ କହିଛନ୍ତି, ପାର୍ଟି ପ୍ରଥମେ ଯାହାକୁ ବହୁଳ ଭାବରେ ବ୍ୟବହାର କରେ ଏବଂ ଯେତେବେଳେ ତାଙ୍କର ଉଦ୍ଦେଶ୍ୟ ପୂରଣ ହୁଏ ସେତେବେଳେ ତାଙ୍କୁ ଫିଙ୍ଗିଦିଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami