ଠାକରେ ପରିବାର ବିନା ଶିବସେନା, ସରକାର ନୁହେଁ ଦଳ ହରଣଚାଳ କରିବାକୁ ଚାହେଁ ବିଜେପି !

Above Post Content

ଦଳବଦଳ ଆଇନରୁ ବର୍ତ୍ତି ଉଦ୍ଧବ ଠାକରେ ସରକାରର ପତନ ପାଇଁ ଏକନାଥ ସିନ୍ଦେ ଆବଶ୍ୟକ କରୁଥିଲେ ୩୭ ବିଧାୟକ । ଯାହା ତାଙ୍କ ପାଖରେ ତାଙ୍କ ହିସାବରେ ଦୁଇ ଦିନ ତଳୁ ଅଛି । ତଥାପି ସିନ୍ଦେ ଅଟକୁ ନାହାନ୍ତିସିନ୍ଦେ ନିଜ ସମର୍ଥକଙ୍କ ତାଲିକାରେ ଗୋଟିଏ ପରେ ଗୋଟିଏ ନୂଆ ନାମ ଯୋଡିବାରେ ଲାଗିଛନ୍ତି । ଗୌହାଟିର ଫାଇଭ୍ ଷ୍ଟାର ହୋଟେଲ ବାହାରେ ବୁଧବାର ଦିନ ସିନ୍ଦେ ଦାବି କରିଛନ୍ତି ଯେ, ତାଙ୍କ ସହିତ ୪୬ ବିଧାୟକ ଅଛନ୍ତି । ଅନ୍ୟପକ୍ଷରେ ଏକ ଜାତୀୟ ଦୈନିକ ଖବର କାଗଜ ହିସାବରେ ବିଦ୍ରୋହୀଙ୍କ ସଂଖ୍ୟା ୫୦ ଛୁଇଁପାରେ ।

ଆଉ ଏହାହିଁ ଗୋଟିଏ ବଡ଼ ପ୍ରଶ୍ନ ଉଠାଉଛି । ତାହା ହେଉଛି ସରକାର ଭାଙ୍ଗିବା ପାଇଁ ଯେତିକି ବିଧାୟକ ଆବଶ୍ୟକ ସେତିକି ଥିବା ପରେ ମଧ୍ୟ ସିନ୍ଦେଙ୍କ ଲୋଭ ଏତେ ଅଧିକ କାହିଁକି ? ୩୭ ବିଧାୟକଙ୍କ ସମର୍ଥନ ପରେ ବି କାହିଁକି ସେ ଆହୁରି ଅଧିକ ବିଧାୟକଙ୍କୁ ନିଜ ପଟକୁ ଆଣୁଛନ୍ତି ? ଅନ୍ୟପକ୍ଷରେ ବିଜେପି ଏପର୍ଯ୍ୟନ୍ତ ବିଧାନସଭା ଅଧିବେଶନ ଡାକିବା ପାଇଁ କାହିଁକି ଦାବି କରିନାହିଁ ? ଉଦ୍ଧବଙ୍କ ବିରୋଧରେ ଖୋଲା ବିଦ୍ରୋହ ସତ୍ୱେ କ’ଣ ପାଇଁ ସିନ୍ଦେ ବାରମ୍ବାର କହୁଛନ୍ତି ଯେ, ସେ ଶିବସେନା ଛାଡିନାହାନ୍ତି କି ଛାଡିବେ ନାହିଁ ଓ ସେ ସଚ୍ଚା ଶିବସୈନିକ ?

After 2nd paragraph post ads

ଏହି ସବୁ ପ୍ରଶ୍ନର ଏକମାତ୍ର ଯବାବ ହେଉଛି ଏକନାଥ ସିନ୍ଦେଙ୍କ ମିଶନ କେବଳ ଉଦ୍ଧବଙ୍କୁ ଗାଦିଚ୍ୟୁତ କରାଇବା ନୁହେଁ ଅଧିକନ୍ତୁ ଶିବସେନା ଉପରେ କବଜା କରିବା ।

Middle post content

ନିକଟରେ ଏକନାଥ ସିନ୍ଦେ ଦେଇଥିବା ତିନୋଟି ବୟାନରୁ ଏହା ଜଣା ପଡୁଛି । ଏହି ବୟାନ ଗୁଡିକୁ ଯଦି ବର୍ତ୍ତମାନର ଘଟଣା ସହିତ ଯୋଡି ଦେଖାଯାଏ ତେବେ ଜଣା ପଡିବ ଯେ, ତାଙ୍କ ପ୍ରକୃତ ଲକ୍ଷ୍ୟ କ’ଣ । ପ୍ରଥମ ବୟାନରେ ସିନ୍ଦେ କହିଥିଲେ ଯେ, ଆମେ ବାଲା ସାହେବଙ୍କ ପ୍ରକୃତ ଶିବସୈନିକ । ଆମେ ହିନ୍ଦୁତ୍ୱରେ ବିଶ୍ୱାସ କରୁ । କ୍ଷମତା ପାଇଁ କେବେ କାହାକୁ ଧୋକା ଦେଇନୁ କି ଦେବୁନି ।

ଦ୍ୱିତୀୟ ବୟାନରେ ସେ କହିଥିଲେ ଯେ, ଆମେ ବାଲା ସାହେବଙ୍କ ଶିବସୈନିକ । ଆମେ ତାଙ୍କ ହିନ୍ଦୁତ୍ୱରେ ବିଶ୍ୱାସ କରୁ । ଆମେ ନା କେବେ ଶିବସେନକୁ ଛାଡିଛୁ ନା ଛାଡିବୁ । ସେହିଭଳି ତୃତୀୟ ବୟାନରେ ସେ କହିଥିଲେ ଯେ, ମୁଁ ପ୍ରକୃତ ଶିବସୈନିକ । କ୍ଷମତା ପାଇଁ ହିନ୍ଦୁତ୍ୱ ସହିତ ବୁଝାମଣା କରି ପାରିବି ନାହିଁ । ବର୍ତ୍ତମାନ ସିନ୍ଦେଙ୍କ ବୟାନକୁ ବିଜେପି ନେତା ଦେବେନ୍ଦ୍ର ଫଡନାବୀସଙ୍କ ବୟାନ ସହିତ ମିଶାଇ ପଢିଲେ ଯେଉଁ ରାଜନୈତିକ ଅର୍ଥ ବାହାରିବ ତାହା ଠାକରେ ପରିବାର ରାଜନୈତିକ ଅସ୍ତିତ୍ୱ ପାଇଁ ବିପଦ । ଫଡନାବୀସ ଗୋଟିଏ ବୟାନରେ କହିଥିଲେ ଯେ, ବାଲାସାହେବ କେବେ ମଧ୍ୟ ଭାବି ନଥିବେ ଯେ, ହନୁମାନ ଚାଳିଶା ପଢିବା ଦେଶଦ୍ରୋହ ଭାବେ ଗଣିତ ହେବ । ସିନ୍ଦେ ଓ ଫଡନାବୀସଙ୍କୁ ହିନ୍ଦୁତ୍ୱ ଯୋଡୁଛି । ଆଉ ସିନ୍ଦେ ଆରମ୍ଭରୁ ହିଁ କଂଗ୍ରେସ ଓ ଏନସିପି ସହିତ ମେଣ୍ଟକୁ ବିରୋଧ କରୁଥିଲେ । ତାଙ୍କର କହିବା ଥିଲା ଏହା ଦ୍ୱାରା ଶିବସେନାର ହିନ୍ଦୁତ୍ୱ ଭାବମୂର୍ତ୍ତି ପ୍ରଭାବିତ ହେବ । ସିନ୍ଦେଙ୍କ ଗୋଟିଏ ପରେ ଗୋଟିଏ ବିଧାୟକ ଶିକାର ଗୋଟିଏ ଦିଗ ଆଡକୁ ଇଶାରା କରୁଛି । ଆଉ ତା’ ହେଉଛି ଦଳକୁ ନିଜ ନିୟନ୍ତ୍ରଣକୁ ନେବା । ନହେଲେ ଯେତିକି ବିଧାୟକ ତାଙ୍କ ପାଖରେ ଅଛନ୍ତି ସେତିକିରେ ସେ ସରକାର ଗଢିପାରନ୍ତେ । କିନ୍ତୁ ୩୭ ବିଧାୟକଙ୍କୁ ନେଇ ସେ ଦଳ ଉପରେ କବଜା କରିପାରିବେ ନାହିଁ । ତେଣୁ ସେ ଅଧିକରୁ ଅଧିକ ବିଧାୟକଙ୍କୁ ନିଜ ପଟକୁ ଆଣିବାକୁ ଚାହୁଁଛନ୍ତି । ଆସନ୍ତୁ ଜାଣିବା ଦଳ ଉପରେ ନିୟନ୍ତ୍ରଣ ପାଇଁ କ’ଣ ରହିଛି ନିୟମ ।

ଆଇନଗତ ଭାବେ ରାଜନୈତିକ ଦଳରେ ଦୁଇଟି ପରିସ୍ଥିତିରେ ବିଭାଜନ ହୋଇଥାଏ । ପ୍ରଥମତଃ ଯେତେବେଳେ ସଂସଦ ବା ବିଧାନସଭାର ଅଧିବେସନ ଚାଲିଥିବ । ଦ୍ୱିତୀୟତଃ ଯେତେବେଳେ ସଂସଦ ବା ବିଧାନସଭାର ଅଧିବେଶନ ଚାଲୁନଥିବ

ପ୍ରଥମ ପରିସ୍ଥିତିରେ ଯଦି ସଂସଦ ବା ବିଧାନସଭାର ଅଧିବେଶନ ଚାଲୁଥିବା ବେଳେ ଯଦି କୌଣସି ଦଳର ବିଧାୟକଙ୍କ ମଧ୍ୟରେ ବିଭାଜନ ହୋଇଥାଏ ତେବେ ତାହାକୁ ଦଳୀୟ ବିଭାଜନ ବୋଲି ଗ୍ରହଣ କରାଯାଇଥାଏ । ଏଭଳି ବିଭାଜନରେ ଦଳ ବଦଳ ଆଇନ ଲାଗୁ ହୋଇଥାଏ । ଦ୍ୱିତୀୟତଃ ଯଦି ସଂସଦ ବା ବିଧାନସଭାର ଅଧିବେଶନ ଚାଲିନଥିବ ଓ ଦଳରେ ବିଭାଜନ ହୁଏ ତେବେ ତାହାକୁ ଗୃହ ବାହାରେ ବିଭାଜନ ବୋଲି ଗ୍ରହଣ କରାଯାଏ । ଏମିତିରେ ପାର୍ଟିର ନିର୍ବାଚନୀ ଚିହ୍ନ ଉପରେ ଯଦି କୌଣସି ଗୋଷ୍ଟି ଦାବୀ କରେ ତେବେ ତାହାର ବିଚାର ସିମ୍ବଲସ ଅର୍ଡର ୧୯୬୮ ଦ୍ୱାରା ହୋଇଥାଏ । ଯାହାର ନିର୍ଣ୍ଣୟ ନିର୍ବାଚନ ଆୟୋଗ କରିଥାଏ । ଯେଉଁ ଦଳକୁ ନିର୍ବାଚନୀ ଚିହ୍ନ ମିଳେ ତାହା ଅସଲ ଦଳ ଭାବେ ପରିଗଣିତ ହୁଏ । ସିନ୍ଦେ ଅଧିକରୁ ଅଧିକ ବିଧାୟକଙ୍କୁ ନିଜ ପଟକୁ ଆଣି ଶିବସେନା ଉପରେ ଦାବି ରଖିବାକୁ ଚାହାନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami