ମୁଖ୍ୟମନ୍ତ୍ରୀ ପଦ ହାତକୁ ଆସି ଖସିଯାଇଥିଲା,ଏବେ ଏକନାଥ ବିଦ୍ରୋହ କରି କ’ଣ ସନ୍ଦେଶ ଦେବାକୁ ଚାହାନ୍ତି ?

Above Post Content

୨୦୧୯ ର ବିଧାନସଭା ନିର୍ବାଚନ ସମୟରେ ଉଦ୍ଧବ ଥାକ୍ରେଙ୍କ ଘୋଷଣା ଥିଲା ଯେ, ସେ ଜଣେ ଶିବସୈନିକଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରିବେଉଦ୍ଧବଙ୍କ ଏହି ଘୋଷଣା ପରେ ଏକନାଥ ସିନ୍ଦେଙ୍କ ପାଖକୁ ଶୁଭେଛାର ସୁଅ ଛୁଟିଥିଲା । କାରଣ ଏକନାଥ ଥିଲେ ଶିବସେନାରେ ମୁଖ୍ୟମନ୍ତ୍ରୀ ପଦର ପ୍ରବଳ ଦାବିଦାର । ଏହାପରେ ଉଦ୍ଧବ ତାଙ୍କୁ ଶିବସେନା ବିଧାୟକ ଦଳର ନେତା ମଧ୍ୟ କରିଥିଲେ । ଏସବୁ କିଛି ଗୋଟିଏ କଥା କହୁଥିଲା ,ଆଉ ତା’ ଥିଲା ଏକନାଥଙ୍କ ରାଜ୍ୟଭିଷେକ ହେବାକୁ ଯାଉଛି । କିନ୍ତୁ ଠିକଣା ସମୟରେ ଉଦ୍ଧବ ମନ ବଦଳାଇଥିଲେ । ସେ ନିଜ ନାମ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଗକୁ କରିଥିଲେ । ଏହାପଛରେ ତାଙ୍କ ରାଜନୈତିକ ମହତ୍ୱାକାଂକ୍ଷା ଥାଇପାରେ କିମ୍ବା କଂଗ୍ରେସ ଓ ଏନସିପିର ଚାପ । ଯାହା ହେଲେ ବି ଏକନାଥଙ୍କ ହାତରୁ ମୁଖ୍ୟମନ୍ତ୍ରୀ ପଦ ଖସିଯାଇଥିଲା । କୁହାଯାଏ ଯେ, କଂଗ୍ରେସ ସହିତ ମେଣ୍ଟକୁ ଏକନାଥ ବିରୋଧ କରିଥିଲେ । ତେଣୁ ତାଙ୍କୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ହେବାକୁ ଦେଇନଥିଲା । ଏବେ ଦୁଇ ବର୍ଷ ପରେ ଏକନାଥ ବିଦ୍ରୋହର ବିଗୁଲ ଫୁଙ୍କିଛନ୍ତି । ଏକନାଥଙ୍କୁ ଏବେ କଂଗ୍ରେସ-ଏନସିପି ଓ ଶିବସେନା ମେଣ୍ଟର ସବୁଠୁ ଦୁର୍ବଳ କଡି ବୋଲି କୁହାଯାଉଛି । ଆଉ ଏହା ପଛରେ ମଧ୍ୟ କାରଣ ରହିଛି । ଏକନାଥଙ୍କୁ କଂଗ୍ରେସ ଓ ଏନସିପି ବିରୋଧ ତଥା ଭୟ କରିବାର କାରଣ ହେଉଛି ସବୁ ଦଳରେ ତାଙ୍କର ସମର୍ଥକ ବିଧାୟକ ରହିଛନ୍ତି । ଏହି ସମର୍ଥକ ସିନ୍ଦେଙ୍କ ପାଇଁ କିଛି ମଧ୍ୟ କରିପାରିବେ । ତେବେ ଏହି ସିନ୍ଦେ କିଏ ? କ’ଣ ପାଇଁ ମାତୋଶ୍ରୀ ତାଙ୍କୁ ଡରୁଛି ? କ’ଣ ପାଇଁ ଶରଦଙ୍କ ପାୱାର ତାଙ୍କ ସାମ୍ନାରେ ପାୱାରଲେସ୍ ?

ଦିନେ ଅଟୋ ଚଳାଉଥିଲେ ସିନ୍ଦେ !

After 2nd paragraph post ads

ଏକନାଥ ସିନ୍ଦେଙ୍କ ପାଇଁ ମହାରାଷ୍ଟ୍ର ସରକାର ସଂକଟରେ । ଏହି ସିନ୍ଦେ ଏକଦା ବଂଚିବା ପାଇଁ ଅଟୋ ଚଳାଉଥିଲେ । ପରିବାର ପୋଷଣ ପାଇଁ ବିୟର କାରଖାନାରେ ଶ୍ରମିକ ମଧ୍ୟ ଥିଲେ । ମାଟିରୁ ଆକାଶକୁ ଛୁଇଁବାର କାହାଣୀ ହେଉଛି ସିନ୍ଦେଙ୍କ ଜୀବନ । ସମୟ ଚକ୍ରରେ ସିନ୍ଦେ ଏବେ ଶିବସେନାରେ ଥାକ୍ରେ ପରିବାର ପରେ ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ।

କ’ଣ ପାଇଁ ସିନ୍ଦେଙ୍କୁ ଭୟ କରୁଛନ୍ତି ତିନି ଦଳ ?

ମହାରାଷ୍ଟ୍ରର ମହାମେଣ୍ଟର ତିନି ଅଂଶିଦାର ଯଦି କାହାକୁ ଭୟ କରନ୍ତି ତେବେ ସେ ହେଉଛନ୍ତି ସିନ୍ଦେ । କାରଣ ହେଲା ସବୁ ଦଳରେ ତାଙ୍କର ସମର୍ଥକ ରହିଛନ୍ତି । ଏହି ସମର୍ଥକ ତାଙ୍କ ପାଇଁ କିଛି ମଧ୍ୟ କରିପାରିବେ । ଏହି ବିଶ୍ୱସ୍ତତାର କାରଣ ହେଉଛି ବିଧାୟକଙ୍କ ପାଇଁ ସିନ୍ଦେ ସବୁବେଳେ ଉପଲବ୍ଧ । ବିଶେଷକରି ଶିବସେନାର ବିଧାୟକଙ୍କ ପାଇଁ ମାତୋଶ୍ରୀରେ ଉଦ୍ଧବଙ୍କ ଆପଏଣ୍ଟମେଣ୍ଟ ନେବା କାଠିକର ପାଠ । କିନ୍ତୁ ସିନ୍ଦେ ବିଧାୟକ ଓ ମାତୋଶ୍ରୀ ମଧ୍ୟରେ ଥିଲେ ପୋଲ । ସିନ୍ଦେଙ୍କ ସହିତ ବିଧାୟକ ଖୋଲାଖୋଲି ମିଶିବାର କାରଣ ହେଉଛି ସେ ମାଟି ସହ ଜଡିତ ନେତା ।

Middle post content

କେମିତି ଥାନେ ଆସିଲେ ସିନ୍ଦେ ?

ସିନ୍ଦେ ପରିବାର ମୁଳତଃ ସତାରା ଜିଲ୍ଲାର ବାସିନ୍ଦା । କିନ୍ତୁ ୧୯୭୦ ଦଶକର ଆରମ୍ଭରେ ପରିବାର ଥାନେ ଚାଲି ଆସିଥିଲା । ଏହି ସମୟରେ ସିନ୍ଦେ ସ୍କୁଲରେ ପଢୁଥିଲେ । ପରେ ୧୯୮୦ ଦଶକରେ ସେ ଶିବସେନାର ଯୋଗ ଦେଇଥିଲେ । ଶିବସେନାର ସୈନିକ ସିନ୍ଦେଙ୍କୁ କିନ୍ତୁ ପରିବାର ପୋଷିବା ପାଇଁ ବିୟର ଫ୍ୟାକ୍ଟରିରେ ଶ୍ରମିକ ଭାବେ ଓ ଅଟୋ ଡ୍ରାଇଭର ଭାବେ କାମ କରିବାକୁ ପଡିଥିଲା । ଶିବସେନାରେ ଯୋଗ ଦେବା ପରେ ସିନ୍ଦେ ଥାନେ ଜିଲ୍ଲା ଶିବସେନା ମୁଖ୍ୟ ଆନନ୍ଦ ଦିଘେଙ୍କ ସମ୍ପର୍କରେ ଆସିଥିଲେ । ଦିଘେଙ୍କୁ ସେ ନିଜ ରୋଲ୍ ମଡେଲ ଭାବେ ଗ୍ରହଣ କରିଥିଲେ । ଦିଘେଙ୍କ ପାଇଁ ସେ ୧୯୯୭ରେ ଥାନେ ମୁନିସିପାଲ କର୍ପୋରେସନ୍ ସିଟ୍ ଜିତି ପାରିଥିଲେ ।

୨୦୦୦ ମସିହାରେ ସିନ୍ଦେଙ୍କ ଜଣେ ସନ୍ତାନଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଏହାପରେ ସେ ରାଜନୀତିରୁ ଦୁରେଇ ଯାଇଥିଲେ । ଦିଘେ ତାଙ୍କୁ ପୁଣିଥରେ ରାଜନୀତିକୁ ଫେରାଇ ଆଣିଥିଲେ । ୨୦୦୧ରେ ଦିଘେଙ୍କ ମୃତ୍ୟୁ ପରେ ସିନ୍ଦେ ତାଙ୍କ ସ୍ଥାନ ନେଇଥିଲେ । ଶିବସେନାର ଉଦ୍ଧବଙ୍କ ଉତ୍ଥାନ ସିନ୍ଦେଙ୍କୁ ଶକ୍ତିଶାଳୀ କରିଥିଲା । କିନ୍ତୁ ଆଦିତ୍ୟ ଥାକ୍ରେଙ୍କ ଉତ୍ଥାନ ତାଙ୍କୁ ଅସନ୍ତୁଷ୍ଟ କରିଥିଲା । ଯାହାର ଫଳାଫଳ ହେଉଛି ଏହି ବିଦ୍ରୋହ ବୋଲି କୁହାଯାଉଛି ।

ସିନ୍ଦେଙ୍କ ବିଦ୍ରୋହ ପାଇଁ ଆଦିତ୍ୟ ଦାୟୀ ?

ଆଦିତ୍ୟ ଥାକ୍ରେ । ଉଦ୍ଧବଙ୍କ ପୁଅ । ସେଇ ଆଦିତ୍ୟ ଯାହାଙ୍କୁ ଶିବସେନା ଓ ବିଜେପି ମେଣ୍ଟ ଭାଙ୍ଗିବା ପାଇଁ ଦାୟୀ କରାଯାଏ । ମେଣ୍ଟ ସରକାର ଓ ଶିବସେନାରେ ଆଦିତ୍ୟଙ୍କ ପ୍ରଭାବ ବୃଦ୍ଧି ସହିତ ସିନ୍ଦେଙ୍କ ପ୍ରଭାବ ହ୍ରାସ ପାଇଥିଲାସିନ୍ଦେଙ୍କୁ ତାଙ୍କ କାମ ପାଇଁ କ୍ରେଡିଟ୍ ମିଳୁନଥିଲା ବୋଲି ସେ ଅନୁଭବ କରିବାକୁ ଲାଗିଥିଲେ । ଯାହା ବିଦ୍ରୋହର ରୂପ ନେଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami