ଲାଲୁଙ୍କ ଯୋଗୁଁ ଗିରଫ ହୋଇଥିଲେ ଆଡଭାନୀ

Above Post Content

ନୂଆଦିଲ୍ଲୀ: ଆଜି ଅର୍ଥାତ୍ ନଭେମ୍ବର ୮ ତାରିଖରେ ବରିଷ୍ଠ ବିଜେପି ନେତା ଲାଲ କୃଷ୍ଣ ଆଡଭାନୀଙ୍କ ଜନ୍ମଦିନ । ରାଜନୀତିରେ ଲାଲ କୃଷ୍ଣ ଆଡଭାନୀ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି । ସେ ଅନେକ ସଂଘର୍ଷ କରିଛନ୍ତି । ଯେତେବେଳେ ଆଡଭାନୀଙ୍କ ବିଷୟରେ ଆଲୋଚନା କରାଯାଏ,ତାଙ୍କର ‘ରଥ ଯାତ୍ରା’ ସମୟର ଘଟଣା ନିଶ୍ଚୟ ଚର୍ଚ୍ଚାକୁ ଆସେ । ଏହି କାହାଣୀ ୧୯୯୦ ମସିହାର ଅଟେ । ଯେତେବେଳେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ବଢିବାରେ ଲାଗିଲା । ଏହି ସମୟରେ ଲାଲ କୃଷ୍ଣ ଆଡଭାନୀ ସୋମନାଥରୁ ଅଯୋଧ୍ୟା ପର୍ଯ୍ୟନ୍ତ ‘ରଥ ଯାତ୍ରା’ ବାହାର କରିବାକୁ ଘୋଷଣା କରିଥିଲେ । ଏହି ରଥ ଯାତ୍ରା ପରିଚାଳନା ଦାୟିତ୍ୱ ଦେଶର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଆଯାଇଥିଲା । ଏହା ପଛରେ ଦୁଇଟି କାରଣ ଥିଲା । ପ୍ରଥମତଃ, ନରେନ୍ଦ୍ର ମୋଦୀଙ୍କୁ ଜାତୀୟ ଗଣମାଧ୍ୟମକୁ ହ୍ୟାଣ୍ଡେଲ କରିବା ଏବଂ ଦ୍ୱିତୀୟରେ ତାଙ୍କର ପରିଚାଳନା ଦକ୍ଷତା ଥିବାରୁ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା ।ଏପରିକି ଭି.ପି ସିଂଙ୍କ ଠାରୁ ଆରମ୍ଭ କରି ୟୁପି ସରକାର ପର୍ଯ୍ୟନ୍ତ ସମସ୍ତଙ୍କୁ ରଥ ଯାତ୍ରା ବନ୍ଦ କରିବାକୁ ଚ୍ୟାଲେଞ୍ଜ କରିଥିଲେ ଆଡଭାନୀ ।

ଆଡଭାନୀଙ୍କ ରଥଯାତ୍ରା ବନ୍ଦ କରାଇଥିଲେ ଲାଲୁ

After 2nd paragraph post ads
Middle post content

ରଥ ଯାତ୍ରା ଆରମ୍ଭ ହୋଇଥିଲା, କିନ୍ତୁ ପ୍ରକୃତ ମୋଡ଼ ଏପର୍ଯ୍ୟନ୍ତ ଆସି ନ ଥିଲା । ଏଠାରେ ଆଡଭାନୀ ରଥରେ ଚଢିଲେ ଏବଂ ଅନ୍ୟ ପଟେ ବିହାରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ମସ୍ତିଷ୍କ ଓ ହୃଦୟରେ ଆଉ କିଛି ଚାଲିଥିଲା । ସେ ବିହାରରେ ଲାଲ କୃଷ୍ଣ ଆଡଭାନୀଙ୍କ ରଥ ବନ୍ଦ କରିବାକୁ ସ୍ଥିର କରିଥିଲେ ଏବଂ ଏଥିପାଇଁ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଆଡଭାନୀଙ୍କ ରଥ ଯାତ୍ରା ଧାନବାଦରୁ ଆରମ୍ଭ ହେବାକୁ ଯାଉଥିଲା ଏବଂ ସାସରାମ ନିକଟରେ ତାଙ୍କୁ ଗିରଫ କରିବାର ଯୋଜନା ଥିଲା । ତେବେ ଏହି ଯୋଜନା ଲିକ୍ ହୋଗଲା । ପରେ ଧାନବାଦରେ ଗିରଫ ପାଇଁ ଏକ ଯୋଜନା କରାଯାଇଥିଲା, କିନ୍ତୁ ଅଧିକାରୀଙ୍କ ମଧ୍ୟରେ ମତଭେଦ ହେତୁ ଏହି ଯୋଜନା ମଧ୍ୟ ନଷ୍ଟ ହୋଇଯାଇଥିଲା । ଏହି ସମୟରେ, ସାମସ୍ତିପୁର ଦେଇ ଆଡଭାନୀଙ୍କ ରଥାଯାତ୍ରାଯାଉଥିଲା । ଲାଲୁ ଯାଦବ ଯେକୌଣସି ମୂଲ୍ୟରେ ତାଙ୍କୁ ଗିରଫ କରିବାକୁ ଚାହୁଁଥିଲେ । ଲାଲ କୃଷ୍ଣ ଆଡଭାନୀ ସାମସ୍ତିପୁରର ସର୍କିଟ ହାଉସରେ ରହିଲେ ଏବଂ ଲାଲୁ ଯାଦବ ତାଙ୍କୁ କୌଣସି ସ୍ଥାନକୁ ନ ଯିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଆଡଭାନୀଙ୍କୁ ଧୋକା ଦେଇଥିଲେ ଲାଲୁ

ତେବେ ସେଦିନ ସନ୍ଧ୍ୟାରେ ଲାଲ କୃଷ୍ଣ ଆଡଭାନୀଙ୍କ ଅନେକ ସମର୍ଥକ ଥିଲେ । ଏଭଳି ପରିସ୍ଥିତିରେ ଗିରଫ ପରେ ଉତ୍ତେଜନା ସୃଷ୍ଟି ହେବାର ସମ୍ଭାବନା ରହିଥିଲା । ଏଭଳି ପରିସ୍ଥିତିରେ ଲାଲୁ ଯାଦବ ଅପେକ୍ଷା କରିବା ଭଲ ବୋଲି ଭାବିଥିଲେ । ଏହା ପରେ ରାତି ପ୍ରାୟ ୨ଟାରେ ଲାଲୁ ଯାଦବ ନିଜକୁ ଜଣେ ସାମ୍ବାଦିକ ପରିଚୟ ଦେଇ ଫୋନ କରି ଆଡଭାନୀଙ୍କ ସହିତ କିଏ ଅଛନ୍ତି ଜାଣିବା ପାଇଁ ସର୍କିଟ ହାଉସକୁ ଡାକିଥିଲେ । ଆଡଭାନୀଙ୍କ ଜଣେ ସାହାଯ୍ୟକାରୀ ଫୋନ୍ ଉଠାଇ କହିଥିଲେ ଯେ ସେ ଶୋଇଛନ୍ତି ଏବଂ ସମସ୍ତ ସମର୍ଥକ ଯାଇଛନ୍ତି । ଆଡଭାନୀଙ୍କୁ ଗିରଫ କରିବା ପାଇଁ ଏହା ସବୁଠାରୁ ସୁବିଧାଜନକ ମୁହୂର୍ତ୍ତ ଥିଲା ଏବଂ ଲାଲୁ ଯାଦବ ଏଥିରେ ବିଳମ୍ବ କରିନଥିଲେ । ୨୫ ସେପ୍େଟମ୍ବରରେ ସୋମନାଥରୁ ଆରମ୍ଭ ହୋଇଥିବା ଆଡଭାନୀଙ୍କ ରଥ ଯାତ୍ରା ୩୦ ଅକ୍ଟୋବରରେ ଅଯୋଧ୍ୟାରେ ପହଞ୍ଚିବାକୁ ଥିଲା, କିନ୍ତୁ ୨୩ ଅକ୍ଟୋବରରେ ଆଡଭାନୀଙ୍କୁ ବିହାରରେ ଗିରଫ କରାଯାଇଥିଲା । ଆଡଭାନୀଙ୍କ ଗିରଫ ପରେ କେନ୍ଦ୍ରୀୟ ରାଜନୀତିରେ ଉତ୍ତେଜନା ଦେଖାଦେଇଥିଲା । ଲାଲୁ ପ୍ରସାଦ ଯାଦବ ମଧ୍ୟ ଅଂଶୀଦାର ଥିବା କେନ୍ଦ୍ରରେ ଶାସକ ଭିପି ସିଂ ସରକାରଙ୍କଠାରୁ ବିଜେପି ସମର୍ଥନ ପ୍ରତ୍ୟାହାର କରିନେଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami