କେତେ ମିନିଟ୍ ବ୍ରସ୍ କରିବା ଉଚିତ ?

Above Post Content

ଆମ ଭିତରୁ ଅନେକ ଏହା ଜାଣନ୍ତି ଯେ, ଦିନକୁ ଦୁଇଥର ଦାନ୍ତ ଘସିବା ଓ ଅତିକମରେ ଥରକୁ ଦୁଇ ମିନଟ ଦାନ୍ତ ଘଷିବା ଜରୁରୀ । ପୁଣି ଏଭଳି ଅନେକ ଅଛନ୍ତି ଯେଉଁମାନେ କୁହନ୍ତି ଯେ, ଗୋଟିଏ ମିନଟ ପାଇଁ ବ୍ରସ୍ କରିବା ଯଥେଷ୍ଟ । କିନ୍ତୁ ସତ ହେଉଛି ଦୁଇ ମିନିଟ୍ ବ୍ରସ୍ କରିବା ଯଥେଷ୍ଟ ନୁହେଁ । ତେବେ କେତେ ମିନିଟ୍ ଧରି ଦାନ୍ତ ଘଷିବା ଦ୍ୱାରା ଦାନ୍ତ ସଫା ହୋଇଥାଏ ? ଆସନ୍ତୁ ଜାଣିବା ଏହାର ଉତ୍ତର ।

ଅତି କମରେ ୪ ମିନିଟ୍ ବ୍ରସ କରନ୍ତୁ

After 2nd paragraph post ads

୭୦ ଦଶକରେ ଡାକ୍ତର କହୁଥିଲେ ଯେ, ଦୁଇ ମିନିଟ୍ ବ୍ରସ୍ କରିବା ଯଥେଷ୍ଟ । ଏହା ସହିତ ସେମାନେ ନରମ ବ୍ରସ୍ ବ୍ୟବହାର ପାଇଁ ପରାମର୍ଶ ଦେଉଥିଲେ ।ତେବେ ଏବେ ବ୍ରସ କରିବା ସମୟ ଅବଧି, ଟେକନିକ୍ ଓ ଟୁଥବ୍ରସର ପ୍ରକାରକୁ ନେଇ ଯେଉଁ ସର୍ବସମ୍ମତି ବନିଛି ତାହା ୧୯୯୦ ଦଶକର ଅଧ୍ୟୟନ ଉପରେ ଆଧାରିତ ।

Middle post content

ରିସର୍ଚ୍ଚ ଅନୁସାରେ ଅତିକମରେ ୪ ମିନିଟ୍ ବ୍ରସ୍ କରିବା ଠିକ୍ । ୪ ମିନିଟ୍ ବ୍ରସ୍ କରିବା ଦ୍ୱାରା ଦାନ୍ତ ଠିକରେ ସଫା ହୋଇଥାଏ । କିନ୍ତୁ ଦାନ୍ତକୁ ଦିନକୁ ଦୁଇଥରରୁ ଅଧିକ ସଫା କରନ୍ତୁ ନାହିଁ । ଏହା ସହିତ ନରମ ବ୍ରସ ବ୍ୟବହାର କରନ୍ତୁ । କାରଣ ଶକ୍ତ ବ୍ରସ୍ ବ୍ୟବହାର ଦ୍ୱାରା ଆପଣଙ୍କ ଦାନ୍ତ ଓ ମାଢିକୁ କ୍ଷତି ପହଂଚିପାରେ ।

ଆପଣ ଦାନ୍ତକୁ ବ୍ରସ୍ କରିବାପାଇଁ ଅନେକ ତରିକା ବ୍ୟବହାର କରିପାରିବେସଂଶୋଧିତ ‘ବାସ’ ଟେକନିକ୍ ବ୍ୟବହାର କରିବାକୁ ଅଧିକ ପରାମର୍ଶ ଦିଆଯାଇଥାଏ । ଏହାର ଲକ୍ଷ୍ୟ ହେଉଛି ତଳ ପର୍ଯ୍ୟନ୍ତ ମାଢିକୁ ସଫା କରିବା । ଏହା ଦାନ୍ତର ସେହି ଅଂଶ ଯେଉଁଠାରେ ପ୍ଲାକ୍ ସବୁଠାରୁ ଅଧିକ ଜମା ହୋଇଥାଏ ।

ଦାନ୍ତ ସଫା କରିବା ବେଳେ ବଳ ପ୍ରୟୋଗ କରନ୍ତୁ ନାହିଁ

ଦାନ୍ତ ଘଷିବା ବେଳେ ବଳ ପ୍ରୟୋଗ କରନ୍ତୁ ନାହିଁଜୋରରେ ସଫା କରିବାରୁ ବଂଚନ୍ତୁ । ଧିରେ ଧିରେ ବ୍ରସ୍ କରନ୍ତୁ ।ଏହା ସହିତ ‘ପ୍ଲାଂସ୍’ ବ୍ୟବହାର କରନ୍ତୁ । ପ୍ଲାଂସ୍ ଏକପ୍ରକାର ସୂତା ଯାହାକୁ ଦାନ୍ତ ସଫା କରିବା ପାଇଁ ବ୍ୟବହାର କରାଯାଇଥାଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami