ଆଇପିଏଲ ଲକ୍ଷ୍ନୌ ଟିମର ଦାମ ଯେତିକି ସେତିକିରେ କ’ଣ ସବୁ ହେଇ ପାରିଥାନ୍ତା ?

Above Post Content

ଆହୁରି ଦମଦାର ହେବ ଫଟାଫଟ୍ କ୍ରିକେଟ । ଆସନ୍ତା ଆଇପିଏଲରେ ୮ଟି ବଦଳରେ ପଡିଆରେ ମୁହାଁମୁହିଁ ହେବେ ୧୦ଟି ଟିମ୍ । ନୂଆ ଟିମ୍ ଭାବେ ଅହମଦାବାଦ ଓ ଲକ୍ଷ୍ନୌ ଆପିଏଲରେ ସାମିଲ ହେବେ । ଆରପି-ସଞ୍ଜୀବ ଗୋଏଙ୍କା ଗ୍ରୁପ୍ ୭ହଜାର୯୦ କୋଟି ଟଙ୍କା ମୂଲ୍ୟରେ ଲକ୍ଷ୍ନୌକୁ କିଣିଥିବାବେଳେ ସିଭିସି କ୍ୟାପିଟାଲ ୫ହଜାର ୨୦୦ କୋଟି ଟଙ୍କାରେ ଅହମଦାବାଦକୁ କିଣିଛନ୍ତି । ତେବେ ଆପଣ କେବେ ଅନୁମାନ କରିଛନ୍ତି କି ଏହି ନୂଆ ଦଳ ପାଇଁ ଯେତିକି ଟଙ୍କା ଖର୍ଚ୍ଚ କରାଯାଇଛି ସେତେକି ଟଙ୍କାରେ ଆମ ଦେଶର କଣ ସବୁ ହୋଇପାରିଥାନ୍ତା । କେତେ ବଦଳି ପାରିଥାନ୍ତା ଆମ ଦେଶର ଚିତ୍ର । ଆମ ସ୍ବାସ୍ଥ୍ୟଠୁ ପ୍ରତିରକ୍ଷା । ଯୋଗାଯୋଗଠୁ ଶିକ୍ଷା ସବୁଥିରେ କେତେ ପରିବର୍ତ୍ତନ ଆସିପାରିଥାନ୍ତା ।

Middle post content

ନୂଆ ଆଇପିଏଲ ଟିମ୍ ପାଇଁ ନୂଆ ଟେଣ୍ଡର ପରେ ବିସିସିଆଇ ମଧ୍ୟ ଆଶ୍ଚର୍ଯ୍ୟପ୍ରକାଶ କରିଛି । କାରଣ ଖୋଦ୍ ବିସିସିଆଇ ମଧ୍ୟ କେବେବି ଆଶା କରିନଥିଲା ଯେ ଏତେ ଟଙ୍କାରେ ନୂଆ ଟିମ୍ ଗଠନ ହେବ । ଯଦି ନୂଆ ଟିମ୍ ଲକ୍ଷ୍ନୌ କଠା ଦେଖିବା ତେବେ ଆରପି-ସଞ୍ଜୀବ ଗୋଏଙ୍କା ଗ୍ରୁପ୍ ୭ହଜାର୯୦ କୋଟି ଟଙ୍କାରେ ଏହାକୁ କିଣିଛି । ଏହା ହେଉଛି ବର୍ତ୍ତମାନ ଆଇପିଏଲର ସବୁଠୁ ମହଙ୍ଗା ଦଳ । ତେବେ ଏହି ଟଙ୍କାରେ ଆମ ଭାରତର ଅନେକ କିଛି ହୋଇପାରିଥାନ୍ତା । ସବୁଠୁ ବଡ଼ କଥା ହେଲା ଆମ ଭାରତର କ୍ରୀଡା ବଜେଟ୍ ଯେତିକି ତାହାଠାରୁ ୩ଗୁଣା ଅଧିକ ଟଙ୍କାରେ ଲକ୍ଷ୍ନୌ ଟିମକୁ କିଣାଯାଇଛି । ଆମ ଦେଶର 2021-22 ବଜେଟରେ ଖେଳ ପାଇଁ 2ହଜାର 596 କୋଟି ଟଙ୍କା ବ୍ୟୟ କରାଯାଇଛି । ଏହାର ପ୍ରାୟ ୩ଗୁଣା ଅଧିକ ହେଉଛି ଆଇପିଏଲରେ ଅଂଶଗ୍ରହଣ ଲକ୍ଷ୍ନୌ ଟିମର ମୂଲ୍ୟ । ଯଦି ନୂଆ ଗଠନ ହୋଇଥିବା ଉଭ ଟିମର ମୂଲ୍ୟ କଥା ଦେଖିବା ତେବେ ଏହାର ଦାମ ରହିଛି ୧୨ହଜାର ୨୯୦କୋଟି ଟଙ୍କା । ଏହି ମୂଲ୍ୟକୁ ଯଦି ବିଚାର କରାଯାଏ ତେବେ ଏଥିରେ ଆମ ଦେଶରପ ଅନେକ କିଛି ପରିବର୍ତ୍ତନ ହୋଇପାରିଥାନ୍ତା । ଯେପରିକି ୭ହଜାର କୋଟି ଟଙ୍କାରେ ୬ଟି ଏମସ ପ୍ରତିଷ୍ଠା ହୋଇପାରିଥାନ୍ତା । AIIMS ଦିଲ୍ଲୀର ସମ୍ପୂର୍ଣ୍ଣ ବଜେଟ୍ ହେଉଛି 3ହଜାର 800 କୋଟି ଟଙ୍କା । ଏହି କ୍ରମରେ ଦେଶରେ ସ୍ବାସ୍ଥ୍ୟକ୍ଷେତ୍ର ଅନେକ ମାତ୍ରାରେ ସୁଦୃଢ ହୋଇପାରିଥାନ୍ତା । ଏହାଛଡା ଅନ୍ୟ କ୍ଷେତ୍ର ଉପରେ ଯଦି ନଜର ପକାଇବା ତେବେ ନିକଟରେ ନିର୍ମିତ ହୋଇଥିବା ଅଟଳ ଟନେଲର ଅଟକଳ ରହିଛି ୩ହଜାର ୨୦୦କୋଟି ଟଙ୍କା । ତେଣୁ ଏତିକି ଟଙ୍କାରେ ଅଟଳ ଟନେଲ ପରି ଆଉ ୨ଟି ଟନେଲ ମଧ୍ୟ ନିର୍ମାଣ ହୋଇପାରିଥାନ୍ତା । ସେହିପରି ଆସାମର ବ୍ରହ୍ମପୁତ୍ର ନଦୀରେ ପାଲାଶବରୀ ଏବଂ ସୁଆଲୁଚି ମଧ୍ୟରେ ନିର୍ମାଣ ହେବାକୁ ଥିବା ନୂତନ ସେତୁ ପାଇଁ 3,094 କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଫଳରେ ନୂଆ ଆଇପିଏଲ ଟିମ୍ ଟଙ୍କାରେ ସେହିପରି ୩ରୁ ଅଧିକ ସେତୁ ମଧ୍ୟ ନିର୍ମାଣ ହୋଇପାରିଥାନ୍ତା ଭାରତ ପ୍ରତିରକ୍ଷା କ୍ଷେତ୍ରରେ ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛି । ନିକଟରେ ରାଫେଲ ଯୁଦ୍ଧ ବିମାନ ବାୟୁସେନାକୁ ଅଧିକ ବଳ ଦେଇଛି

After 2nd paragraph post ads

ଭାରତ କିଣିଥିବା ଗୋଟିଏ ରାଫେଲର ଦାମ ରହିଛି 1 ହଜାର 670 କୋଟି ଟଙ୍କା । ଏହାକୁ ଯଦି ହିସାବକୁ ନେବା ତେବେ ନୂଆ ଆଇପିଏଲ ଟିମ୍ ଟଙ୍କାରେ ଏକାଧିକ ରାଫେଲ ଭାରତକୁ ମିଳିପାରିଥାନ୍ତା । ଏହାଛଡା ପ୍ରାୟ 861 କୋଟି ଟଙ୍କାରେ ନୂତନ ସଂସଦ ଗୃହ ନିର୍ମାଣ ହେଉଛି । ଫଳରେ ନୂଆ ଟିମ୍ ଟଙ୍କାରେ ଏହାକୁ ମଧ୍ୟ ଭାରତ ହାସଲ କରିପାରିଥାନ୍ତା । ଆଉ ଏଖ ପ୍ରକଳ୍ପକୁ ଯଦି ଦେଖିବା ପମ୍ବାନରେ ଭାରତର ପ୍ରଥମ ଭର୍ଟିକାଲ୍ ଲିଫ୍ଟ ସମୁଦ୍ର ବ୍ରିଜ୍ ନିର୍ମାଣ ପାଇଁ 250 କୋଟି ଟଙ୍କା ଖର୍ଚ୍ଚ ହେବ । ତେଣୁ ଏହି ଟଙ୍କାର ଏହିଭଳି ଏକାଧିକ ବ୍ରିଜ୍ ମଧ୍ୟ ପ୍ରସ୍ତୁତ ହୋଇପାରିଥାନ୍ତା । ଅନ୍ୟପଟେ ଦୁନିଆରେ ନିଲାମ ହୋଇଥିବା ସବୁଠି ମହଙ୍ଗା ଜିନିଷ ହେଉଛି ଲିଓନାର୍ଡୋ ଭିଞ୍ଚିଙ୍କ ସାଲଭେଟର ମୁଣ୍ଡି । ଯାହା 2017ରେ ପ୍ରାୟ ୩ହଜାର ୫୦୦କୋଟି ଟଙ୍କାରେ ନିଲାମ ହୋଇଥିଲା । ମାତ୍ର ତାହାକୁ ଏବେ ବଳି ଯାଇଛି ଆଇପିଏଲର ନୂଆ ଦଳ । ପୂର୍ବରୁ 2008ରେ ଆଠଟି ଦଳ ପାଇଁ ମୋଟ 723 ଦଶମିକ 59 ମିଲିୟନ୍ ଡଲାର୍ ବିଡ୍ କରାଯାଇଥିଲା । ତେବେ ଏହାଠାରୁ ବର୍ତ୍ତମାନ କେବଳ ଲକ୍ଷ୍ନୈା ଟିମର ମୂଲ୍ୟ ଏହାଠାରୁ ବହୁତ ଅଧିକ । ସେ ଯାହାହେଉ ଆଗାମୀ ଦିନରେ କିନ୍ତୁ ଆଇପିଏଲର ଭରପୁର ମଜା ଉଠାଇବେ କ୍ରିକେଟ ପ୍ରେମୀ । ସମସ୍ତେ ଫଟାଫଟ୍ କ୍ରିକେଟରେ ନୂଆ କ୍ରେଜରେ ଝୁମିବେ । କାରଣ ଆସନ୍ତା ଥରକୁ ଆହୁରି ଜୋରଦାର ହେବ ଲଢେଇ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami