ଫୋନରେ ଥିବା ଡ୍ରାଇଭିଂ ଲାଇସେନ୍ସ ପୋଲିସ ଚେକିଂରେ ବୈଧ କି ?

Above Post Content

ବର୍ତ୍ତମାନ ସମୟରେ ସ୍ମାର୍ଟଫୋନରେ ଅଧା କାମ ହୋଇଯାଉଛି । ଏବେ ତ’ କ୍ରେଡିଟ୍ କାର୍ଡ୍, ଡେବିଟ୍ କାର୍ଡର କାମ ମଧ୍ୟ ସ୍ମାର୍ଟ୍ ଫୋନ୍ କଲାଣି । ଅର୍ଥାତ ଏବେ ଆପଣଙ୍କୁ ନିଜ ସହିତ ସବୁବେଳେ ଏଟିଏମ୍ କାର୍ଡ୍ ରଖିବାର ଆବଶ୍ୟକତା ନାହିଁ । ସେହିଭଳି କଥା ଡ୍ରାଇଭିଂ ଲାଇସେନ୍ସକୁ ନେଇ ମଧ୍ୟ କୁହାଯାଉଛି । କୁହାଯାଉଛି ଯେ, ଡ୍ରାଇଭିଂ ଲାଇସେନ୍ସର ହାର୍ଡ୍ କପି ରଖିବାର ଆବଶ୍ୟକତା ନାହିଁ । ଫୋନରେ ଡ୍ରାଇଭିଂ ଲାଇସେନ୍ସର ଫଟୋ ଥିଲେ କାମ ଚଳିଯିବ । ଆସନ୍ତୁ ଜାଣିବା ଡିଜିଟାଲ ରୂପରେ ଡ୍ରାଇଭିଂ ଲାଇସେନ୍ସ ରଖିବାର ନିୟମ କ’ଣ..

ଡିଜିଟାଲ ଡ୍ରାଇଭିଂ ଲାଇସେନ୍ସ ବୈଧ କି ?

After 2nd paragraph post ads

ନୂଆ ମୋଟର ଭେହିକଲ ନିୟମ ଅନୁସାରେ ଏବେ ଡ୍ରାଇଭିଂ ଲାଇସେନ୍ସକୁ ମଧ୍ୟ ଡିଜିଟାଲ ଭାବେ ନିଜ ପାଖରେ ରଖି ହେବ । ଦିଲ୍ଲୀ ସରକାର ତ’ ନିକଟରେ ଏକ ନିୟମ ଆଣିଥିଲେ ଓ କହିଥିଲେ ଯେ, ଏବେ ଚାଳକ ନିଜ ପାଖରେ ଆରସି ଓ ସାଇସେନ୍ସକୁ ଡିଜିଟାଲ ରୂପରେ ରଖିପାରିବେ

ଡ୍ରାଇଭିଂ ଲାଇସେନ୍ସର ଫଟୋ ଦ୍ୱାରା କାମ ଚଳିବ କି ?

Middle post content

ନା କେବଳ ଡ୍ରାଇଭିଂ ଲାଇସେନ୍ସର ଫଟୋ ମୋବାଇଲରେ ଥିଲେ କାମ ଚଳିବ ନାହିଁ । ଏଥିପାଇଁ ଆପଣଙ୍କୁ ନିଜ ଡକ୍ୟୁମେଣ୍ଟ୍ ଡିଜି ଲକରରେ ରଖିବାକୁ ପଡିବ କିମ୍ବା m-Parivahan ଆପ୍ଲିକେସନରେ ନିଜ ଦସ୍ତାବିଜ ରଖିବାକୁ ପଡିବ ।

କେବଳ ଡିଜି ଲକର କିମ୍ବା ଏମ-ପରିବହନ ଆପରେ ଥିବା ଦସ୍ତାବିଜ୍ ହିଁ ମାନ୍ୟ ହେବ । ଏଥିପାଇଁ ଦିଲ୍ଲୀ ସରକାର ମୋଟର ଭେହିକିଲ ଆକ୍ଟରେ ପରିବର୍ତ୍ତନ କରିଛନ୍ତି । ତେବେ ଏହାକୁ ନେଇ ଅଲଗା ରାଜ୍ୟରେ ଅଲଗା ନିୟମ ରହିଛି । ତେଣୁ ଆପଣ ଯେଉଁ ରାଜ୍ୟରେ ରହୁଛନ୍ତି ସେହି ରାଜ୍ୟର ନିୟମ କ’ଣ ତାହା ଜାଣି ନିଅନ୍ତୁ ।

ଅଲଗା ଅପରାଧ ପାଇଁ ଅଲଗା ନିୟମ

ପୋଲିସ ଅନୁସାରେ କିଛି ଅପରାଧ ଏମିତି ହୋଇଥାଏ ଯେଉଁଥିପାଇଁ ଡ୍ରାଇଭରଙ୍କୁ ଡ୍ରାଇଭିଂ ଲାଇସେନ୍ସର ହାର୍ଡ୍ କପି ଦେବାକୁ ପଡିଥାଏ । ଯାହାକି ଗାଡି ସିଜ୍ କରିବା ସମୟରେ କାମରେ ଆସିଥାଏ । ତେବେ ସାମାନ୍ୟ ସ୍ଥିତିରେ ଡିଜି ଲକରକୁ ବ୍ୟବହାର କରାଯାଇ ପାରିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami