ଗାନ୍ଧୀ ପରିବାରର ‘ମୁଖା’ ହେବାକୁ ଚାହିଁଲେ ନାହିଁ ଫାର୍ଷ୍ଟ ଫ୍ୟାମିଲିର ପ୍ରଥମ ପସନ୍ଦ ସୋନି

Above Post Content

ଜୁନ୍ ୧୨, ୧୯୭୫ ଆହ୍ଲାବାଦ ହାଇକୋର୍ଟର ଐତିହାସିକ ନିଷ୍ପତ୍ତି ପରେ ଇନ୍ଦିରା ଗାନ୍ଧୀଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ରାଜନାରାୟଣଙ୍କ ନିର୍ବାଚନ ଆବେଦନ ଉପରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେରାଇବରେଲିରେ ତାଙ୍କର ବିଜୟକୁ ରଦ୍ଧ କରିଥିଲେ ହାଇକୋର୍ଟ । ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ପଦ ସଂଙ୍କଟରେ ଥିଲା । ଅନ୍ୟପକ୍ଷରେ, ଆର.କେ ଧାୱନ, ବଂଶୀଲାଲ ଏବଂ ସଞ୍ଜୟ ଗାନ୍ଧୀଙ୍କ ତ୍ରିମୂର୍ତ୍ତୀ ଇନ୍ଦିରାଙ୍କ ସମର୍ଥନରେ ଶକ୍ତିପ୍ରଦର୍ଶନ ପାଇଁ ଜୋରଦାର ପ୍ରସ୍ତୁତିରେ ଲାଗିପଡିଥିଲେ । ସଞ୍ଜୟ ସେତେବେଳେ ଯୁବ କଂଗ୍ରେସ ସଭାପତି ଅମ୍ବିକା ସୋନିଙ୍କୁ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ କରିଥିଲେସଂଜୟ ଗାନ୍ଧୀଙ୍କ ସହାୟତାରେ ୩୩ ବର୍ଷୀୟ ଅମ୍ବିକା ସୋନି ନିଜର ରାଜନୈତିକି ଉପସ୍ଥିତିକୁ ବୃଦ୍ଧି କରିବାରେ ଲାଗିପଡିଥିଲେ । ତାପରଦିନ ସଫଦରଜଙ୍ଗ ରାସ୍ତାରେ ଇନ୍ଦିରାଙ୍କ ସମର୍ଥନରେ ଏକ ଜରୁରିକାଳିନ ରାଲି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲା ।

ଇନ୍ଦିରାଙ୍କ ସମର୍ଥନରେ ହେବାକୁ ଥିବା ରାଲିକୁ ସଫଳ କରିବା ପାଇଁ ସୋନି ପୁରା ଦମରେ ଲାଗିଥିଲେ । ସଂଜୟ ଗାନ୍ଧୀ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ ଯେ – ବିଚାରପତିଙ୍କ ରାୟ ଯାହା ବି ହେଇଥାଉ..ସାଧାରଣ ଜନତା ଇନ୍ଦିରାଙ୍କୁ ସେମାନଙ୍କର ନେତା ବୋଲି ହିଁ ଭାବନ୍ତିକଂଗ୍ରେସ ସଭାପତି ଦେବକାନ୍ତ ବାରୁଆ ‘ଦେଶ କା ନେତା କେସା ହୋ, ଇନ୍ଦିରା ଗାନ୍ଧୀ ଜେସା ହୋ’ର ନାରା ସମଗ୍ର ଦେଶରେ ଯେମିତି ଶୁଣିବାକୁ ମିଳେ ତାହା କରିବା ପାଇଁ ସଂଜୟ ନିର୍ଦ୍ଦେଶ ଦେଇଥିଲେ ।

After 2nd paragraph post ads

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ବଡ଼ ବଡ ଟ୍ରାନ୍ସପୋର୍ଟରଙ୍କ ସହ ଯୋଗାଯୋଗ ରେ ଟ୍ରକଗୁଡ଼ିକୁ ଗାଁମାନଙ୍କୁ ପଠାଇଥିଲେ । ଦିଲ୍ଲୀ ରାଜରାସ୍ତାରୁ ଡିଟିସି ବସ୍ ହଠାତ୍ କୁଆଡେ ଉଭାନ ହୋଇ ଯାଇଥିଲା । ଅମ୍ବିକାଙ୍କ ନିର୍ଦ୍ଦେଶରେ ଯୁବ କଂଗ୍ରେସ କର୍ମୀମାନଙ୍କର ଏକ ନେଟୱାର୍କ ଦିଲ୍ଲୀର ନିକଟବର୍ତ୍ତୀ ଅଞ୍ଚଳକୁ ଏହି ବସ୍ ପଠାଇବା ଆରମ୍ଭ କରିଦେଇଥିଲା । ଏହି ରାଲିରେ ସମସ୍ତ ସରକାରୀ ମସିନ୍ ନିୟୋଜିତ ହେବା ଉଚିତ୍ ବୋଲି ପଞ୍ଜାବ, ହରିୟାଣା, ୟୁପି ଏବଂ ରାଜସ୍ଥାନର ମୁଖ୍ୟମନ୍ତ୍ରୀଙ୍କୁ ଆର.କେ ଧାୱନ ପ୍ରତ୍ୟକ୍ଷ ରୂପେ ନିର୍ଦ୍ଦେଶ ଦେଇଦେଲେ।

ଇନ୍ଦିରାଙ୍କ ସହିତ ସମ୍ପର୍କ ଥିଲା ପୁରୁଣା

Middle post content

ସୋନିଙ୍କ ଚେଷ୍ଟାରେ ସେହି ରାଲି ସଫଳ ହୋଇଥିଲା । ଗାନ୍ଧି ପରିବାର ପ୍ରତି ନିଜ ସମର୍ପଣ ଭାବକୁ ସୋନି ସେଦିନ ଦେଖାଇଥିଲେ । କିନ୍ତୁ ଏମିତି ନୁହେଁ ଯେ, ଅମ୍ବିକା ସୋନି ସେହିଦିନ ହିଁ ଗାନ୍ଧି ପରିବାର ନଜରକୁ ଆସିଥିଲେ । ଗାନ୍ଧି ପରିବାର ସହିତ ସୋନିଙ୍କ ସମ୍ପର୍କ ତାଙ୍କ ପିତାଙ୍କ ମାଧ୍ୟମରେ ସ୍ଥାପିତ ହୋଇଥିଲା । ସୋନି ଇନ୍ଦିରାଙ୍କ ସହିତ ସେତେବେଳେ ମଧ୍ୟ ଛିଡା ହୋଇଥିଲେ ଯେତେବେଳେ କଂଗ୍ରେସରେ ବିଭାଜନ ହୋଇଥିଲା ।

କଂଗ୍ରେସର ବିଭାଜନ ୧୯୬୯ ମସିହାରେ ହୋଇଥିଲେ । ଦଳ ବିଭାଜନ ପରେ ସୋନି ଇନ୍ଦିରାଙ୍କୁ ନିଜ ନେତା ଭାବେ ବାଛିଥିଲେ ଓ ଇନ୍ଦିରା ତାଙ୍କ ଉପରେ ବିଶ୍ୱାସ ବ୍ୟକ୍ତ କରିଥିଲେ । ୧୯୬୯ ମସିହାରେ, ଯେତେବେଳେ ଇନ୍ଦିରା ବ୍ୟାଙ୍କଗୁଡିକର ଜାତୀୟକରଣ କରିଥିଲେ ଏବଂ ସମାଜବାଦୀ ମୋରାରଜୀ ଦେଶାଇ ଏହାକୁ ଦୃଢ ବିରୋଧ କରିଥିଲେ, ସେତେବେଳେ ବି ଠିକ୍ ଏହିଭଳି ଇନ୍ଦିରାଙ୍କ ସମର୍ଥନରେ ଏକ ଜରୁରୀକାଳୀନ ରାଲିର ଆୟୋଜନ କରାଯାଇଥିଲା । ସେହି ବର୍ଷ ହିଁ ସିଣ୍ଡିକେଟ୍ ଇନ୍ଦିରାଙ୍କୁ ଦଳରୁ ବହିଷ୍କାର କରିଥିଲା । ଇନ୍ଦିରା କଂଗ୍ରେସ (ଆର) ଗଠନ କରିଥିଲେ । ତା’ପରେ ସେ ଅମ୍ବିକା ସୋନିଙ୍କୁ ପାର୍ଟିରେ ଜାଗା ଦେଲେ । ଅମ୍ବିକାଙ୍କ ପିତା ନକୁଲ ସେନ୍ ବାଧୱା ଭାରତୀୟ ସିଭିଲ ସର୍ଭିସର ଜଣେ ଅଧିକାରୀ ଥିଲେ । ଦେଶ ବିଭାଜନ ସମୟରେ ସେ ଅମୃତସରର କଲେକ୍ଟର ମଧ୍ୟ ଥିଲେ ଏବଂ ଜବାହରଲାଲ ନେହେରୁଙ୍କ ଖୁବ୍ ନିକଟତର ହୋଇସାରିଥିଲେ | ସେଥିପାଇଁ ଗାନ୍ଧୀ ପରିବାରରେ ଅମ୍ବିକାଙ୍କ ଏଣ୍ଟ୍ରି ଖୁବ ଘନିଷ୍ଠ ସମ୍ପର୍କ ଗଢିଵାରେ ସାହାର୍ଯ୍ୟ କଲା |

ରାଷ୍ଟ୍ରପତି ପାର୍ଥିୀଙ୍କୁ ନେଇ ଯେଉଁଦିନ କଂଗ୍ରେସରେ ବିଭାଜନ ହୋଇଥିଲା ଠିକ ତା’ ପରଦିନ ବିରାଟ ଜନସମାଗମ ଭିତରେ ଇନ୍ଦିରାଙ୍କୁ ସ୍ୱାଗତ କରାଗଲା..ସେତେବେଳେ ସେହି ମଂଚରୁ କଂଗ୍ରେସ ଦଳର ଅଧିକୃତ ରାଷ୍ଟ୍ରପତି ପ୍ରାର୍ଥୀ ସଞ୍ଜୀବ ରେଡ୍ଡୀଙ୍କ ବଦଳରେ ବି.ବି ଗିରିଙ୍କୁ ସମର୍ଥନ କରିବା ପାଇଁ ଇନ୍ଦିରା ଘୋଷଣା କରିଥିଲେ । ମଂଚ ଉପରୁ ସେତେବେଳେ ଇନ୍ଦିରା କହିଥିଲେ ଏହା ହେଉଛି ଦୁନିଆର ସବୁଠୁ ବଡ ଶୋଭାଯାତ୍ରା…ଏକ ଷଡଯନ୍ତ୍ରରେ ମୋତେ ଫସେଇଦିଆଯାଇଛି..କିନ୍ତୁ ମୁଁ ହାର୍ ମାନିବିନି ସବୁ ବାଧାବିଘ୍ନର ସାମ୍ନା କରିବି | ଅଚାନକ ଇନ୍ଦିରାଙ୍କ ଭାଷଣ ଭିତରେ ଭିଡ଼ରୁ କିଛି ଯୁବକ ହୁଟିଂ କରିବା ଆରମ୍ଭ କରି ଦେଇଥିଲେ। ସେହି ଭିଡରୁ ଶୁଭିଲା ‘’ଇନ୍ଦିରା ତୁମେ ଇସ୍ତଫା ଦିଅ’’ ର ନାରା..ଏହି ନାରା ମଞ୍ଚରେ ଉପସ୍ଥିତ ଥିବା ନେତାମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ।

କିନ୍ତୁ ଅମ୍ବିକା ସେହି ଯୁବକ ମାନଙ୍କ ମୁକାବିଲା ପାଇଁ ମଂଚରୁ ଓହ୍ଲାଇ ପଡିଥିଲେ । ସେ କିଛି ଯୁବକଙ୍କୁ ଚାପୁଡା ମଧ୍ୟ ମାରିଥିଲେ । ପରେ ସୁରକ୍ଷା କର୍ମୀ ସେଠାରେ ପହଞ୍ଚି ସେହି ଯୁବକମାନଙ୍କୁ ଗିରଫ କରିନେଇଥିଲେ । ୧୯୭୬ ମସିହାରେ, ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର ଠିକ୍ ୧ ବର୍ଷ ପରେ ଇନ୍ଦିରା ଅମ୍ବିକା ସୋନିଙ୍କୁ ରାଜ୍ୟସଭାର ସଦସ୍ୟ ଭାବେ ଚୟନ କଲେ । ସଂଜୟ ଗାନ୍ଧୀଙ୍କ ମୃତ୍ୟୁ ଏବଂ ଇନ୍ଦିରାଙ୍କ ହତ୍ୟା ପରେ ମଧ୍ୟ ଗାନ୍ଧୀ ପରିବାରର ହାତ ଛାଡିନଥିଲେ ଅମ୍ବିକା

ସେ ବର୍ତ୍ତମାନ ମଧ୍ୟ ପଞ୍ଜାବର ରାଜ୍ୟସଭାର ସଦସ୍ୟ ଅଛନ୍ତି । ବୋଧହୁଏ ସେଇଥିପାଇଁ ଯେତେବେଳେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲେ, ସେତେବେଳେ ଅମ୍ବିକା ସୋନିଙ୍କୁ ସେମାନେ ଏହି ପଦବୀ ପାଇଁ ଉପଯୁକ୍ତ ବୋଲି ଭାବିଥିବେ । ଶନିବାର ମଧ୍ୟ ଯେଉଁଭଳି ସୋନି ରାହୁଲଙ୍କୁ ସାକ୍ଷାତ କରିଥିଲେ, ସେଥିରୁ ଏହାହିଁ ଅନୁମାନ କରାଯାଉଥିଲା । କିନ୍ତୁ ରବିବାର ଯେଉଁଭଳି ଭାବେ ସୋନି ସିଧାସଳଖ ସେ ମୁଖ୍ୟମନ୍ତ୍ରୀ ହେବେ ନାହିଁ ବୋଲି କହିଲେ ସେଥିରୁ ଦୁଇଟି ପ୍ରଶ୍ନ ମୁଣ୍ଡ ଟେକୁଛି । ଗୋଟିଏ ହେଉଛି ଦଳର ଭଲ ପାଇଁ ଅମ୍ବିକା ଜଣେ ଶିଖଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରିବା ସପକ୍ଷରେ ଅଛନ୍ତି । ଦ୍ୱିତୀୟରେ, ଅମ୍ବିକା ସୋନି ୭୯ ବର୍ଷ ବୟସରେ ଗାନ୍ଧୀ ପରିବାରର ମୁଖା ହେବାକୁ ଚାହାଁନ୍ତି ନାହିଁ । ତାହା ପୁଣି ୬ ମାସ ପାଇଁ..କାହିଁକି ନା ଆଗାମୀ ନିର୍ବାଚନରେ କଂଗ୍ରେସର ବିଜୟର ସମ୍ଭାବନା ଖୋଦ୍ ଦଳର ନେତାମାନଙ୍କୁ ବି ଦେଖାଯାଉନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami